Pratidin TV

Odisha's Digital News Platform

ଏଥର ପ୍ରଥମ ଥର ପାଇଁ ଭାରତୀୟ ନୌସେନା ଦିବସ ପାଳନ ହେବ ଓଡ଼ିଶାରେ….

1 min read

ଡିସେମ୍ବର ୪ରେ ଭାରତୀୟ ନୌସେନା ଦିବସ ପାଳନ ହେବାକୁ ଯାଉଛି | ଏହି ଅବସରରେ ଓଡ଼ିଶାର ପୁରୀ ବ୍ଲ୍ୟୁ ଫ୍ଲାଗ ବିଚକୁ ଚୟନ କରାଯାଇଛି | ଏହା ପ୍ରଥମ ଥର ହେବ ଯେ, ଭାରତୀୟ ନୌସେନା ଓଡିଶାରେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରିବ ଏବଂ ସାଧାରଣ ଜନତାଙ୍କୁ ଅତ୍ୟାଧୁନିକ ଯୁଦ୍ଧ ଜାହାଜ ଏବଂ ବିମାନ ତଥା କମାଣ୍ଡୋଙ୍କ ପ୍ରଦର୍ଶନର ସାକ୍ଷୀ ହେବାକୁ ଏକ ଅନନ୍ୟ ସୁଯୋଗ ଦେବ। ସମସ୍ତେ ଉତ୍ସାହରେ ପରିପୂର୍ଣ୍ଣ ହେବେ |

ସୂଚନା ଅନୁଯାୟୀ, ଏହି ଅବସରରେ ଡିସେମ୍ବର ୪ ରେ ଓଡିଶାର ପୁରୀର ବ୍ଲୁ ଫ୍ଲାଗ ବିଚରେ ଭାରତୀୟ ନୌସେନାର ଏକ କାର୍ଯ୍ୟକ୍ଷମ ପ୍ରଦର୍ଶନ ଅନୁଷ୍ଠିତ ହେବ। ଏହି ପ୍ରଦର୍ଶନରେ MiG-29K ଏବଂ LCA ସହିତ 40 ବିମାନ ଏବଂ ୨୫ ଯୁଦ୍ଧ ଜାହାଜ ଅନ୍ତର୍ଭୁକ୍ତ ହେବ | ଏହି ପ୍ରଦର୍ଶନଗୁଡିକ ଭାରତୀୟ ନୌସେନାର ସାମୁଦ୍ରିକ ଶକ୍ତି ଏବଂ କାର୍ଯ୍ୟକ୍ଷମ କ୍ଷମତା ପ୍ରଦର୍ଶନ କରିବ | ଗତ ଶନିବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି।

Advertisement

ଏହି କାର୍ଯ୍ୟକ୍ରମରେ ଏକ ଚମତ୍କାର ପରେଡ ମଧ୍ୟ ଆୟୋଜିତ ହେବ | ଏହି ବିଶେଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଭାରତୀୟ ନୌସେନାର ବରିଷ୍ଠ ଅଧିକାରୀଙ୍କ ସମେତ ବହୁ ବଡ ବ୍ୟକ୍ତି ଉପସ୍ଥିତ ରହିବେ।

ବର୍ତ୍ତମାନ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି | ଗତ ଶନିବାର ଏକ ଉଚ୍ଚ ସ୍ତରୀୟ ବୈଠକରେ ଓଡ଼ିଶା ପୋଲିସର ମହା ନିର୍ଦ୍ଦେଶକ ୱାଇ.ବି ଖୁରାନିଆ ଏହି ନୌସେନା ଦିବସ ଯେପରି ଶସୁରକ୍ଷା ବେଳେ ମଧ୍ୟରେ ସୁରୁଖୁରୀ ଭାବରେ ଚାଲିବ ତା’ ଉପରେ ପୋଲିସ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି | ରାଜ୍ୟ ସରକାର, ସ୍ଥାନୀୟ ପ୍ରଶାସନ ଏବଂ ନୌସେନା ମଧ୍ୟରେ ସହଯୋଗ ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି |

Leave a Reply

Your email address will not be published. Required fields are marked *