Pratidin TV

Odisha's Digital News Platform

ବଜେଟ ପ୍ରସ୍ତୁତି କରିବାରେ ନିର୍ମଳା ସୀତାରମଣ ଟିମରେ ଅଛନ୍ତି ଏହି ବରିଷ୍ଠ

1 min read

କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ଲୋକସଭାରେ କେନ୍ଦ୍ର ବଜେଟ ଆଗତ କରିବେ। ଏଥିସହ ଅର୍ଥ ମନ୍ତ୍ରୀ ଭାବେ ଲଗାତର ୭ ଥର ବଜେଟ ଉପସ୍ଥାପନ କରି ସେ ଇତିହାସ ରଚିବାକୁ ଯାଉଛନ୍ତି। ସୋମବାର ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଆଜି ଦ୍ବିତୀୟ ଦିନରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ। ଏହା ମୋଦୀ ସରକାରଙ୍କ ତୃତୀୟ ପାଳିର ପ୍ରଥମ ପୂର୍ଣ୍ଣାଙ୍ଗ ବଜେଟ।

ଦେଶର ସାଧାରଣ ବଜେଟ ପ୍ରତିବର୍ଷ ୫ଟି ପର୍ଯ୍ୟାୟରେ ପ୍ରସ୍ତୁତ କରାଯାଏ । ଅର୍ଥ ମନ୍ତ୍ରାଳୟ ପ୍ରତି ବର୍ଷ କେନ୍ଦ୍ରୀୟ ବଜେଟ ପ୍ରସ୍ତୁତ କରିଥାଏ । ଅନେକ ବିଭାଗ ସହ ବିଚାର ବିମର୍ଶ କରିବା ପରେ ବଜେଟ ପ୍ରସ୍ତୁତ ହୋଇଥାଏ । ଏଥିରେ ନୀତି ଆୟୋଗ ଓ ସରକାରଙ୍କ ଅନ୍ୟ ବିଭାଗ ସାମିଲ ହୋଇଥାନ୍ତି ।

Advertisement

ପାଖାପାଖି ୬ ମାସ ପୂରପ୍ବରୁ ବଜେଟ ପ୍ରସ୍ତୁତ ହୁଏ । ଅର୍ଥ ମନ୍ତ୍ରାଳୟ ଏ ସମ୍ବନ୍ଧିତ ମନ୍ତ୍ରାଳୟ ଓ ବିଭାଗକୁ ବଜେଟ ସର୍କୁଲାର ପଠାଇଥାଏ । ଆସନ୍ତା ଆର୍ଥିକ ବର୍ଷରେ ଖର୍ଚ୍ଚର ଅନୁମାନ କରି ଜରୁରୀ ଫଣ୍ଡ ବିଷୟରେ ସୂଚନା ଦେବାକୁ ସମ୍ପୃକ୍ତ ବିଭାଗକୁ କୁହାଯାଇଥାଏ । ଏହା ଛଡା ବିଭିନ୍ନ ଉଦ୍ୟୋଗ ସଙ୍ଘ, ବାଣିଜ୍ୟ ମଣ୍ଡଳ,କୃଷକ ସଙ୍ଘ, ଟ୍ରେଡ ୟୁନିଅନ ଓ ଅର୍ଥନୀତିଜ୍ଞଙ୍କ ସହ ଆଲୋଚନା କରି ବଜେଟ ପ୍ରସ୍ତୁତ କରାଯାଇଥାଏ ।

ତେବେ ଚଳିତ ବର୍ଷର ବଜେଟ ପ୍ରସ୍ତୁତ କରିବାରେ ଏହି ବିଶେଷ ଭୂମିକା ଗ୍ରହଣ କରିଛନ୍ତି –

ଅର୍ଥ ସଚିବ ଟି.ଭି ସୋମନାଥନ୍:

ଅର୍ଥ ସଚିବ ଟି.ଭି ସୋମନାଥନ ଅର୍ଥ ମନ୍ତ୍ରଣାଳୟକୁ ଆସିବା ପୂର୍ବରୁ ପିଏମ୍ୱରେ ଅତିରିକ୍ତ ସଚିବ ଭାବରେ କାର୍ଯ୍ୟ କରିସାରିଛନ୍ତି। ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ଅତି ନିକଟତର ବୋଲି ଜଣାଯାଏ । ଏଥର ସେ ବଜେଟ୍ ପ୍ରସ୍ତୁତ କରିବାରେ ମଧ୍ୟ ଏକ ବିଶେଷ ଭୂମିକା ଗ୍ରହଣ କରିଛନ୍ତି।

