Pratidin TV

Odisha's Digital News Platform

ଚାକିରି ସମସ୍ୟା , କାନାଡ଼ାରେ ୱେଟର୍ ଚାକିରି ପାଇଁ ଲାଗିଛି ଲମ୍ବା ଲାଇନ୍, ଧାଡ଼ିରେ ଛିଡା ହୋଇଛନ୍ତି ଭାରତୀୟ ଛାତ୍ର ..

1 min read

ଭାରତରେ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ନିଅଣ୍ଟିଆ ନିଯୁକ୍ତିର ପରିସ୍ଥିତିକୁ ନେଇ ଏବେ ତର୍କ-ବିତର୍କ ଚାଲି ଥିବାବେଳେ କାନାଡ଼ାରୁ ଆସିଛି ଏକ ନୈରାଶ୍ୟଜନକ ଚିତ୍ର। ସେଠାରେ ହଜାର ହଜାର ଭାରତୀୟ ଛାତ୍ର ୱେଟର ଚାକିରି ପାଇଁ ଲମ୍ବା ଧାଡ଼ିରେ ଛିଡା ହୋଇଥିବାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ୍ ହେଉଛି।ଭାଇରାଲ୍ ଭିଡିଓ ଅନୁସାରେ, ଏହି ଦୃଶ୍ୟ କାନାଡାର ବ୍ରମ୍ପଟନ୍ ସ୍ଥିତ ତନ୍ଦୁରି ଫ୍ଲେମ୍ ରେଷ୍ଟୁରାଣ୍ଟ ବାହାରର।

ଏଠାରେ ପ୍ରାୟ 3 ହଜାରରୁ ଅଧିକ ଛାତ୍ର ଚାକିରି ପାଇଁ ଲାଇନରେ ଛିଡ଼ା ହୋଇଛନ୍ତି। ତାହା ପୁଣି ମ୍ୟାନେଜର କି ଅନ୍ୟ କୌଣସି ବଡ଼ ପଦବୀ ପାଇଁ ନୁହେଁ, ବରଂ ୱେଟର୍ ପାଇଁ।ୱେଟର୍ ବା ସର୍ଭର୍ (ଗ୍ରାହକଙ୍କୁ ଖାଦ୍ୟ ପରଷୁଥିବା ବ୍ୟକ୍ତି) ପଦବୀ ପାଇଁ ଏହି ନିଯୁକ୍ତି ଚାଲିଥିଲା। ଇଣ୍ଟର୍ଭ୍ୟୁ ପାଇଁ ଏତେ ସଂଖ୍ୟକ ଭାରତୀୟ ଛାତ୍ର ଧାଡ଼ିରେ ଛିଡ଼ା ହୋଇଥିବା ଏକ ସୋଶାଲ ମିଡିଆ ପୋଷ୍ଟରେ ଦାବି କରାଯାଇଛି।ଏହି ପୋଷ୍ଟ ପରେ ଭାରତରେ ନିଯୁକ୍ତି ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭାରତୀୟ ୟୁଜର୍ସ । ଯୁବପିଢିଙ୍କୁ ନିଯୁକ୍ତି ମିଳୁନଥିବାରୁ ସେମାନେ ବାହାର ଦେଶରେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *