Pratidin TV

Odisha's Digital News Platform

ବୈଜୟନ୍ତଙ୍କ ଜୀବନ ପ୍ରତି ରହିଛି ବିପଦ, ଆସିଲା ହତ୍ୟା ଧମକ..

1 min read



ବିଜେପି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କୁ ମିଳିଲା ହତ୍ୟା ଧମକ । ଫୋନକଲ୍ ଯୋଗେ ହତ୍ୟା ଧମକ ମିଳିଥିବା ସୂଚନା । ବୈଜୟନ୍ତଙ୍କ ସହ ତାଙ୍କ ସହଯାଗୀଙ୍କୁ ମଧ୍ୟ ଏପରି ଧମକ ପୂର୍ଣ୍ଣ ଫୋନକଲ ଆସିଥିବା ଜଣାପଡିଛି । ଫୋନକରି “ତମ ଅବସ୍ଥା ବି ନବ ଦାସଙ୍କ ପରି ହେବ” ବୋଲି କେହି ଧମକ ଦେଇଛନ୍ତି । ଏନେଇ ଦିଲ୍ଲୀ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା । ଯାହାକୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ । କିଏ ଓ କାହିଁକି ଏଭଳି ଧମକ୍ ପୂର୍ଣ୍ଣ ଫୋନକଲ କରିଛନ୍ତି ତାହାକୁ ନେଇ ଖୋଳତାଡ ଆରମ୍ଭ କରିଛି ପୋଲିସ । ବୈଜୟନ୍ତଙ୍କ ପାଖକୁ କେହି ଜାଣିକି କିମ୍ବା କିଏ ପ୍ରାଙ୍କ କରି ଏପରି କଲ କରିଥିବା ନେଇ କୈାଣସି ସ୍ପଷ୍ଟୀକରଣ ମିଳିନାହିଁ । ବା ଧମକ ପଛରେ କାରଣ କଣ ତାହାର ସତ୍ୟତା ପ୍ରକାଶ ପାଇନାହିଁ । ଅପରପକ୍ଷେ ଏପରି କଲ ଆସିବା ପରେ ଏହାକୁ ହାଲ୍ଲା ଭାବେ ଗ୍ରହଣ ନ କରି ପୋଲିସର ଦ୍ୱାରସ୍ଥ ହୋଇଛନ୍ତି ରାଷ୍ଟ୍ରିୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ।

Advertisement

Leave a Reply

Your email address will not be published. Required fields are marked *