ଏହା ଥିଲା ରତନ ଟାଟାଙ୍କ ଶେଷ ଭିଡିଓ ..
1 min readଆଉ ନାହାନ୍ତି ବ୍ୟବସାୟର ଚାଣକ୍ୟ ରତନ ଟାଟା।ଦେଶର ପ୍ରସିଦ୍ଧ ବିଜିନେସ ଟାଇକନ୍ ରତନ ଟାଟାଙ୍କର 86 ବର୍ଷ ବୟସରେ ମୁମ୍ବାଇର ଏକ ଡାକ୍ତରଖାନାରେ ମୃତ୍ୟୁ ଘଟିଛି। ନିଜର ସରଳ ପ୍ରକୃତି ଏବଂ ଜୀବନ୍ତ ହୃଦୟ ପାଇଁ ଲୋକଙ୍କ ହୃଦୟ ଜିତି ନେଇଛନ୍ତି । ଆଜି ସାରା ବିଶ୍ୱ ତାଙ୍କୁ ଝୁରୁଛି ।
ରାଜନୀତି, ଖେଳ, କଳାଜଗତ ସହ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଛି। ଭାରତ ଜଣେ ପ୍ରକୃତ ‘ରତ୍ନ’କୁ ହରାଇଛି ବୋଲି ଅନେକେ ମତ ରଖୁଛନ୍ତି। ତେବେ ଏସବୁ ମଧ୍ୟରେ ସୋସିଆଲ ମିଡିଆରେ ରତନଙ୍କ ଅନ୍ତିମ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ସେ ସ୍ବଚ୍ଛ ଭାରତ ମିଶନର ୧୦ ବର୍ଷ ପୂର୍ତ୍ତି ହେବା ଉପଲକ୍ଷେ ପିଏମ୍ ମୋଦିଙ୍କୁ ଶୁଭେଚ୍ଛା ଜଣାଉଥିବା ଦେଖାଯାଇଛି।
ଅକ୍ଟୋବର ୨,୨୦୨୪ରେ ରତନ ଟାଟା ଭିଡିଓ ବାର୍ତ୍ତାରେ କହିଥିଲେ ଯେ-ମୁଁ ମାନନୀୟ ପ୍ରଧାନମନ୍ତ୍ରୀଙ୍କୁ ସ୍ବଚ୍ଛ ଭାରତ ମିଶନର ୧୦ ବର୍ଷ ପୂର୍ତ୍ତି ହେବା ଅବସରରେ ଶୁଭେଚ୍ଛା ଜଣାଉଛି। ଏହିଭଳି ଗ୍ରାମୀଣ ଭାରତରେ ଲକ୍ଷ ଲକ୍ଷ ଲୋକେ ଲାଭାନ୍ବିତ ହୋଇଛନ୍ତି। ଟାଟା ଟ୍ରଷ୍ଟକୁ ଏଭଳି କାର୍ଯ୍ୟକ୍ରମ ସହ ଯୋଡ଼ି ହେବା ତଥା ସହଭାଗିତା କରିବା ଉପରେ ଗର୍ବ କରୁଛି। ଏହା ଆଗାମୀ ବର୍ଷରେ ମହତ୍ୱପୂର୍ଣ୍ଣ କ୍ଷେତ୍ରରେ ନିରନ୍ତର ସମର୍ଥନର ଆଶା କରୁଛି। ’
ରତନ ଟାଟାଙ୍କ ଅନ୍ତିମ ଭିଡିଓଟି ମାତ୍ର ୪୨ ସେକେଣ୍ଡର। ଏଥିରେ ସେ ସ୍ବଚ୍ଛ ଭାରତ ମିଶନର ସକରାତ୍ମକ ପରିଣାମ ବିଷୟରେ ଉଲ୍ଲେଖ କରିଛନ୍ତି। ଭିଡିଓରେ ତାଙ୍କ ସ୍ବର ସହ ଶରୀର ଖରାପ ଥିବା ସ୍ପଷ୍ଟ ହେଉଛି। ରତନ ଟାଟାଙ୍କ ଅନ୍ତିମ ଭିଡିଓ ଦେଖି ସମସ୍ତେ ଭାବୁକ ହୋଇଯାଇଛନ୍ତି । ’