ଟ୍ରମ୍ପଙ୍କ ପରାଜୟ ମନେମନେ ଚାହୁଁଥିଲା ଭାରତର ଏହି ରାଜ୍ୟ
1 min readଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ଏବେ ସାରା ବିଶ୍ୱ ଉତ୍ସବ ମୁଖର ହୋଇଉଠିଛି | ବିଶ୍ୱ ନେତା ଏବେ ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଉଛନ୍ତି | ହ୍ୱାଇଟ ହାଉସ ଉପରେ କବଜା କରିଛନ୍ତି ରିପବ୍ଲିକାନ ଡୋନାଲ୍ଡ ଟ୍ରମ୍ପ | ଖାସ କରି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡୋନାଲ୍ଡ ଟ୍ରମ୍ପଙ୍କୁ ଅନେକ ଶୁଭେଚ୍ଛା ଜଣାଇବା ସହ ମୋଦି ଏବଂ ଟ୍ରମ୍ପଙ୍କ ଅନେକ ଫଟୋ ବେଶ ଭାଇରାଲ ହେଉଛି | କିନ୍ତୁ ଏକ ରିପୋର୍ଟରୁ ଜଣାପଡିଛି ଯେ, ଯେଉଁ ଭାରତର ପ୍ରଧାନମନ୍ତ୍ରୀ ଟ୍ରମ୍ପଙ୍କ ବିଜୟ ପାଇଁ ଖୁସି ହେଉଛନ୍ତି ସେହି ଭାରତର ଗୋଟେ ରାଜ୍ୟ ଡୋନାଲ୍ଡ ଟ୍ରମ୍ପଙ୍କ ପରାଜୟ ଚାହୁଁଥିଲା |
ଭାରତର ୩0ଟି ରାଜ୍ୟରୁ ୨୯ଟି ରାଜ୍ୟ ଡୋନାଲ୍ଡ ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ବେଳେ ଗୋଟିଏ ରାଜ୍ୟ ଚାହୁଁଥିଲା ଡୋନାଲ୍ଡ ଟ୍ରମ୍ପ ହରାନ୍ତୁ ଏବଂ ଗାଦି ହାସଲ କରନ୍ତୁ କମଲା ହାରିସ | ଆଉ ସେହି ରାଜ୍ୟ ହେଉଛି ତାମିଲନାଡୁ | ଭାରତୀୟ ବଂଶୋଦ୍ଭବ କମଲା ହାରିସ ଜିତନ୍ତୁ ବୋଲି ଚାହୁଁଥିଲା ତାମିଲନାଡୁ । ଗୁଗୁଲ ସର୍ଚ୍ଚ ମ୍ୟାପ ଗୁଗୁଲ ଟ୍ରେଣ୍ଡ୍ସରୁ ଏହି ତଥ୍ୟ ଜଣାପଡ଼ିଛି । ହାରିସଙ୍କ ପୈତୃକ ଗାଁ ତାମିଲନାଡୁ ତିରୁଭରୁର ଜିଲା ତୁଲାଷେନ୍ଦ୍ରପୁରମ ଗାଁରେ ପୂଜାର୍ଚ୍ଚନା ହେଉଥିଲା । ଟ୍ରମ୍ପଙ୍କ ପାଇଁ ମଧ୍ୟ ଭାରତରେ ଅନକେ ଜାଗାରେ ପୂଜାର୍ଚ୍ଚନା ହେଉଥିଲା ।
ଅଧିକ ପଢ଼ନ୍ତୁ;
ଫିଲ୍ମ ସୁଟିଂ ମଝିରେ ହନୁମାନଙ୍କ ଭକ୍ତିରେ ଲୀନ ହେଲେ ଅଭିନେତ୍ରୀ ଜାହ୍ନବୀ କପୁର