Pratidin TV

Odisha's Digital News Platform

ଆଇପିଏଲ ୨୦୨୪: ରୋହିତଙ୍କ ସହ ମୁମ୍ବାଇକୁ ଅଲବିଦା କହିବେ ଏହି ଖେଳାଳି !

ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ ଆରମ୍ଭ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସ ଚର୍ଚ୍ଚାର ବିଷୟ ପାଲଟିଛି । ରୋହିତ୍‌ଙ୍କୁ ନେତୃତ୍ୱରୁ ହଟାଇ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଥିବା ବେଳେ ଏବେ ଟିମ୍‌ରେ ରୋହିତଙ୍କ ନିଷ୍ପତ୍ତିର ସମ୍ମାନ କରାଯାଉ ନାହିଁ ।ଶୁଣିବାକୁ ମିଳୁଛିଯେ ହାର୍ଦ୍ଦିକଙ୍କ ନେତୃତ୍ୱରେ ରୋହିତ ଶର୍ମା ଖୁସି ନାହାନ୍ତି । ଏହି କାରଣରୁ ଚଳିତ ସିଜନ୍ ପରେ ସେ ମୁମ୍ବାଇ ଇଣ୍ଡିଆନ୍ସ ଛାଡ଼ିବା ଚର୍ଚ୍ଚା ଆରମ୍ଭ ହୋଇଛି । କେବଳ ରୋହିତ ନୁହନ୍ତି , ତାଙ୍କସହ ଜସ୍‌ପ୍ରୀତ୍ ବୁମ୍‌ରା ଏବଂ ସୂର୍ଯ୍ୟକୁମାର ଯାଦବ ମଧ୍ୟ ସିଜନ୍ ଶେଷ ହେବା ମାତ୍ରେ ଫ୍ରାଞ୍ଚାଇଜିର ସାଥ୍ ଛାଡ଼ିପାରନ୍ତି ବୋଲି କୁହାଯାଉଛି ।

ମୁମ୍ବାଇ ଇଣ୍ଡିଆନ୍ସ ସହ ରୋହିତ ଶର୍ମାଙ୍କର ୧୪ ବର୍ଷ, ସୂର୍ଯ୍ୟକୁମାରଙ୍କ ୯ ବର୍ଷ ଏବଂ ବୁମ୍‌ରାଙ୍କର ୧୨ ବର୍ଷ ଖେଳିବାର ଅଭିଜ୍ଞତା ରହିଛି । ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଟିମ୍ ମ୍ୟାନେଜମେଣ୍ଟ୍ ସହ ରୋହିତଙ୍କ ମତଭେଦ ଯୋଗୁଁ ସେ ଫ୍ରାଞ୍ଚାଇଜି ଛାଡ଼ିବା ପରି ବଡ଼ ନିଷ୍ପତ୍ତି ନେଇପାରନ୍ତି । ଏହା ବ୍ୟତୀତ ଆଉ ଏକ ଖବର ଶୁଣିବାକୁ ମିଳୁଛି ମୁମ୍ବାଇ ଇଣ୍ଡିଆନ୍ସର ନେତୃତ୍ୱ ପୁଣିଥରେ ରୋହିତ ଶର୍ମାଙ୍କ ହାତରେ ଦିଆଯାଇପାରେ । ମାତ୍ର ଡ୍ରେସିଂ ରୁମ୍‌ର ପରିବେଶରେ ପରିବର୍ତ୍ତନକୁ ଦେଖିଲେ ଲାଗୁଛି ରୋହିତ ପୂର୍ବରୁ ହିଁ ଫ୍ରାଞ୍ଚାଇଜି ଛାଡ଼ିବା ମନ ସ୍ଥିର କରିନେଇଛନ୍ତି ।

Leave a Reply

Your email address will not be published. Required fields are marked *