Pratidin TV

Odisha's Digital News Platform

ସବୁ ବର୍ଗର ଲୋକମାନଙ୍କୁ ନୂତନ ଶକ୍ତି ପ୍ରଦାନ କରିବ ଏହି ବଜେଟ୍‌: ମୋଦୀ

1 min read

ମଙ୍ଗଳବାର ଲୋକ ସଭାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ସମ୍ପୂର୍ଣ୍ଣ ବଜେଟ ଉପସ୍ଥାପନ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଏହା ହେଉଛି ସପ୍ତମ ବଜେଟ ଏବଂ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟ। ମୋଦି ସରକାରଙ୍କ ଏହି ବଜେଟରେ ଅର୍ଥମନ୍ତ୍ରୀ ଅନେକ ବଡ଼ ଘୋଷଣା କରିଛନ୍ତି। ଯୁବ, ଶିକ୍ଷା, କୃଷି ଏବଂ ରୋଜଗାରର ଦକ୍ଷତା ବିକାଶ ଭଳି କ୍ଷେତ୍ରରେ ସେ ବଜେଟରେ ବିଶେଷ ଧ୍ୟାନ ଦେଇଛନ୍ତି। ଅନ୍ତରୀଣ ବଜେଟରେ ୪ଗୋଷ୍ଠୀଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା । ଗରିବ, ମହିଳା, ଯୁବବର୍ଗ ଏବଂ କୃଷକଙ୍କୁ ପ୍ରାଧାନ୍ୟ ଦିଆଯାଇଥିଲା । ବିକଶିତ ଭାରତ ପାଇଁ ନିଜର ବଜେଟ୍ ଅଭିଭାଷଣରେ ନିର୍ମଳା ସୀତାରମଣ ୯ଟି କ୍ଷେତ୍ର ଉପରେ ପ୍ରାଥମିକତା ଦେଇଛନ୍ତି । ସେଗୁଡ଼ିକ ହେଉଛନ୍ତି କୃଷି, ରୋଜଗାର, ଅନ୍ତର୍ଭୁକ୍ତ ବିକାଶ, ଉତ୍ପାଦନ ଓ ସେବା କ୍ଷେତ୍ର, ନଗର ଉନ୍ନୟନ, ଶକ୍ତି, ଭିତ୍ତିଭୂମି, ଉଦ୍ଭାବନ, ଗବେଷଣା ଓ ବିକାଶ ଓ ନୂଆ ପିଢିର ସଂସ୍କାର ।

ବଜେଟ୍‌କୁ ନେଇ ପ୍ରଧାନମନ୍ତ୍ରୀ ମୋଦୀ ଦେଲେ ପ୍ରତିକ୍ରିୟା। ମୋଦି କହିଥିଲେ, ଏହି ବଜେଟ୍ ଦେଶକୁ ସମୃଦ୍ଧି ଆଡ଼କୁ ନେଇଯିବ ଏବଂ ଏହି ବଜେଟରେ ସମାଜର ସବୁ ବର୍ଗଙ୍କ ପ୍ରତି ଗୁରୁତ୍ଵ ଦିଆଯାଇଛି। ଏହାକହି ଦେଶବାସୀଙ୍କ କରିଥିଲେ ଧନ୍ୟବାଦ | ମୋଦି କହିଥିଲେ, ଆର୍ଥିକ ମନ୍ତ୍ରୀ ନିର୍ମଳ ସୀତାରମଣ ଏବଂ ତାଙ୍କ ପୁରା ଟିମ ବହୁତ ବହୁତ ଧନ୍ୟବାଦର ପାତ୍ର ଅଟନ୍ତି |

ଗତ ୧୦ ବର୍ଷରେ ୨୫ କୋଟି ଲୋକ ଗରିବୀରୁ ମୁକ୍ତି ପାଇଛନ୍ତି । ଏହି ବଜେଟ୍‌ରେ ମଧ୍ୟବିତ୍ତ ବର୍ଗର ସ୍ବାର୍ଥକୁ ଗୁରୁତ୍ବ ଦିଆଯାଇଛି। ଏଥିସହ ଦେଶର ଯୁବ ବର୍ଗ ବଜେଟ୍‌ରୁ ପର୍ଯ୍ୟାପ୍ତ ସୁଯୋଗ ପାଇବେ ବୋଲି କହିଛନ୍ତି ମୋଦୀ। ଏହାଛଡା ଶିକ୍ଷା ଓ ଦକ୍ଷତା ବିକାଶ ବଜେଟରୁ ବିଶେଷ ଉପକୃତ ହେବେ ଯୁବପିଢି। ମହିଳା, କ୍ଷୁଦ୍ର ବ୍ୟବସାୟୀ ଓ ଏମଏସଏମଇକୁ ବେଶି ଫାଇଦା ମିଳିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ବଜେଟ ଦଳିତ ଏବଂ ପଛୁଆ ସମ୍ପ୍ରଦାୟର ଲୋକମାନେ ଅଧିକ ଶକ୍ତିଶାଳୀ ହେବେ ।

ମୋଦୀ ଆହୁରି ମଧ୍ୟ କହିଛନ୍ତି ଯେ, ଏହି ବଜେଟ ମହିଳାଙ୍କ ଆର୍ଥିକ ଅଂଶଗ୍ରହଣକୁ ନିଶ୍ଚିତ କରିବ । ନୂତନ ମଧ୍ୟବିତ୍ତଙ୍କୁ ଶକ୍ତି ପ୍ରଦାନ କରିବ ଏବଂ ମହିଳା, କ୍ଷୁଦ୍ର ବ୍ୟବସାୟୀ ଏବଂ ଏମଏସଏମଇଗୁଡିକୁ ସାହାଯ୍ୟ କରିବ | ଏହା ବ୍ୟତୀତ ଅର୍ଥନୈତିକ ବିକାଶ ମଧ୍ୟ ନୂତନ ଗତି ପାଇବାକୁ ଯାଉଛି । ଏହି ବଜେଟ ନୂତନ ମଧ୍ୟବିତ୍ତ ଶ୍ରେଣୀର ସଶକ୍ତିକରଣ ପାଇଁ ଅଟେ ।

ଏହି ବଜେଟ ଦ୍ୱାରା କୋଟି କୋଟି ନୂଆ ରୋଜଗାର ସୃଷ୍ଟି ହେବ | ଏହି ବଜେଟରେ Employment link insentive scheme ର ଘୋଷଣା କରିଛନ୍ତି | ଏହି ଯୋଜନାରେ ପ୍ରଥମ ଚାକିରୀ ପାଉଥିବା ଯୁବକ ମାନଙ୍କ ପାଇଁ ପ୍ରଥମ ଦରମା ସରକାର ଦେବ | ତା’ଛଡା ଏହି ବଜେଟ ଯୁବକମାନଙ୍କୁ ଅସୀମିତ ସୁଯୋଗ ପ୍ରଦାନ କରିବ ଏବଂ ଏକ ନୂତନ ସ୍କେଲ ଦେବ ।

ମୋଦି ଆହୁରି କହିଛନ୍ତି, “ ଏହି ବଜେଟ ମହିଳା କେନ୍ଦ୍ରିକ ଓ ମହିଳା ନେତୃତ୍ୱାଧୀନ ବିକାଶ କ୍ଷେତ୍ରରେ ସହଯୋଗ କରିବ। କର୍ମକ୍ଷେତ୍ରରେ ମହିଳାଙ୍କ ଭାଗିଦାରୀକୁ ଏହି ବଜେଟ ଆହୁରି ବଢ଼ାଇବ। ଏହା ବିକାଶ କେନ୍ଦ୍ରିକ ଓ ଭିତ୍ତିଭୂମିରେ ନିବେଶକୁ ଏହି ବଜେଟ ପ୍ରୋତ୍ସାହିତ କରିବ।”

Leave a Reply

Your email address will not be published. Required fields are marked *