Pratidin TV

Odisha's Digital News Platform

ଘରେ ପଶିଲେ ୩ ମୁଖା ପିନ୍ଧା ଦୁର୍ବୁତ୍ତ….ଲୁଟିନେଲେ ସୁନାଗହଣା…

1 min read

ବିଳମ୍ବିତ ରାତ୍ରିରେ ଘର କବାଟ ଭାଙ୍ଗି ଭିତରେ ପଶିଲେ ଲୁଟେରା | ଡରାଇ ଧମକାଇ ଲୁଟି ନେଇ ଚାଲିଗଲେ l ଏଭଳି ଘଟଣା ଦେଖିବାକୁ ମିଳିଛି କୁଜଙ୍ଗ ଥାନା ହସିଣା ଗ୍ରାମରେ l ଡରାଇ ଧମକାଇ ଖଣ୍ଡାରେ ହାଣି ସୁନା ରୂପା ଲୁଟିନେଲେ ତିନିଜଣ ମୁଖା ପିନ୍ଧା ଦୁବୃର୍ତ୍ତ । ହସିଣା ଗ୍ରାମର ପ୍ରଶାନ୍ତ ପାଣିଙ୍କ ପରିବାର ଶୋଇଥିବା ବେଳେ ଘରର ଗ୍ରୀଲ କାଟି ମୁଖାପିନ୍ଧି ଥିବା ତିନିଜଣ ଯୁବକ ଘରେ ପଶିଥିଲେ । ଘରର ଜିନିଷ ପତ୍ର ଖେଳାଇବା ବେଳେ ଶୋଇଥିବା ପ୍ରଶାନ୍ତ ଉଠି ପଡି ସେମାନଙ୍କୁ ବିରୋଧ କରିଥିଲେ। ମାତ୍ର ଦୁବୃର୍ତ୍ତ ମାନେ ହାତରେ ଧରିଥିବା ଖଣ୍ଡାରେ ପ୍ରଶାନ୍ତଙ୍କୁ ଆକ୍ରମଣ କରିଥିଲେ। ପ୍ରଶାନ୍ତଙ୍କ ବାମ ହାତରେ ଖଣ୍ଡା ଚୋଟ ବାଜିଥିଲା । ଦୁବୃର୍ତ୍ତ ମାନେ ଘରେ ଥିବା ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ସୁନା ଅଳଙ୍କାର ଯେଉଥିରେ ଗୋଟିଏ ହାର, ଗୋଟିଏ ମଙ୍ଗଳସୂତ୍ର, ଗୋଟିଏ ସୁନା ଚେନ, ୩ ହଳ କାନଫୁଲ, ୧୧ ଟି ମୁଦି , ଗୋଟିଏ ଘଣ୍ଟା ଓ ୧୦ ହଜାର ନଗଦ ଟଙ୍କା ଲୁଟିନେଇଥିଲେ। କୁଜଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସକାଳେ ସ୍ଥିତିର ଅନୁଧ୍ୟାନ କରିଛି। ସାଇଣ୍ଟିଫିକ ଟିମ ଓ ସନ୍ଧାନୀ କୁକୁର ଦ୍ବାରା ତଦନ୍ତ ଜାରି ରଖିଛି କୁଜଙ୍ଗ ପୋଲିସ ।

Advertisement

Leave a Reply

Your email address will not be published. Required fields are marked *