Pratidin TV

Odisha's Digital News Platform

ଫାର୍ମାସିଷ୍ଟ ଙ୍କ ଘରେ କଳାକନା ବୁଲାଇଲେ ଚୋର , ନେଇଗଲେ ସାତ ଭରି ସୁନା ..

1 min read

ଏପଟେ ଇଲେକ୍ସନ ଟ୍ରେନି ପାଇଁ ବ୍ୟସ୍ତଥିଲେ ଫାର୍ମାସିଷ୍ଟ । ସେପଟେ ଘରେ ପଶି କଳା ବୁଲାଇଲା ଚୋର । ରାତିରେ କେହି ନଥିବାର ସୁଯୋଗ ପାଇ ଘରେ ପଶି ସର୍ବସ୍ୱ ଲୁଟିନେଇଗଲେ ଚୋର । ସୂଚନାନୁଯାୟୀ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଳକ ମାଝୀଗୁଡା ମେଡ଼ିକାଲ ପରିସର ଭିତରେ ଫାର୍ମାସିଷ୍ଟ ସୀମାଞ୍ଚଳ ପଣ୍ଡା, ଙ୍କ ସରକାରୀ ବାସ ଭବନ ।

ଆଜି ଘରେ କେହି ନ ଥିବା ସମୟରେ ମୁଖ୍ୟ କବାଟର ତାଲା ଭାଙ୍ଗି ଘରେ ପଶି ଗଡରେଜ ର ଲକରକୁ ଭାଙ୍ଗି ପାଖା ପାଖି ସାତ ଭରି ସୁନା ସହ ରୁପା ଅଳଙ୍କାର ଚୋର ମାନେ ଚୋରି କରି ଚମ୍ପଟ ମାରିଥିବା ଜଣା ପଡ଼ିଛି । ଦୁଇ ଭରିର ସୁନା ଚେନ, ତାହା ସହ ପୁଅର ବ୍ରତରେ ମିଳିଥିବା ଚେନ, ମୁଦି, ୧୨ଟି ରୁପା କଏନ୍ ପାଖା ପାଖି ସାତ ଭରି ସୁନା ଚୋରି ହୋଇଛି । ଯାହାର ଅନୁମାନିକ ମୁଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ସୀମାଞ୍ଚଳ ପଣ୍ଡା ଙ୍କ ସ୍ତ୍ରୀ ସଂଯୁକ୍ତା ପାଢ଼ୀ କହିଛନ୍ତି ।ଫାର୍ମାସିଷ୍ଟ ସୀମାଞ୍ଚଳ ପଣ୍ଡା ଇଲେକ୍ସନ ଟ୍ରେନିଂ ସାରି ସ୍ତ୍ରୀ ଙ୍କୁ ଆଣିବା ପାଇଁ ରାତି ସାତଟା ରେ ଘରୁ ବାହାରି ରାୟଗଡା ଯାଇଥିଲେ ।

Advertisement

ପରେ ଆଜି ସକାଳୁ ଘରକୁ ଫେରିଥିଲେ । ଘରକୁ ଫେରି ଦେଖିଲା ବେଳକୁ ଘରର ତାଲା ଭାଙ୍ଗି ଥିବା ଦେଖିଥିଲେ, ପରେ ଘର ଭିତରକୁ ପଶି ଦେଖିବା ବେଳକୁ ଚୋରି ହୋଇଥିବା ଜାଣିବାକୁ ପାଇଲେ । ଏହି ଘଟଣାକୁ ନେଇ ଦମ୍ପତ୍ତି କଲ୍ୟାଣସିଂହପୁର ପୋଲିସ ଷ୍ଟେସନରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହି ଘଟଣାରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *