Pratidin TV

Odisha's Digital News Platform

ପ୍ରେମ ଇତିହାସରେ ପ୍ରଥମଥର , ୧୦୪ ବର୍ଷର ପ୍ରେମିକାକୁ ୪୮ ବର୍ଷର ପ୍ରମିକ…

କୁହାଯାଏ ପ୍ରେମ ହେଉଛି ଶକ୍ତି । ଏହା ସଚ୍ଚା ପ୍ରେମୀମାନଙ୍କୁ ଦେଖେଇଥାଏ ବାଟ । ଆଉ ଏହା ମଧ୍ୟ କୁହାଯାଏ ଯେ ସଚ୍ଚାପ୍ରେମ କେବେ ଶେଷ ହୁଏ ନାହିଁ । ସଚ୍ଚା ପ୍ରେମିକ କେବେ ବି ପ୍ରେମରେ ହାର ମାନେ ନାହିଁ । ତାକୁ ତା’ ଜୀବନସାଥୀ ମିଳୁ ବା ନ ମିଳୁ କୌଣସି ଫରକ ପଡେ ନାହିଁ । ପ୍ରେମ ତ ହୃଦୟ ଓ ଆତ୍ମାର ଏକ ବନ୍ଧନ । ଶରୀର କେବଳ ଯାହା ଏକ ମାଧ୍ୟମ । ଆମେ ଆଜି ଆପଣଙ୍କୁ ଏଭଳି ଏକ ପ୍ରେମୀ ଯୁଗଳଙ୍କ କାହାଣୀ କହିବୁ ଯାହାକୁ ପଢି ଆପଣ ଭାବନାର ରାଇଜକୁ ଚାଲିଯିବେ । କୁହାଯାଏ ପ୍ରେମ କେତେବେଳେ ଆଉ କାହା ସହ ହୋଇଥାଏ ତାହା ଜଣାପଡ଼ିନଥାଏ । ପ୍ରେମ କେବେ ଦେଖେନାହିଁ ଜାତି କି ଧର୍ମ ଦେଖେନାହିଁ ବୟସର ତାରତମ୍ୟ । ସେଥିପାଇଁ ତ ପ୍ରେମକୁ ଅନ୍ଧ ବୋଲି କୁହାଯାଏ । ମାତ୍ର ଅଢ଼େଇ ଅକ୍ଷରର ଏହି ଶବ୍ଦ ଭିତରେ ଭରି ରହିଛି ଅନେକ ମହତ୍ୱ । ଯିଏ ପ୍ରେମ କରିଛି କେବଳ ସେ ହିଁ ଜାଣିଛି ପ୍ରେମ କ’ଣ । ଆଜି ୧୦୪ ବର୍ଷର ପ୍ରେମିକା କୁ ୪୮ ବର୍ଷର ପ୍ରେମିକ ସାଜିଛନ୍ତି ପ୍ରେମର ନିଚ୍ଛକ ଉଦାହରଣ । ବୟସର ସାୟାହ୍ନରେ ବି ସେମାନଙ୍କ ମଧ୍ୟରେ ଫିକା ପଡ଼ିନି ପ୍ରେମର ରଙ୍ଗ । ଉଭୟ ଉଭୟଙ୍କ ପାଇଁ ସମର୍ପିତ । ଏ ହେଉଛନ୍ତି ଏଷ୍ଟୋନିଆରେ ଜନ୍ମିତ ୪୮ ବର୍ଷ ବୟସର ମାର୍ଟ ସୋଏସନ । ହେଲେ ସେ ୧୦୪ ବର୍ଷର ମହିଳାଙ୍କ ପ୍ରେମରେ ପଡ଼ିଛନ୍ତି । ଯାହାଙ୍କ ନାମ ହେଉଛି ଏଲଫ୍ରିଡେ ରିଟ ।

