ଏହା ହେଉଛି କପି ପେଷ୍ଟ ବଜେଟ, ଏମିତି କହିଲେ ବିରୋଧୀ ନେତା ରାହୁଲ ଗାନ୍ଧୀ
1 min readମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ ବଜେଟକୁ ନେଇ ସମାଲୋଚନା କରିବା ଆରମ୍ଭ କରି ସାରିଛନ୍ତି ଧି | ରାହୁଲ ଗାନ୍ଧୀ ବଜେଟ କୁ କଟାକ୍ଷ କରି ସୋସିଆଲ ମିଡ଼ିଆ X ରେ କରିଛନ୍ତି ପୋଷ୍ଟ | ରାହୁଲ ଗାନ୍ଧୀ ବଜେଟକୁ ନେଇ କହିଛନ୍ତି କି, ଏହା ହେଉଛି କପି ପେଷ୍ଟ ବଜେଟ୍ । ନିଜ ଆସନକୁ ବଞ୍ଚାଇବା ପାଇଁ ସରକାର ଏଭଳି ବଜେଟ୍ ଉପସ୍ଥାପନ କରିଛନ୍ତି । ସେ ଆହୁରି କହିଛନ୍ତି ସହଯୋଗୀ ଦଳକୁ ଖୁସି କରିବାର ବଜେଟ୍ । ଅନ୍ୟ ରାଜ୍ୟକୁ କେବଳ ଫମ୍ପା ପ୍ରତିଶ୍ରୁତି ମିଳିଛି । ବଜେଟ୍ରୁ ସାଧାରଣ ଲୋକ ନୁହେଁ ବରଂ ଆଦାନୀ ଓ ଅମ୍ବାନୀ ଲାଭ ପାଇବେ । କେବଳ ଏତିକି ନୁହେଁ ବଜେଟ୍କୁ କପି ପେଷ୍ଟ ବଜେଟ୍ ବୋଲି କହିବାକୁ ପଛାଇନାହାନ୍ତି ରାହୁଲ । ଉପସ୍ଥାପନ ହୋଇଥିବା ବଜେଟରେ କିଛି କଂଗ୍ରେସ ନିଜର ମାନିଫେଷ୍ଟରେ ମଧ୍ୟ ଦେଇଥିଲା । ଏପରିକି ଏହା ପୂର୍ବ ବଜେଟର କପି ପେଷ୍ଟ ବୋଲି ରାହୁଲ କହିଛନ୍ତି ।