Pratidin TV

Odisha's Digital News Platform

ଚତୁର୍ଥ ଥର ପାଇଁ ସାଂସଦ ଭାବେ ନିର୍ବଚିତ ହେଲେ କେରଳର ଥିରୁଅନନ୍ତପୁରମ କଂଗ୍ରେସ ପାର୍ଥୀ ଶଶି ଥରୁର

1 min read

କେରଳର ହଟ ସିଟ୍ ଥିରୁବନନ୍ତପୁରମର ଫଳାଫଳ ବାହାରିଛି । କଂଗ୍ରେସ ପ୍ରାର୍ଥୀ ଶଶି ଥରୁର ଥିରୁବନନ୍ତପୁରମର ଆସନରୁ କ୍ରମାଗତ ଚତୁର୍ଥ ବିଜୟ ହାସଲ କରିଛନ୍ତି। ଏହି ଆସନରୁ କଡ଼ା ପ୍ରତିଯୋଗିତାରେ ସେ ମୋଦୀ ସରକାରର ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖରଙ୍କୁ ପରାସ୍ତ କରିଛନ୍ତି।

ତେବେ ବିଜେପି ପାର୍ଥୀ ରାଜୀବ ଚନ୍ଦ୍ରଶେଖରଙ୍କୁ ୧୬ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରି କଂଗ୍ରେସ ପ୍ରାର୍ଥୀ ଶଶି ଥରୁର ବିଜୟ ହାସଲ କରିଛନ୍ତି | ପୂର୍ବରୁ ଏହି ଆସନରୁ ତିନି ଥର ବିଜୟୀ ହୋଇଥିବା ଥରରୁ ଏଥର ମଧ୍ୟ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ କଡ଼ା ମୁକାବିଲା ମଧ୍ୟରେ ଶେଷରେ ବିଜୟ ହାସଲ କରିଛନ୍ତି।

ପ୍ରାରମ୍ଭିକ ଭୋଟ ଗଣତି ସମୟରେ ବିଜେପି ପାର୍ଥୀ ରାଜୀବ ଚନ୍ଦ୍ରଶେଖର, ଶଶି ଥରୁରଙ୍କ ଠାରୁ ଥିଲେ ଆଗରେ | କିନ୍ତୁବି ପରବର୍ତ୍ତୀ ସମୟରେ ବଦଳି ଯାଇଥିଲା ଅଙ୍କ | ଶଶି ଥରୁର ତାଙ୍କୁ ପଛରେ ପକାଇ ଦେଇଥିଲେ | ପରେ ଅନ୍ତିମ ପର୍ଯ୍ୟାୟରେ ଶଶି ଥରୁର ଚନ୍ଦ୍ରଶେଖରଙ୍କୁ ମାତ ଦେଇ ବିଜୟ ହାସଲ କରିଛନ୍ତି |

Leave a Reply

Your email address will not be published. Required fields are marked *