Pratidin TV

Odisha's Digital News Platform

ନିର୍ବାଚନ ଭଣ୍ଡୁର କରିବାକୁ କରୁଥିଲେ ଯୋଜନା , ପୋଲିସ ଏନକାଉଣ୍ଟରରେ ନିପାତ ହେଲେ ୩ ନକ୍ସଲ ..

1 min read

ପୁଣି ପୋଲିସ୍ କୁ ମିଳିଲା ବଡ଼ ସଫଳତା । ପୋଲିସ ଗୁଳିରେ ଟଳିଲେ ତିନି ଜଣ ନକ୍ସଲ । ଦୁଇ ରାଜ୍ୟର ସୀମାରେ ଥିବା କରିଗୁଟ୍ଟା ଜଙ୍ଗଲରେ ଆଜି ତେଲେଙ୍ଗାନା ପୋଲିସ ଓ ଛତିଶଗଡ ପୋଲିସର ମିଳିତ ନକ୍ସଲ ବିରୋଧି ଅପରେସନରେ ଏହି ବଡ ସଫଳତା ମିଳିଛି । ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ଆଜି ୩ ଜଣ ନକ୍ସଲଙ୍କ ନିପାତ ହୋଇଛି । ଘଟଣାସ୍ଥଳରୁ ନକ୍ସଲଙ୍କ ମୃତଦେହ ସହିତ ଗୋଟିଏ ଏଲଏମଜି , ଗୋଟିଏ ଏକେ-୪୭ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ, ମୁଲୁଗୁ ଜିଲ୍ଲା ଓ କାଙ୍କେର ଜିଲ୍ଲାକୁ ଲାଗିଥିବା କରିଗୁଟ୍ଟା ଜଙ୍ଗଲରେ ତେଲେଙ୍ଗାନା ପୋଲିସ ଓ ଛତିଶଗଡ ପୋଲିସ ଆଜି ମିଳିତ ସର୍ଚ୍ଚ ଅପରେସନ କରୁଥିଲେ । ଏହି ସମୟରେ ନକ୍ସଲମାନେ ସୁରକ୍ଷାବଳ ଉପରକୁ ଗୁଳିମାଡ କରିଥିଲେ । ଏହାର ପାଲଟା ଜବାବ ଦେଇଥିଲେ ସୁରକ୍ଷାକର୍ମୀ । ଏହି ଗୁଳି ବିନିମୟରେ ୩ ଜଣ ନକ୍ସଲ ନିପାତ ହୋଇଥିବା ବେଳେ ବହୁ ଅସ୍ତ୍ରଶସ୍ତ୍ର ଜବତ ହୋଇଛି । ଏନେଇ ସୂଚନା ଦେଇଛନ୍ତି ବିଜାପୁର ଆରକ୍ଷୀ ଅଧୀକ୍ଷକ ଜିତେନ୍ଦ୍ର ଯାଦବ । ଏବେ ବି ଜଙ୍ଗଲ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ଖବର ଅନୁଯାୟୀ, ମାଲକାନଗିରି ସୀମାନ୍ତ ବିଜାପୁର ଜିଲ୍ଲାର ପୁଜାରି କାଙ୍କେର ଜଙ୍ଗଲରେ ଆଗାମୀ ନିର୍ବାଚକୁ ଭଣ୍ଡୁର କରିବା ଲାଗି ମାଓବାଦୀ ମାନେ ଠୁଳ ହୋଇ ଯୋଜନା ପ୍ରସ୍ତୁତ କରୁଥିବା ନେଇ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା ।

Advertisement

ଏହାପରେ ତେଲେଙ୍ଗାନା ଗ୍ରେହାଉଣ୍ଡ ଓ ଛତିଶଗଡ ଡିଆରଜି ବାହିନୀର ତରଫରୁ ସେଠାରେ ମିଳିତ ଅପରେସନ ଆରମ୍ଭ ହୋଇଥିଲା । ଯବାନଙ୍କୁ ଦେଖି ମାଓବାଦୀ ମାନେ ପ୍ରଥମେ ଗୁଳି ଚାଳନା କରିଥିଲେ । ଏହାର ପାଲଟା ଜବାବରେ ତିନି ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡିଛି । ଏହାସହିତ ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି । ତେବେ ଏବେବି ସେହି ସ୍ଥାନରେ ସର୍ଚ୍ଚ ଅପରେସନ ଜାରି ରହିଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର ଏସପି ଜିତେନ୍ଦ୍ର ଯାଦବ ।

Leave a Reply

Your email address will not be published. Required fields are marked *