Pratidin TV

Odisha's Digital News Platform

ଘରେ ଗ୍ୟାସ ହେଲା ଲିକ…..ସାରା ଘରେ ବ୍ୟାପିଗଲା ନିଆଁ; ଜଳିଗଲେ ୩ ଶିଶୁ ଗୁରୁତର ଅବସ୍ଥାରେ ମା’

1 min read

ରୋଷେଇ ଘର ଗ୍ୟାସ ଲିକ ହେବା ଫଳରେ ଘରେ ଲାଗିଗଲା ନିଆଁ | ଫଳରେ ତିନି ଶିଶୁଙ୍କ ହୋଇଛି ଜୀବନ୍ତ ଦଗ୍ଧ | ତେବେ ସେପଟେ ଏହି ଦୁର୍ଘଟଣାରେ ମା’ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚି଼କ୍ଷ ହେଉଛନ୍ତି | ଏପରି ହୃଦୟ ବିଦାରକ ଘଟଣା ଚେନ୍ନାଇର ଚେଙ୍ଗଲପାଟ୍ଟୁରେ ଘଟିଛି |

ପୋଲିସ ସୂଚନା ମୁତାବକ, ପୀଡିତ ପରିବାର ବିହାର ବାସିନ୍ଦା | କାମ କରିବା ସନ୍ଧାନରେ ପରିବାର ଚେନ୍ନାଇରେ ୬ ବର୍ଷ ହେଲାଣି ଏଠାରେ ରହୁଥିଲେ | ସ୍ୱାମୀକୁ ଚେଙ୍ଗଲପାଟ୍ଟୁରେ ଦେଖା କରି୩ ଶିଶୁ ସହ ଫେରୁଥିଲେ ସ୍ତ୍ରୀ | ଘରକୁ ଫେରିବା ପରେ ସେ ଚୁଲି ଜଳାଇଥିଲେ | ଯେହେତୁ ଘରେ ବେଶୀ ଝରକା ନଥିଲା ଏବଂ ଚୁଲି ଚଟାଣରେ ଥିଲା | ସେତେବେଳେ ସେ ତାଙ୍କ ଚୁଲି ଲଗାଇ ସୁଇଚ ଅନ କରିଥଲିଏ ଘରେ ବୟାପୀ ଯାଇଥିଲା ନିଆଁ | ଘରେ ଚିତ୍କାର ଶବ୍ଦ ଶୁଣି ପଡୋଶୀ ମାନେ ସାହାଯ୍ୟ କରିବାକୁ ଦୌଡ଼ି ଆସିଥିଲେ | ଏବଂ 4 ଜଣଙ୍କୁ ଚେଙ୍ଗଲପାଟ୍ଟୁ ସରକାରୀ ଡାକ୍ତରଖାନାକୁ ନିଆଗଲା।

Advertisement

ଦୁଃଖଦ ଘଟଣା ଏହା କି ଯେ, ଡାକ୍ତରଖାନାରେ ୩ ଶିଶୁଙ୍କର ମୃତ୍ୟୁ ହୋଇଥିଲା | ସେମାନଙ୍କ ବୟସ ୫ ରୁ ୭ ବର୍ଷ ବୋଲି ଜଣାପଡିଛି | ଏବଂ ମା ୬0 ପ୍ରତିଶତ ଜଳିଯାଇଛନ୍ତ୍ତି | ଏବଂ ସେ ଏବେ ଚିକତ୍ସାଧୀନ ଅବସ୍ଥାରେ ଅଛନ୍ତି |

Leave a Reply

Your email address will not be published. Required fields are marked *