ରିଟଙ୍କ ଅବସ୍ଥା ଦେଖି ସୋଏସନ ତାଙ୍କ ସହିତ ରହିବାକୁ ଚାହୁଁଥିଲେ । କିନ୍ତୁ ଅଷ୍ଟ୍ରେଲିଆରେ ଭିସା ପାଇଁ ମଧ୍ୟ ଆବେଦନ କରିଥିଲେ, ହେଲେ ଦଇବ ସାଜିଥିଲା ଦାଉ , ଘଟିଥିଲା ଅଘଟଣ । ଯାହାଥିଲା ଏଲଫ୍ରିଡେ ରିଟଙ୍କ ମୃତ୍ୟୁର ଖବର । ଏହା ସହିତ ଏହି ଅନନ୍ୟ ପ୍ରେମ କାହାଣୀ ଶେଷ ହୋଇଥିଲା । ସୋସିଆଲ ମିଡିଆରେ ଏହି ପ୍ରେମ କାହାଣୀ ବିଷୟରେ ଅନେକ ଆଲୋଚନା ହେଉଛି । ଏହି ପ୍ରେମ କାହାଣୀ ଶୁଣିବା ପରେ ଲୋକେ ଭାବପ୍ରବଣ ହୋଇ ଯାଇଛନ୍ତି ।ଏଲଫ୍ରିଡେ ରିଟ୍ ଇଷ୍ଟୋନିଆରେ ଜନ୍ମଗ୍ରହଣ କରିଥିଲେ ଏବଂ ସେଠାରେ ବିବାହ କରିଥିଲେ, କିନ୍ତୁ ସମ୍ପର୍କ ଅଧିକ ଦିନ ରହିନଥିଲା । ଏବଂ ସେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ୟୁରୋପ ଯାଇଥିଲେ । ହେଲେ ସବୁଠୁ ବଡ କଥା ହେଉଛି ରିଟ୍ ମାର୍ଟ ସୋସନଙ୍କ ଜେଜେବାପାଙ୍କୁ ବିବାହ କରିଥିଲେ । ଏହାର ଅର୍ଥ ରିଟ୍ ସୋସାନଙ୍କ ଜେଜେମା ଥିଲେ । କିନ୍ତୁ ୧୧ ବର୍ଷ ପୂର୍ବେ ୧୯୯୬ରେ, ଯେତେବେଳେ ମାର୍ଟ ସୋସନ ଇଂରାଜୀ ଶିଖିବା ପାଇଁ ଅଷ୍ଟ୍ରେଲିଆ ଆସିଥିଲେ, ସେତେବେଳେ ସେ ରିଟଙ୍କୁ ପ୍ରଥମ ଭେଟିଥିଲେ ।

ସେମାନେ ଦେଖାହେବା ମାତ୍ରେ ଦୁଇ ଜଣ ପରସ୍ପରକୁ ଭଲ ପାଇ ବସିଥିଲେ । ସୋଏସନ କହିଛନ୍ତି, ପ୍ରଥମ ଦେଖାରେ ଏହା ପ୍ରେମ ନୁହେଁ । ମୁଁ ଜାଣିଥିଲି ଯେ ଆମ ମଧ୍ୟରେ ଏକ ବଡ଼ ବୟସ ପାର୍ଥକ୍ୟ ଅଛି, କିନ୍ତୁ ମୁଁ ତାଙ୍କୁ ବହୁତ ଭଲ ପାଉଥିଲି । ବୋଧହୁଏ ସେମାନଙ୍କ ବିନା ବଞ୍ଚିବା କଳ୍ପନା ମଧ୍ୟ କରିପାରିବ ନାହିଁ ହୋଲି ମୁଁ ଚିନ୍ତା ବି କରିଥିଲି । ମୁଁ ତାଙ୍କ ସହିତ ରହିବାକୁ ଚାହୁଁଥୁଲି । କିନ୍ତୁ ଭଗବାନ ଏହା ଚାହୁଁନଥିଲେ ।

Leave a Reply

Your email address will not be published. Required fields are marked *