Pratidin TV

Odisha's Digital News Platform

ଅଧରାତିରେ ଘରେ କେହି ନଥିବା ସୁଯୋଗ ନେଇ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଲୁଟିନେଲେ ଚୋର…

ଅଧରାତିରେ ପୂଜକଙ୍କ ଘରେ ବୁଲିଲା କଳାକନା । ଦୁବୁର୍ତ୍ତ ଲୁଟି ନେଲେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି । ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ସହର ରମଜୀ ନଗର ରେ ରହୁଥିବା ଜଣେ ମନ୍ଦିର ପୂଜକଙ୍କ ଘରୁ ଚୋରି ହୋଇଛି । ସହରର ପଞ୍ଚରଥ ମନ୍ଦିର ପୂଜକ କୈଳାସ ରଥଙ୍କ ଘରୁ ଗ୍ରିଲ ଓ କବାଟ ଭାଙ୍ଗି ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଅଳଙ୍କାର ନେଇଗଲେ ଚୋର । ସୋନପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁସାରେ ବିଳମ୍ୱିତ ରାତ୍ରିରେ ଘରେ କେହି ନଥିଲେ । ଆଉ ଏହାର ସୁଯୋଗ ଦେଖି ମାନେ ଆସି ଘରର ଗ୍ରିଲ୍ ଭାଙ୍ଗି ବେଡ଼ ରୁମ କୁ ପଶିଥିଲେ । ପରେ ରୁମ ଭିତରେ ଥିବା ଆଲମାରୀ ଭାଙ୍ଗି ପ୍ରାୟ ୩ ଲକ୍ଷ ଟଙ୍କାର ସୁନା ଓ ରୂପା ଅଳଂକାର ଚୋରି କରିନେଇଥିଲେ । ଯାହାକୁ ନେଇ ଘର ମାଲିକ ସୋନପୁର୍ ଥାନାରେ ଅଭିଯୋଗ କରିଛନ୍ତି । ତେବେ ସୋନପୁର ସହରରେ ଦିନକୁ ଦିନ ଚୋରି ଘଟଣା ବଢ଼ିବାରେ ଲାଗିଛି । ଫଳରେ ସହରବାସୀ ଭୟ ଓ ଆଶଙ୍କାରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *