Pratidin TV

Odisha's Digital News Platform

୧୫ରୁ ଓଡ଼ିଶାରେ ଦୌଡିବ ୩ ନୂଆ ବନ୍ଦେ ଭାରତ , ଶୁଭାରମ୍ଭ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ ପଠାଇଲେ ରେଳମନ୍ତ୍ରୀ …

1 min read

ଆସନ୍ତା ୧୫ରୁ ଓଡ଼ିଶାରେ ଚାଲିବ ୩ ନୂଆ ବନ୍ଦେ ଭାରତ ଟ୍ରେନ୍‌ । ସାରା ଦେଶରେ ୧୦ଟି ମଧ୍ୟରୁ ଓଡ଼ିଶା ଦେଇ ୩ଟି ଯାତ୍ରା କରିବ । ଏଥିପାଇଁ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ଆଜି କେନ୍ଦ୍ର ରେଳ ମନ୍ତ୍ରାଳୟ ପକ୍ଷରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟି ଆଗାମୀ ୧୫ରେ ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ କରିଛନ୍ତି।କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଙ୍କୁ ଏଥିନିମନ୍ତେ ସ୍ୱତନ୍ତ୍ର ନିମନ୍ତ୍ରଣ ପତ୍ର ଓ ଚିଠି ମାଧ୍ୟମରେ ଅନୁରୋଧ କରିଛନ୍ତି।

ଚଳିତ ମାସ ପ୍ରଧାନମନ୍ତ୍ରୀ ମୋଦି ୧୦ଟି ବନ୍ଦେ ଭାରତର ଟ୍ରେନ୍‌ର ଶୁଭାରମ୍ଭ କରିବେ । ଏଥି ମଧ୍ୟରୁ ଓଡ଼ିଶାରେ ୩ଟି ବନ୍ଦେ ଭାରତ ଯାତ୍ରା କରିବ ।ଏହି ଟ୍ରେନ ଗୁଡିକ ହେଲା ଟାଟା-ବ୍ରହ୍ମପୁର ବନ୍ଦେ ଭାରତ, ରାଉରକେଲା-ହାୱଡା ବନ୍ଦେ ଭାରତ ଏବଂ ଦୁର୍ଗ-ବିଶାଖାପାଟଣା ବନ୍ଦେ ଭାରତ । କେନ୍ଦ୍ର ରେଳମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ବ୍ରହ୍ମପୁର ଷ୍ଟେସନଠାରେ ଅନୁଷ୍ଠିତ ହେଉଥିବା କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିମନ୍ତ୍ରଣ କରିଛନ୍ତି।

Leave a Reply

Your email address will not be published. Required fields are marked *