Pratidin TV

Odisha's Digital News Platform

ଆଉ ଖାଇପାରିବେନି ଆପଣଙ୍କ ପ୍ରିୟ କୋବି ମଞ୍ଚୁରିଆନ୍ , ବ୍ୟାନ୍ କଲା ମାପୁସା ମ୍ୟୁନସିପାଲଟି …..

ବ୍ୟାନ୍ ହେଲା ଭାରତୀୟ ଡିସ୍ ମଞ୍ଚୁରିଆନ୍ । ଏବେ ସାକାହାରୀ ଥାଳିରେ ପଡିଲା ପାହାରା ଗୋବି ମଞ୍ଚୁରିଆନ୍ ଏକ ଫ୍ୟୁଜନ୍ ଡିସ୍ ଯାହା ସାଧାରଣତ ସମସ୍ତେ ଖାଇବାକୁ ପସନ୍ଦ କରନ୍ତି । ଆଉ ଏହି ଡିସ୍‌ଟି ଅନେକ ଲୋକଙ୍କ ପ୍ରିୟ ଖାଦ୍ୟ । ଖାସ୍ କରି ସାକାହାରୀ ବା ଭେଜିଟରେିଆନ ମାନଙ୍କ ପ୍ରିୟ ଡିସ୍ । କିନ୍ତୁ ବର୍ତ୍ତମାନ ଏହି ମଞ୍ଚୁରିଆନ ପ୍ରେମିଙ୍କ ପାଇଁ ବଡ ଦୁଃଖଦ ଖବର । ଫୁଡ୍ ପ୍ରେମୀ ଆଉ ଖାଇପାରିବେନି କୋବି ମାଞ୍ଚୁରିଆନ୍। ଏହି ଭାରତୀୟ ଡିସ୍ ଉପରେ ଲାଗିଛି ବ୍ୟାନ୍ ।

ଗତ ମାସରେ ଗୋଆର ମାପୁସା ମହାନଗର ପରିଷଦର ଅଧ୍ୟକ୍ଷ ତାରକ ଆରୋଲକର୍ ବୋଦଗେଶ୍ୱର ମନ୍ଦିରରେ ଆୟୋଜିତ ହୋଇଥିବା ଏକ ଭୋଜିରେ ଏହି କୋବି ମାଞ୍ଚୁରିଆନ୍ ଉପରେ ବ୍ୟାନ୍ ଲଗାଇବା ପାଇଁ ପରାମର୍ଶ ଦେଇଥିଲେ। ଏହାପରେ ମହାନଗର ପରିଷଦର ଅନ୍ୟ ସଦସ୍ୟମାନେ ମଧ୍ୟ ସମର୍ଥନ ଜଣାଇଥିଲେ। ଏହାପର ଠାରୁ ସମସ୍ତ ରେଷ୍ଟୁରାଣ୍ଟ, ଫୁଡ୍ ଷ୍ଟଲ୍ ଓ ଭୋଜି ଭାତରେ ଆଉ କୋବି ମାଞ୍ଚୁରିଆନ୍ ପରଷା ଯାଉନାହିଁ।

ଏଠାକାର ଆଉ କୌଣସି ବି ଲୋକେ କୋବି ମାଞ୍ଚୁରିଆନ୍ର ମଜା ନେଇପାରିବେ ନାହିଁ। ଏଠାକାର ରେଷ୍ଟୁରାଣ୍ଟ ତଥା ଫାଷ୍ଟଫୁଡ୍ ଷ୍ଟଲ ତଥା ଉଠା ଦୋକାନୀ ଆଉ କେଉଁଠି ମଧ୍ୟ ଲୋକେ କୋବି ମାଞ୍ଚୁରିଆନ୍ ପାଇପାରିବେ ନାହିଁ। ଗୋଆର ଏକ ସହର ଏହି କୋବି ମଞ୍ଚୁରିଆନ୍ ଉପରେ ଲଗାଇଛି ପ୍ରତିବନ୍ଧକ। ତେବେ ଏହି କୋବି ମାଞ୍ଚୁରିଆନ୍ ଉପରେ ବ୍ୟାନ୍ ଲଗାଇବାର ମୁଖ୍ୟ କାରଣ ହେଉଛି ସ୍ୱଚ୍ଛତା ଏବଂ ଏଥିରେ ବ୍ୟବହୃତ ହେଉଥିବା ରସାୟନ ରଙ୍ଗ। ସିନ୍ଥେଟିକ୍ ବା ରସାୟନ ରଙ୍ଗ ବ୍ୟବହାର କରି କୋବିକୁ ଲାଲ ରଙ୍ଗରେ ରଙ୍ଗା ଯାଇଥିଲା। ଯାହା ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇଥାଏ।

Leave a Reply

Your email address will not be published. Required fields are marked *