Pratidin TV

Odisha's Digital News Platform

ବିଜୟ ଦଶମୀରେ ବଡ ଅଘଟଣ : ବିଦ୍ୟୁତ ଆଘାତରେ ଗୋଟିଏ ପରିବାରର ୩ ମୃତ

1 min read

ଭୁବନେଶ୍ୱର : ପାର୍ବଣ ମାସର ଦଶହରାରେ ଘଟିଯାଇଛି ଏକ ହୃଦୟବିଦାରକ ଅଘଟଣ । ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଗୋଟିଏ ପରିବାରର ୩ ଜଣଙ୍କର ମୃତ୍ୟୁ ଘଟିଛି । ଏଭଳି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଜବଲପୁର ଗାଁରେ ଘଟିଛି । ମୃତକମାନେ ହେଲେ ସୁକାନ୍ତି ବେହେରା ,ତାଙ୍କ ପୁଅ ସୋହନ ବେହେରା ଏବଂ ଦିଅର ସୁଶୀଲ ବେହେରା ।

ସୂଚନା ଅନୁଯାୟୀ ଆଜି ସକାଳ ସମୟରେ ସୁକାନ୍ତି ଗାଧୋଇ ସାରି ନିଜ ଘର ବାରଣ୍ଡାରେ କପଡା ସୁଖାହେବା ନିମନ୍ତେ ଟଣା ଯାଇଥିବା ତାରରେ ଲୁଗା ଶୁଖାଉଥିଲେ । ଉକ୍ତ ତାରଟି ବିଦ୍ୟୁତ ସଂସ୍ପର୍ଶରେ ଆସିଯାଇଥିବାରୁ ସୁକାନ୍ତି ସେଥିରେ ଲାଖିଯାଇଥିଲେ । ସୁକାନ୍ତିଙ୍କୁ ଏପରି ଅବସ୍ଥାରେ ଦେଖି ଦିଅର ସୁଶୀଲ ତାଙ୍କୁ ବଞ୍ଚାଇବାକୁ ଯାଇ ନିଜେ ମଧ୍ୟ ସେଇ ବିଦ୍ୟୁତ୍ ସସ୍ପର୍ଶରେ ଆସିଯାଇଥିଲେ ।

Advertisement

ଏହାପରେ ପୁଅ ସୋହନ ମାଁ ଏବଂ ଦାଦାଙ୍କୁ ତାରରେ ଲାଖିରହିଥିବାର ଦେଖି ସେମାନଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ଦୁର୍ଭାଗ୍ୟବସତ ପୁଅ ମଧ୍ୟ ସେହି ବିଦ୍ୟୁତ ସସ୍ପର୍ଶରେ ଆସିଯାଇଥିଲେ । ପରେ ଗ୍ରାମବାସୀ ବିଦ୍ୟୁତ୍ ତାର କାଟି ସେମାନଙ୍କୁ ଉର୍ଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । ପାର୍ବଣର ଏଡେ ବଡ ପର୍ବରେ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ ହୋଇଯିବାରୁ ଗାଁରେ ଶୋକର ଛାୟା ଖେଳିଯାଇଛି ।

Leave a Reply

Your email address will not be published. Required fields are marked *