Pratidin TV

Odisha's Digital News Platform

ହଜାର ହଜାର ସମର୍ଥକଙ୍କ ଆସି ନାମାଙ୍କନ ଦାଖଲ କଲେ ପ୍ରଫୁଲ୍ଲ ସାମଲ ।

1 min read

ଭଦ୍ରକ ବିଧାନସଭା ପାଇଁ ଆଜି ବିଜୁ ଜନତା ଦଳର ଭଦ୍ରକ ନିର୍ବାଚନ ମଣ୍ଡଳୀ ପାଇଁ ଆଜି ନାମାଙ୍କନ ଦାଖଲ କରିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରଫୁଲ୍ଲ ସାମଲ। ଶ୍ରୀ ସାମଲ ଆଜି ତାଙ୍କର ହଜାର ହଜାର ସମର୍ଥକଙ୍କ ବିରାଟ ମୋଟର ସାଇକେଲ ରାଲିରେ ଆସି ଉପ ଜିଲ୍ଲାପାଳ ଙ୍କ ନିକଟରେ ପାର୍ଥୀପତ୍ର ଦାଖଲ କରିଛନ୍ତି।

ଧାର୍ଯ୍ୟ ହୋଇଥିବା ଆଜି ଶ୍ରୀ ସାମଲ ଆଜି ବାଇପାସ ସ୍ଥିତ ଜଗନ୍ନାଥ ମନ୍ଦିର ରେ ପୂଜା କରି ଏକ ବିଶାଳ ମୋଟର ସାଇକେଲ ରାଲିରେ ହଜାର ହଜାର କର୍ମୀ ଙ୍କ ସହ ସହର ପରିକ୍ରମା କରି ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟରେ ନିଜର ପାର୍ଥୀପତ୍ର ଦାଖଲ କରିଛନ୍ତି। ଶ୍ରୀ ସାମଲଙ୍କ ସହ ସାଂସଦ ମଞ୍ଜୁଲତା ମଣ୍ଡଳ, ବିଧାୟକ ସଞ୍ଜୀବ ମଲ୍ଲିକ,ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଜିଲ୍ଳା ସଭାପତି ଜଗନ୍ନାଥ ସ୍ୱାଇଁ ଙ୍କ ସମେତ ଅନେକ ନେତା ଓ କର୍ମୀ ଉପସ୍ଥିତ ଥିଲେ।

Advertisement

ସୂଚନା ଥାଉକି ଶ୍ରୀ ସାମଲ ପୂର୍ବରୁ ଭଦ୍ରକ ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ବ କରିଥିବା ବେଳେ ପରେ ଦୀର୍ଘ ପନ୍ଦର ବର୍ଷ ଧରି ଭଣ୍ଡାରିପୋଖରୀ ନିର୍ବାଚନ ମଣ୍ଡଳୀ ରୁ ପ୍ରତିନିଧିତ୍ୱ କରୁଛନ୍ତି, ମନ୍ତ୍ରୀ ମଧ୍ୟ ହୋଇଥିଲେ, କିନ୍ତୁ ଚଳିତ ସାଧାରଣ ନିର୍ବାଚନ ରେ ଦଳ ପାର୍ଥି ଅଦଳ ବଦଳ କରିଛି ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ଙ୍କୁ ଭଣ୍ଡାରିପୋଖରୀରେ ପାର୍ଥି କରିଥିବା ବେଳେ ଶ୍ରୀ ସାମଲ ଙ୍କୁ ଭଦ୍ରକ ରେ ପାର୍ଥି କରିଛି। ଶ୍ରୀ ସାମଲ ଗଣମାଧ୍ୟମ ର ପ୍ରଶ୍ନର ଉତ୍ତର ରେ କହିଛନ୍ତି ଭଦ୍ରକକୁ ଜିଲ୍ଳା ଆମେ କରିଥିଲୁ ଏବଂ ଭଦ୍ରକରେ ବିଶ୍ୱ ବିଦ୍ୟାଳୟ ଓ ମେଡିକାଲ କଲେଜ ମଧ୍ୟ ଆମେ କରିବୁ, ନବୀନ ପଟ୍ଟନାୟକ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବେ ଏବଂ ଭଦ୍ରକରେ ଆହୁରି ଦ୍ରୁତ ବିକାଶ ହେବ ବୋଲି କହିଛନ୍ତି ଶ୍ରୀ ସାମଲ।

Leave a Reply

Your email address will not be published. Required fields are marked *