ଅରବିନ୍ଦ ଶ୍ରୀବାସ୍ତବ:

କର୍ଣ୍ଣାଟକର ୧୯୯୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅରବିନ୍ଦ ଶ୍ରୀବାସ୍ତବ, ପିଏମ୍ୱରେ ଅର୍ଥ ଏବଂ ଅର୍ଥନୀତି ଅଧିକାରୀ ସେ ଅର୍ଥ ଏବଂ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର କାର୍ଯ୍ୟକାରିତାକୁ ତଦାରଖ କରନ୍ତି I ସେ ଏହି ବଜେଟ୍ ପ୍ରସ୍ତୁତ କରୁଥିବା ଦଳରେ ଅନ୍ତର୍ଭୁକ୍ତ ।

ହରି ରଞ୍ଜନ ରାଓ:

୧୯୯୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ହରି ରଞ୍ଜନ ରାଓ, ପିଏମ୍ୱର ଟେକ୍ନୋଲୋଜି ଏବଂ ଶାସନ ବିଭାଗ ଗୁଡ଼ିକର ତଦାରଖ କରୁଥିଲେ । ଏହାପୂର୍ବରୁ ସେ ମଧ୍ୟପ୍ରଦେଶର ପୂର୍ବତନ ସିଏମ ଶିବରାଜ ସିଂ ଚୌହାନଙ୍କ ସଚିବ ଥିଲେ। ଏହା ବ୍ୟତୀତ ସେ ଟେଲିକମ୍‌ ବିଭାଗରେ ମଧ୍ଯ କାର୍ଯ୍ୟ କରିଛନ୍ତି । ଏହି ବଜେଟ୍ ପ୍ରସ୍ତୁତ କରିବାରେ ସେ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ ମିଶ୍ର:

ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ହେଉଛନ୍ତି ସରକାରଙ୍କ ସମସ୍ତ ଗୁରୁତ୍ବପୂର୍ଣ୍ଣ ନୀତିଗତ କାର୍ଯ୍ୟଗୁଡ଼ିକର ତଦାରଖ କରୁଥୁବା ପ୍ରମୁଖ ବ୍ୟକ୍ତି । ଏଭଳି ପରିସ୍ଥିତିରେ ତାଙ୍କର ଏହି ବଜେଟରେ ମଧ୍ୟ ଏକ ବିଶେଷ ଅବଦାନ ଦେଇଛନ୍ତି।

ପୁଣ୍ୟ ସଲୀଳା ଶ୍ରୀବାସ୍ତବ:

୧୯୯୩ ମସିହା ବ୍ୟାଚ୍ ଆଇଏଏସ୍ ଅଧିକାରୀ ହେଉଛନ୍ତି ପୁଣ୍ୟ ସଲୀଳା ଶ୍ରୀବାସ୍ତବ, ସେ ସରକାରଙ୍କ ସାମାଜିକ ଓ କଲ୍ୟାଣ ବିଭାଗର ତଦାରଖ କରନ୍ତି I ପିଏମ୍ଓରେ ଯୋଗଦେବା ପୂର୍ବରୁ ସେ ଗୃହ ମନ୍ତ୍ରଣାଳୟରେ କାର୍ଯ୍ୟ କରିଥିଲେ।

ଅନ୍ୟ ପ୍ରମୁଖ ସଦସ୍ୟ:

ଦଳର ଅନ୍ୟ ପ୍ରମୁଖ ସଦସ୍ୟମାନେ ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ରାଜସ୍ବ ସଚିବ ସଞ୍ଜୟ ମଲହୋତ୍ରା, ଅର୍ଥନୈତିକ ବ୍ୟାପାର ବିଭାଗ ସଚିବ ଅଜୟ ସେଠ, ନିବେଶ ଏବଂ ଜନ ସମ୍ପଦ ପରିଚାଳନା ସଚିବ ତୁହିନ କାନ୍ତ ପାଣ୍ଡେ, ଆର୍ଥିକ ସେବା ସଚିବ ବିବେକ ଯୋଶୀ, ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ବରନ୍ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅତିଶ ଚନ୍ଦ୍ର ମଧ୍ୟ ମୁଖ୍ୟତଃ ଏଥିରେ ଜଡ଼ିତ ଅଛନ୍ତି।

Leave a Reply

Your email address will not be published. Required fields are marked *