Pratidin TV

Odisha's Digital News Platform

ସ୍କୁଲ-ହସ୍ପିଟାଲ ପରେ ଗୃହ ମନ୍ତ୍ରଣାଳୟକୁ ବୋମା ଧମକ.. ଦିଲ୍ଲୀ ପୋଲିସକୁ ଆସିଲା ମେଲ

1 min read

ସ୍କୁଲ ହସ୍ପିଟାଲ ପରେ ଏବେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଧମକ | କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଲ୍ଡିଂକୁ ବୋମା ପକାଇ ଉଡାଇ ଦେବାର ଆସିଛି ଧମକପୂର୍ଣ୍ଣ ମେଲ୍‌ | ଫଳରେ ଆତଙ୍କ ଖେଳିଯାଇଛି | ଏବଂ ଏହି ମେଲ ତୁରନ୍ତ ଆସିବା ପରେ ସୁରକ୍ଷାକର୍ମୀ ସର୍ଚ୍ଚ ଅପରେସନ ଆରମ୍ଭ କରିଦେଇଛନ୍ତି |

ସୂଚନା ଅନୁସାରେ, ଜଣେ ପୁଲିର ଜଣେ ବରିଷ୍ଠ ଅଫିସରଙ୍କ ପାଖକୁ ଏହି ଇ-ମେଲ୍‌ ଆସିଥିଲା। ବୁଧବାର ମଧ୍ୟାହ୍ଣ ୩ଟାରେ ଧମକପୂର୍ଣ୍ଣ ଇମେଲ୍‌ ଆସିଥିଲା।ସେହି ମେଲରେ ଗୃହ ମନ୍ତ୍ରାଳୟକୁ ବୋମା ବିସ୍ଫୋରଣ କରି ଉଡାଇ ଦେବାକୁ ଧମକ ଦିଆଯାଇଥିଲା। ଏହାପରେ ପୁଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀଙ୍କ ସହ ଏକ ଡଗ୍‌ ସ୍କ୍ୱାଡ୍‌ ଏବଂ ବୋମା ନିଷ୍କାସନକାରୀ ଦଳ ସମଗ୍ର ଅଞ୍ଚଳରେ ଖୋଜାଖୋଜି କରିଥିଲେ। କିନ୍ତୁ କିଛି ସନ୍ଦିଗ୍ଧ ଜିନିଷ ମିଳିନଥିଲା | ଏହାପରେ ଏହି ମେଲ ଫେକ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଥିଲା |

ଗତ କିଛି ଦିନ ହେବ ଜାତୀୟ ରାଜଧାନୀ ଦିଲ୍ଲୀର ସ୍କୁଲ ଏବଂ ଡାକ୍ତରଖାନାଗୁଡ଼ିକରେ ମଧ୍ୟ ବୋମା ଧମକ ଆସୁଛି। ବର୍ତ୍ତମାନ କେନ୍ଦ୍ର ଗୃହ ମନ୍ତ୍ରାଳୟ ବିଲ୍ଡିଂକୁ ବୋମାରେ ଉଡ଼ାଇବାକୁ ଆସିଛି ଧମକ | ଦିଲ୍ଲୀର ଅତ୍ୟଧିକ ସମ୍ବେଦନଶୀଳ ନର୍ଥ ବ୍ଲକରେ ବୋମା ଧମକ ମିଳିଛି।

Leave a Reply

Your email address will not be published. Required fields are marked *