Pratidin TV

Odisha's Digital News Platform

ମାଟ୍ରିକ୍‌ରେ ଥାର୍ଡ଼ ଡିଭିଜନ , UPSC ପରୀକ୍ଷା ନଦେଇ ହେଲେ IPS ଅଫିସର୍

1 min read

UPSC ପରୀକ୍ଷା ନଦେଇ ମଧ୍ୟ ହୋଇଥିଲେ IPS ଅଫିସର | ମ୍ୟାଟ୍ରିକରେ ଥାର୍ଡ଼ ଡିଭିଜନ ରଖି ମଧ୍ୟ ହରାଇ ନଥିଲେ ଆତ୍ମବିଶ୍ୱାସ | ଫିଲ୍ମ ହଲରେ କାଟୁଥିଲା ଦିନ, ସ୍କୁଲ ଯିବାକୁ ଖାଉଥିଲେ ମାଡ଼ | IPS ହେବା ପାଇଁ ସାଧରଣତଃ ସମସ୍ତେ UPS ପରୀକ୍ଷା ଦେଇଥାନ୍ତି | କେହି କେହି ସଫଳତା ପାଇଥାନ୍ତି ତ କେହି ଅନେକ ବର୍ଷ ଚେଷ୍ଟା କରିଥିଲେ ମଧ୍ୟ ପାଇନଥାନ୍ତି ସଫଳତା | କିନ୍ତୁ ଉଶ୍ଚ ପରୀକ୍ଷା ନ ଦେଇ ମଧ୍ୟ ଜେବେ IPS ଅଫିସର ହୋଇଛନ୍ତି | ଏପରିକି ସ୍କୁଲ ପାଠପଢା କଥା ଯଦି ଆମେ କହିବା ତେବେ ମ୍ୟାଟ୍ରିକରେ ରଖିଥିଲେ ଥାର୍ଡ଼ ଡିଭିଜନ | ସେ ହୋଇଛନ୍ତି ଉତ୍ତରପ୍ରଦେଶର ଅବସରପ୍ରାପ୍ତ IPS ଅଫିସର ଅନିଲ କୁମାର ରାୟ |

ପାଠପଢ଼ାରେ ଟିକେ ହେଲେ ମନ ନଥିଲା | ଫିଲ୍ମ ହଲରେ ଦିନ କଟୁଥିଲା | ଘର ଲୋକ ଦୈନଦିନ ମାଡ଼ ମାରୁଥିଲେ | ସାହିପଡିଶା ପରିବାର ଲୋକେ ସମସ୍ତେ କହୁଥିଲେ ଏହାର ପାଠପଢା ବନ୍ଦ କରିଦିଅ, ସେ ଆଗକୁ ପାଠ ପଢ଼ିପାରିବ ନାହିଁ | ଏତେ କଥା ଶୁଣି ମଧ୍ୟ ଆଗକୁ ବଢ଼ିଥିଲେ ଅନିଲ କୁମାର | ଏପରିକି IPS ଅଫିସର ହୋଇ ମଧ୍ୟ ସେ ରାଷ୍ଟ୍ରପତି ପୋଲିସ ମେଡାଲ ମଧ୍ୟ ପାଇଛନ୍ତି |

ଅନିଲ ପିଲାଦିନେ ପାଠ ପଢିବାକୁ ମନବଳାଉ ନଥିଲେ | ୧0ମ ପରୀକ୍ଷାରେ ବହୁ କଷ୍ଟରେ ଥାର୍ଡ଼ ଡିଭିଜନରେ ପାସ ହୋଇଥିଲେ | ଏହାପରେ ଯୁକ୍ତ ୨ରେ ସେକେଣ୍ଡ ଡିଭିଜନ ରଖିବା ପରେ ବାପା ତାଙ୍କୁ ଆଲ୍ହାବାଦ ୟୁନିଭର୍ସିଟିରେ ଭର୍ତ୍ତି କରାଇଥିଲେ | ସେଠାରେ ତାଙ୍କ ଭାଗ୍ୟ ବଦଳିଥିଲା | ଅନିଲ ୭୧ ପ୍ରତିଶତ ମାର୍କ ରଖି ଡିଗ୍ରୀ ହାସଲ କରିଥିଲେ | ଏହାପରେ ପୋଷ୍ଟ ଗ୍ରାଜୁଏଟ ୟୁନିଭର୍ସିଟିରେ ଟପ୍ପର ହେଲେ | ଯାହାକୁ ଶୁଣି ତାଙ୍କ ପରିବାର ଲୋକେ ସମସ୍ତେ ଆଶ୍ଚର୍ଯ୍ୟ | ଏହାପରେ ତାଙ୍କର PHD କରିବାର ଇଚ୍ଛା ଥିଲେ ମଧ୍ୟ ପରିବାର ସ୍ଥିତି ଦେଖି ସେ ରିସର୍ଚ୍ଚ ପାଇଁ ଏତେ ସମୟ ଦେବାକୁ ମାନେ କଲେ ନାହିଁ | ସେ UGC ମେଧା ବୃତ୍ତି ପାଇଁ ଆବେଦନ କଲେ | କିନ୍ତୁ ଦଶମ ପରୀକ୍ଷାରେ ଥାର୍ଡ଼ ଡିଭିଜନ ରଖିଥିବା ଯୋଗୁଁ ତାଙ୍କୁ ମେଧା ବୃତ୍ତି ମିଳିଲା ନାହିଁ |

ତେବେ ହଠାତ ଅନିଲଙ୍କ କ୍ୟାରିଅରରେ ନୂଆ ମୋଡ଼ ଆସିଲା | ସେ PPS ପରୀକ୍ଷାରେ ପାସ ହୋଇ ପୋଲିସ DSP ଭାବରେ ନିଯୁକ୍ତି ପାଇଲେ | ଏହାପରେ ସେ UPSC ପରୀକ୍ଷା ଦେବେ ବୋଲି ନିଷ୍ପତି ନେଲେ | ସେହି ସମୟରେ ତାଙ୍କ ବାପାଙ୍କ ଦେହାନ୍ତ ହେବା ଯୋଗୁଁ ପରିବାର ସମସ୍ତ ଦାୟିତ୍ୱ ଅନିଲଙ୍କ ଉପରେ ଆସିବା ସକାଶେ ସେ UPSC ପରୀକ୍ଷା ପାଇଁ ପ୍ରସ୍ତୁତି ହୋଇପାରିଲେ ନାହିଁ | DSP ଭାବରେ ଭଲରେ କାର୍ଯ୍ୟ କରିବା ଯୋଗୁଁ ଅନିଲଙ୍କୁ ୨00୨ ରେ IPS କ୍ୟାଡରରେ ନିଯୁକ୍ତି ଦିଆଗଲା | ତାଙ୍କୁ ୨ ଥର ରାଷ୍ଟ୍ରପତି ପୋଲିସ ମେଡାଲ ମଧ୍ୟ ମିଳିଛି |

Leave a Reply

Your email address will not be published. Required fields are marked *