Pratidin TV

Odisha's Digital News Platform

ବାଗେଶ୍ୱର ବାବାଙ୍କୁ ହତ୍ୟା ଧମକ , ଶରୀରରୁ ମୁଣ୍ଡ ଅଲଗା କରିଦେବୁ …

1 min read

ବାଗେଶ୍ୱର ବାବାଙ୍କୁ ସୋଶିଆଲ ମିଡିଆରେ ମିଳିଲା ହତ୍ୟା ଧମକ । ଉତ୍ତରପ୍ରଦେଶର ବରେଲିରେ ଥିବା ବାଗେଶ୍ୱର ଧାମର ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କୁ ହତ୍ୟା ଧମକ ମିଳିଥିବା ଜଣାପଡ଼ିଛି । ଫେସବୁକ୍ ମାଧ୍ୟମରେ ଦିଆଯାଇଥିବା ଧମକରେ, ଶରୀରରୁ ମୁଣ୍ଡକୁ ଅଲଗା କରିଦେବାକୁ କୁହାଯାଇଛି । ଏହା ବିଷୟରେ ଜାଣିବା ପରେ ହିନ୍ଦୁ ସଂଗଠନର କର୍ମୀମାନେ ବରେଲିର କୋତୱାଲୀ ପୁଲିସ ଷ୍ଟେସନରେ ଏତଲା ଦେଇଛନ୍ତି ।ଏତଲାରେ ଦର୍ଶାଯାଇଛି ଯେ, ସନାତନ ଧର୍ମ ଗୁରୁ ପଣ୍ଡିତ ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଫଟୋକୁ ଅଶ୍ଳୀଳ କରିବା ସହିତ ସୋସିଆଲ ମିଡିଆରେ ତାଙ୍କ ମୁଣ୍ଡକୁ ଶରୀରରୁ ଅଲଗା କରାଯିବ ବୋଲି ଏକ ଅଡିଓ ସେଥିରେ ରହିଛି ।

ଏହି ଭିଡିଓ ହିନ୍ଦୁମାନଙ୍କୁ କୁଠାରଘାତ କରିଛି ଏବଂ ଏହାକୁ ନେଇ ଲୋକଙ୍କ ମନରେ ଆକ୍ରୋଶ ସୃଷ୍ଟି ହୋଇଛି । ତେଣୁ ତୁରନ୍ତ ଅଭିଯୁକ୍ତ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ଏତଲା ପାଇବା ପରେ ବର୍ତ୍ତମାନ କୋତୱାଲି ପୁଲିସ , ଫୈଜ ରାଜା ନାମକ ଜଣେ ବ୍ୟକ୍ତିଙ୍କ ବିରୋଧରୋ ମାମଲା ରୁଜୁ କରିଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛି ପୁଲିସ ।

Advertisement

Leave a Reply

Your email address will not be published. Required fields are marked *