Pratidin TV

Odisha's Digital News Platform

ଏଥର ଲକ୍ଷ୍ମୀ ପୂଜାରେ ବଜାରକୁ ସରଗରମ କରିବ “ପ୍ରେମରେ ରିସ୍କ ହେଲା ମୋତେ ଇସ୍କ’

ଭୁବନେଶ୍ୱର : ଲକ୍ଷ୍ମୀପୂଜାରେ ଆସୁଛି ନୂଆ ଓଡ଼ିଆ ସିନେମା । ୟୁ ଏସ ମୋସନ ପିକ୍ଚର୍ସ ଓ କେ ମୁରଲୀ କ୍ରିଷ୍ଣା ଫିଲ୍ମସ ମିଳିତ ସହଯୋଗରେ ମୁକ୍ତିଲାଭ କରିବାକୁ ଯାଉଛି “ପ୍ରେମରେ ରିସ୍କ ହେଲା ମତେ ଇସ୍କ । ନିକଟରେ ଏହି ସିନେମାର ଅଡିଓ ରିଲିଜ ହୋଇସାରିଥିବା ବେଳେ ଲକ୍ଷ୍ମୀ ପୂଜାରେ ସିନେମାଟି ମୁକ୍ତିଲାଭ କରିବ ବୋଲି ପ୍ରଡକ୍ସନ ହାଉସ ସୂଚନା ଦେଇଛି ।

ୟୁ ଏସ ମୋସନ ପିକ୍ଚର୍ସ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ରର ପ୍ରଯୋଜନା ଦାଇତ୍ୱରେ ରହିଛନ୍ତି ସଞ୍ଜୟ ପାତ୍ର ଓ ଉମେଶ ସାହୁ । ସେହିଭଳି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି କେ ମୁରଲୀ କ୍ରିଷ୍ଣା । ଡ଼ଃ ରଜନୀ ରଞ୍ଜନ ସିନେମାର ସଂଳାପ ଲେଖିଥିବା ବେଳେ ସଞ୍ଜୟ ଓ ସିତୁସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି ଓ ଚିତ୍ରୋତ୍ତଳନ କରିଛନ୍ତି ନରେନ୍ଦ୍ର ଗୈ।ଡ । ତେବେ କ୍ରିଷ୍ଣା ବେଉରା, ହ୍ୟୁମାନ ସାଗର, ଅସୀମା ପଣ୍ଡା, କୁଳଦୀପ, ଅର୍ପିତା, ସତ୍ୟଜିତ, ନାଭ୍ୟା, ଲିପ୍ସା, ସୁଶାନ୍ତ ପ୍ରମୁଖ ଏହି ଫିଲ୍ମରେ କଣ୍ଠଦାନ କରିଛନ୍ତି । ସତ୍ୟାନନ୍ଦ ନାୟକ, ଉମେଶ ସାହୁ, ଏମ ଜେବି ବଣ୍ଟି ଗୀତ ରଚନା କରିଥିବା ବେଳେ ସୁରୟନ ରଥ ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି।

ସେହିଭଳି ସିନେମାର ମୁଖ୍ୟ ଭୂମିକାରେ ଶୈଳେନ୍ଦ୍ର ସାମନ୍ତରାୟଙ୍କ ସହ ଦିବ୍ୟା ମୁଖ୍ୟ ଭୂମିକାରେ ନଜର ଆସିବା ବେଳେ ଟୁଲୁ, ଶୁଭ୍ରାଂଶୁ, ଚିନ୍ତାମଣୀ, ଅଞ୍ଜନା, ରବି ମିଶ୍ର, ରତନ ମେହେର, ବିଜୟ ବଳ,କାଳିଆ ଷଣ୍ଢ ପ୍ରମୁଖ ମଧ୍ୟ ଚଳଚ୍ଚିତ୍ରରେ ନଜର ଆସିବେ । ଏହି ଫିଲ୍ମଟିରେ ଶିଶୁ କଳାକାର ଭାବେ ଆଲିଆ, ତାପସ ଓ ଆୟୁଷ ଦମଦାର ଅଭିନୟ କରିଛନ୍ତି । ଆସନ୍ତା ଲକ୍ଷ୍ମୀପୂଜାରେ ସିନେମାଟି ମୁକ୍ତିଲାଭ କରିବ ବୋଲି କ୍ରିଏଟିଭ ହେଡ଼ ପ୍ରଣୟ ଜେଠୀ ସୂଚନା ଦେଇଛନ୍ତି । କ୍ରିଏଟିଭ୍ ହେଡ୍ ପ୍ରଣୟ ଜେଠୀଙ୍କ ସୂଚନା ଅନୁଯାୟୀ ଫିଲ୍ମଟି ଆସନ୍ତା ଲକ୍ଷ୍ମୀ ପୂଜାରେ ମୁକ୍ତିଲାଭ କରିବ ।

Leave a Reply

Your email address will not be published. Required fields are marked *