(ଭିଡିଓ) ୩ ସାଙ୍ଗ ମିଶି ବନକର୍ମଚାରୀଙ୍କୁ ବୁଲାଇଥିଲେ କଳାକନା,ଏବେ ଗଲେ ଜେଲ୍..
1 min readବଲାଙ୍ଗୀର: ରାଜ୍ୟରେ ମାତିଛନ୍ତି ଲୁଟେରା । କେତେ ବେଳେ ଘରେ ପଶି କଳାକନା ବୁଲାଉଛନ୍ତି ତ ପୁଣି ରାସ୍ତାଘାଟରେ ମରଣାନ୍ତକ ଅସ୍ତ୍ରରେ ଆକ୍ରମଣ କରି ଲୁଟି ନେଉଛନ୍ତି । ଏହି ଲୁଟ ତାଲିକାରୁଏଥର ବର୍ତ୍ତି ପାରିଲେନି ବନ ବିଭାଗ । ବଲାଙ୍ଗିର ଜିଲ୍ଲାରେ ମଙ୍ଗଳବାର ରାତିରେ ବନକର୍ମଚାରୀଙ୍କଠୁ ଲୁଟ କରି ନେଇଥିଲେ ତିନି ଦୁବୃର୍ତ୍ତ । ତେବେ ସେମାନଙ୍କୁ ପୋଲିସ ଗିରଫ କରିଛି । ଖୁଜେନପାଲିରେ ବନକର୍ମଚାରୀଙ୍କ ପାଖରୁ ବାଇକ୍ ଓ ମୋବାଇଲ ଛଡ଼ାଇ ନେଇଥିଲେ ଲୁଟେରା । ବନକର୍ମଚାରୀଙ୍କ ଠାରୁ ଲୁଟ୍ କରିବା ପରେ ପୁଣି ରାତିରେ ବିଲେଇକାନି ଠାରେ ଆଉ ଏକ ବ୍ୟକ୍ତିଙ୍କଠୁ କରିଥିଲେ ଡକାୟତି । ତିନି ଅଭିଯୁକ୍ତ ଆକାଶ ସ୍ୱାଇଁ, ବିଜୟ ନାଗ ଓ ସଂସ୍କାରକୁ ଗିରଫ କଲା ବଲାଙ୍ଗୀର ସଦର ପୋଲିସ । ଆକାଶ ଓ ବିଜୟ ବଲାଙ୍ଗୀରର ହୋଇଥିବାବେଳେ ସଂସ୍କାର ସମ୍ବଲପୁର ଜିଲ୍ଲାର ବୋଲି ଜଣାପଡିଛି ।ସିସିଟିଭି ଫୁଟେଜ ଆଧାରରେ ୨୪ ଘଣ୍ଟା ଭିତରେ ସମସ୍ତ ଅଭିଯୁକ୍ତ ଗିରଫ କରିଛି ବଲାଙ୍ଗୀର ପୋଲିସ । ଏମାନେ ପେଶାଦାର ଅପରାଧୀ ଥିବା ଜଣାପଡିଛି ।ଅଭିଯୁକ୍ତ ମାନଙ୍କ ବିରୋଧରେ ଦଫା ୩୯୪ ରୁଜୁ କରାଯାଇଛି । ଦୁଇଟି ଲୁଟ୍ ମାମଲାରେ ସଦର ଓ ପୂଇନ୍ତଲା ଥାନାରେ ମାମଲା ରୁଜୁ ହୋଇଛି । ଏନେଇସୂଚନା ଦେଇଛନ୍ତି ବଲାଙ୍ଗୀର ଏସଡିପିଓ ତୋଫାନ ବାଗ । ସେମାନଙ୍କଠୁ ତିନୋଟି ବାଇକ୍, ମୋବାଇଲ ଫୋନ ଓ ୫୦୦ ଟଙ୍କା ଜବତ ହୋଇଛି ।