ପୁନର୍ବାର ଇଡିରେ ହାଜର ହେଲେନି ସିଏମ ଅରବିନ୍ଦ କେଜ୍ରିୱାଲ, କହିଲେ “ମୋର ଲୁଚାଇବାକୁ କିଛି ନାହିଁ”
1 min readଦିଲ୍ଲୀର ମଦ ଦୁର୍ନୀତିରେ ସନ୍ଦେହରେ ଆସିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗୁରୁବାର ଅର୍ଥାତ ଡିସେମ୍ବର 21ରେ ପୁଣି ଥରେ ଇଡିରେ ହାଜର ହୋଇନାହାଁନ୍ତି।ମଙ୍ଗଳବାର ତାଙ୍କୁ ଇଡି ପକ୍ଷରୁ ଗୁରୁବାର ହାଜର ହେବାକୁ ସମନ କରାଯାଇଥିଲା। କିନ୍ତୁ ବୁଧବାର କେଜ୍ରିୱାଲ ୧୦ ଦିନ ପାଇଁ ଦିଲ୍ଲୀ ବାହାରକୁ ଚାଲି ଯାଇଛନ୍ତି। ତେବେ ଏଥର ସେ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ଅଧିକାରୀଙ୍କୁ ଉତ୍ତର ପଠାଇ ତାଙ୍କ ପକ୍ଷ ଉପସ୍ଥାପନ କରିଛନ୍ତି। ଏଥିସହ ସେ ଦାବି କରିଛନ୍ତି ଯେ କେନ୍ଦ୍ରର ନିର୍ଦ୍ଦେଶରେ ତାଙ୍କୁ ହଇରାଣ କରାଯାଉଛି। ତାଙ୍କ ପାଖରେ ଲୁଚାଇବାକୁ କିଛି ନାହିଁ | ଦିଲ୍ଲୀର ଅଭିଯୋଗ ହୋଇଥିବା ମଦ ଦୁର୍ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଡିସେମ୍ବର 21 ରେ କେଜ୍ରିୱାଲଙ୍କୁ ପଚରାଉଚରା କରିବାରଥିଲା ।ହେଲେ ସେ ଆଜି ଉପସ୍ଥିତ ହୋଇନାହାନ୍ତି । ସେ ୧୦ ଦିନ କାଳ ଧ୍ୟାନକେନ୍ଦ୍ର ବା ବିପାସନା କ୍ୟାମ୍ପରେ ରହିବେ। ଏହି ସମୟରେ ସେ କାହା ସହ ଯୋଗାଯୋଗ କରିବେ ନାହିଁ। ତେଣୁ ସେ ଇଡିର ସମନ ଅନୁସାରେ ଆଜି ଜେରା ପାଇଁ ହାଜର ହୋଇନାହାନ୍ତି ।
ଆପର ଜାତୀୟ ଆବାହକ କେଜ୍ରିୱାଲ ୧୦ ଦିନ କାଳ ପଞ୍ଜାବର ହୋଶିଆରପୁର ଅନ୍ଦଗଡ଼ ଗାଁରେ ରହିବେ। ସେ ଡିସେମ୍ବର ୩୦ ତାରିଖ ଯାଏ ସେଠାରେ ଥିବା ବିପାସନା କ୍ୟାମ୍ପରେ ସମୟ କାଟିବେ। ଏହି ସମୟରେ ସେ ରାଜନୀତିକ ଜୀବନରୁ ଦୂରେଇ ରହିବା ସହ କାହା ସହ ଯୋଗାଯୋଗ ମଧ୍ୟ କରିବେ ନାହିଁ। ସେଠାରୁ ଫେରିବା ପରେ ହୁଏତ ଇଡି ତାଙ୍କୁ ତୃତୀୟ ଥର ପାଇଁ ହାଜର ହେବାକୁ ସମନ କରିପାରେ। ସୂଚନା ମୁତାବକ ,ଏହାପୂର୍ବରୁ ନଭେମ୍ବର ୨ରେ କେଜ୍ରିୱାଲଙ୍କୁ ଇଡି ପକ୍ଷରୁ ହାଜର ହେବାକୁ ସମନ କରାଯାଇଥିଲା। କିନ୍ତୁ ସେ ଇଡି ସମନକୁ ବେଖାତିର କରି ମଧ୍ୟପ୍ରଦେଶର ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରିବାକୁ ଯାଇଥିଲେ। ମଙ୍ଗଳବାର ପୁଣି ଇଡି ତାଙ୍କୁ ଗୁରୁବାର ହାଜର ହେବାକୁ କହିଛି। ଏଥର ମଧ୍ୟ ସେ ସମନ ଅନୁସାରେ ଇଡି କାର୍ଯ୍ୟାଳୟରେ ହାଜର ହୋଇନାହାନ୍ତି ।କେଜ୍ରିୱାଲ ଇଡିରେ ହାଜର ହେବା ପରିବର୍ତ୍ତେ ଏକ ଉତ୍ତର ପଠାଇଛନ୍ତି। ଏଥିରେ ସେ କହିଛନ୍ତି ଯେ ଏଜେନ୍ସିର ପୂର୍ବ ସମନ ପରି ଇଡିର ଏହି ସମନ ମଧ୍ୟ ବେଆଇନ ଅଟେ। ରାରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ହୋଇଥିବାରୁ ଇଡି ର ଏହି ସମନକୁ ପ୍ରତ୍ୟାହାର କରିବା ଉଚିତ୍ | ମୁଁ ମୋ ଜୀବନ ବଞ୍ଚିଛି ସଚ୍ଚୋଟତା ଏବଂ ସ୍ୱଚ୍ଛତା ର ସହିତ |