Pratidin TV

Odisha's Digital News Platform

ନିଲାମ ହେଲା ରାଜକୁମାରଙ୍କ ନାଲି ସ୍ୱେଟର; ମୂଲ୍ୟ ଶୁଣି ଆପଣଙ୍କ ଉଡିଯିବ ହୋସ୍‌

1 min read

୯କୋଟିରୁ ଉର୍ଦ୍ଧ ଟଙ୍କାରେ ନିଲାମ ହେଲା ଏକ ନାଲି ସ୍ୱଟର । ଆପଣମାନେ ଦାମୀ ପୋଷାକ କଥା ଶୁଣିଥିବେ ।ତେବେ ଆପଣ କେବେ ଭାବିଛନ୍ତି ଯେ କୌଣସି ସ୍ୱଟର ମୂଲ୍ୟ କୋଟି ଉପରେ ଥିବା । ବାସ୍ତବରେ ଏଭଳି ଏକ ସ୍ୱଟ ଅଛି ଯାହାର ମୂଲ୍ୟ ୯କୋଟିରୁ ଉର୍ଦ୍ଧ । ଏବଂ ସେ ପୁଣି ଏମିତି ସେମିତି ସ୍ୱଟର ନୁହେଁ । ସେ ହେଉଛି ଜଣେ ରାଜକୁମାରୀଙ୍କ ସ୍ୱଟର । ଯୁବରାଣୀ ଡାଏନାଙ୍କ ପ୍ରସିଦ୍ଧ ଲାଲ୍ ରଙ୍ଗର ‘ବ୍ଲାକ୍ ସିପ୍‌’ (କଳାମେଣ୍ଢା) ସ୍ୱେଟର ପାଖାପାଖି ୯ କୋଟି ଟଙ୍କାରେ ବିକ୍ରୟ ହୋଇଥିବା ଜଣାପଡିଛି ।ଡାଏନା ପରିଧାନ କରିଥିବା ଯେତେ ସବୁ ପୋଷାକ ନିଲାମ ହୋଇଛି ତା’ ଭିତରୁ ଏହି ସ୍ୱେଟର ସର୍ବାଧିକ ମୂଲ୍ୟରେ ବିକ୍ରି ହେଇଥିବା କଥା ରିପୋର୍ଟରେ ଉଲ୍ଲେଖ ଅଛି । ରିପୋର୍ଟ ଅନୁସାରେ, ଇଂଲଣ୍ଡ୍‌ର ଯୁବରାଜ ଚାର୍ଲସ୍‌ଙ୍କ ସହିତ ତାଙ୍କର ନିର୍ବନ୍ଧ ଘୋଷଣା ହେବାର ଅଳ୍ପ ଦିନ ପରେ ୧୯୮୧ ଗୋଟାଏ ‘ପୋଲୋ’ ମ୍ୟାଚ୍ ଦେଖିବାକୁ ଯାଇଥିବା ଡାଏନା ପ୍ରଥମେ ଏହାକୁ ପିନ୍ଧିଥିଲେ । ଲାଲ୍ ରଙ୍ଗର ଏହି ସ୍ୱେଟରରେ ଅଛି ଧାଡ଼ି ଧାଡ଼ି ଧଳା ମେଣ୍ଢାଙ୍କ ଭିତରେ ଗୋଟିଏ ମାତ୍ର କଳାମେଣ୍ଢା ରହିଛି ।

ଏହି ସ୍ୱେଟରକୁ କିଣିବା ପାଇଁ ଧନୀ ଲୋକଙ୍କ ଭିଡ଼ ଜମିଥିଲା । ଏହି ନିଲାମ ଆମେରିକାର ନ୍ୟୁୟର୍କରେ କରାଯାଇଥିବା ଜଣା ପଡ଼ିଛି ।ଏହି ସ୍ୱେଟରର ନିଲାମ ୩୧ ଅଗଷ୍ଟରୁ ଆରମ୍ଭ ହୋଇଥିଲା । ଶେଷ ପର୍ଯ୍ୟନ୍ତ ଏହା ୧.୬୪ କୋଟି ଟଙ୍କାରେ ନିଲାମ ହେବ ବୋଲି କୁହାଯାଉଥିଲା । କିନ୍ତୁ ଶେଷ କିଛି ମିନିଟରେ ସବୁ କିଛି ଓଲଟ ପାଲଟ ହେଇଯାଇଥିଲା । ସ୍ୱେଟରର ମୂଲ୍ୟ ଏକ କୋଟି ଟଙ୍କା ଉପରେ ପହଞ୍ଚିବା ପରେ ନିଲାମ କରୁଥିବା କମ୍ପାନୀ ଆଶ୍ଚର୍ଯ୍ୟ ହୋଇଥିଲା । ତେବେ ଜଣେ ବ୍ୟକ୍ତି ଏହି ସ୍ୱେଟରକୁ ୮.୨୪ କୋଟି ଟଙ୍କାରେ କିଣି ନେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *