Pratidin TV

Odisha's Digital News Platform

ଏହି ଗାଈର ଦାମ୍ ୪୦ କୋଟି , କାରଣ ଜାଣିଲେ ଆପଣ ବି ହେବେ ଆଶ୍ଚର୍ଯ୍ୟ ..

1 min read

ଗାଈକୁ ଗୋମାତା ବୋଲି କୁହାଯାଏ । ହିନ୍ଦୁ ଧର୍ମରେ ଗାଈକୁ ପୂଜା କରାଯାଏ । କାରଣ ଗାଈ ଆମକୁ ପୈଷ୍ଟିକ ଆହାର ଦେବା ସହିତ ଇନ୍ଧନ ମଧ୍ୟ ଦେଇଥାଏ । ଏହା ସହିତ ଗାଈ ଭକ୍ତି ଭାବର ପ୍ରତିକ ମଧ୍ୟ ଅଟେ । ଗାଈର ବିଭିନ୍ନ ପ୍ରଜାତି ଏବଂ କ୍ଷୀର ଦେବା ଆଧାରରେ ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ । କିଛି ସ୍ୱତନ୍ତ୍ର ପ୍ରଜାତିର ଗାଈର ଦାମ୍ ମହଙ୍ଗା ହୋଇଥାଏ । ମହଙ୍ଗା ଗାଈଙ୍କ ତାଲିକାରେ ସାଧାରଣତଃ ଲୋକଙ୍କ ଧାରଣାରେ କୌଣସି ବିଦେଶୀ ପ୍ରଜାତିର ଗାଈ ହିଁ ଆସିଥାଏ । କିନ୍ତୁ ଆମେ ଆପଣଙ୍କୁ ଭାରତର ଏମିତି ଏକ ଗାଈ ବିଷୟରେ କହିବୁ ଯାହାର ଦାମ୍ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

ଭାରତର ଏକ ସ୍ୱତନ୍ତ୍ର ପ୍ରଜାତିର ଗାଈ ଦୁନିଆର ସବୁଠାରୁୁ ମହଙ୍ଗା ଗାଈ । ନେଲୋର ପ୍ରଜାତିର ଗାଈ । ଏହି ଗାଈ ବ୍ରାଜିଲରେ ଏକ ନିଲାମୀରେ ୪.୮ ମିଲିୟନ ଆମେରିକା ଡଲାର ଅର୍ଥାତ ଭାରତୀୟ ଟଙ୍କାରେ ୪୦ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହି ପ୍ରଜାତିର ଗାଈକୁ ୧୮୬୮ରେ ଜାହାଜରେ ବ୍ରାଜିଲ ପଠା ଯାଇଥିଲା । ଏହାପରେ ଦୁନିଆର ଅନ୍ୟ ସ୍ଥାନକୁ ଏହି ଗାଈ ଯାଇଥିଲା । କେବଳ ବ୍ରାଜିଲରେ ଏହି ଗାଈର ଦାମ୍ ୧୬ କୋଟି ଟଙ୍କା । କିଛି ବିଶେଷ କାରଣରୁ ଏହି ପ୍ରଜାତିର ଗାଈ ଅତ୍ୟଧିକ ମୂଲ୍ୟବାନ୍ । ତେବେ ଏହି ଗାଇର ବିଶେଷ୍ୱତ ହେଉଛି ଯେକୌଣସି ପରିବେଶ ସହ ଖାପଖୁଆଇବା ସହ ପ୍ରଚୁର ପରିମାଣରେ କ୍ଷୀର ଦେଇଥାଏ । ଏହାସହ ଭୟଙ୍କର ଖରା, ଗରମକୁ ମଧ୍ୟ ଆରାମରେ ସହି ଯାଇଥାଏ । ଏହି ଗାଈର ରୋଗ ପ୍ରତିରୋଧକ ଶକ୍ତି ଖୁବ୍ ଅଧିକ । ଚର୍ମ ମଧ୍ୟ ଟାଣୁଆ । ଏହି କାରଣରୁ କୌଣସି ପ୍ରକାର ପୋକ ସହଜରେ ଏହି ଗାଈକୁ କାମୁଡି ପାରି ନଥାଏ । ଆନ୍ଧ୍ରପ୍ରଦେଶର ନେଲ୍ଲୋର ଜିଲାରେ ଏହି ଗାଈ ଦେଖିବାକୁ ମିଳିଥାଏ । ଏଠାରୁ ହିଁ ଏହି ଗାଈକୁ ବ୍ରାଜିଲ ପଠା ଯାଇଥିଲା । ଏହାପରେ ଦେଶର ବିଭିନ୍ନ ସ୍ଥାନକୁ ଏହି ଗାଈ ଯିବା ସହ ଦୁନିଆର ସବୁଠାରୁ ମହଙ୍ଗା ଗାଈ ଭାବେ ଜଣାପଡିଥିଲା ।

Advertisement

Leave a Reply

Your email address will not be published. Required fields are marked *