Pratidin TV

Odisha's Digital News Platform

ଭୁବନେଶ୍ୱରରେ ଘଡଘଡି ସହ ପ୍ରବଳ ବର୍ଷା , ପ୍ରବଳ ଗରମ ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ୱସ୍ତି

1 min read

ଭୁବନେଶ୍ୱରରେ ଘଡ଼ଘଡ଼ି ସହ ଲାଗାଁ ବର୍ଷା | ଅସହ୍ୟ ଗରମରେ ଆଉଟିପାଉଟି ହେଉଥିବା ଲୋକେ ଏବେ ପାଇଛନ୍ତି ସାମାନ୍ୟ ଆଶ୍ଵସ୍ତି | ଏହିପରି ଭାବେ ଆସନ୍ତା ୨0 ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷ ହେବାର ଆଶଙ୍କା ରହିଛି | ଯାହାକୁ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଭାଗ | ଏଥିସହ ଆଗାମୀ ୩ ଦିନ ମଧ୍ୟରେ ମୌସମୀ ଅଗ୍ରସର ହେବା ସହ ପାଣି ଅନୁକୂଳ ହେବା ସହ କିଛି କିଛି ଅଞ୍ଚଳ ବର୍ଷାରେ ଭିଯିବ |

ତେବେ ବର୍ଷାର ପରିମାଣ, ପବନର ଦିଗ, ଓ ତାପମାତ୍ରାରେ ହ୍ରାସ ମୌସୁମୀର ପ୍ରବେଶର ସମ୍ଭାବନା ବୃଦ୍ଧି କରାଇଛି | ଦକ୍ଷିଣ ଓଡ଼ିଶାର ଅଧିକାଂଶ ଅଞ୍ଚଳରେ ମୌସୁମୀ ବର୍ଷ ସହିତ ପାଗ ମେଘୁଆ ରହିଛି | ତେବେ ଆଜି ଓଡ଼ିଶାରେ ଦକ୍ଷିଣ- ପଶ୍ଚିମ ବାୟୁ ପ୍ରବେଶ କରିଥିବା ବେଳେ ଗତ ୩୬ ଘଣ୍ଟା ହେବ ସମୟ ସମୟରେ ବର୍ଷା ଲାଗିରହିଛି |

ତେବେ ଅନ୍ୟପଟେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଦେଶରେ ମୌସୁମୀ ବର୍ଷା ନିଅଣ୍ଟିଆ ରହିଛି | ମୁଖ୍ୟତଃ ବର୍ଷା ଜଳ ଉପରେ ଚାଷୀ ନିର୍ଭରଶୀଳ | ଚାଷ ବ୍ୟାପକ ଭାବେ ପ୍ରଭାବିତ ହେବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ଚାଷୀ |

ତେବେ IMD ରିପୋର୍ଟ ଅନୁଯାୟୀ, ଦକ୍ଷିଣର ମାତ୍ର ଅଳ୍ପ କିଛି ଅଞ୍ଚଳକୁ ଛାଡିଦେଲେ ଅନ୍ୟ ଅଞ୍ଚଳରେ ଜୁନ ୧ ରୁ ସ୍ୱାଭାବିକ ଠାରୁ କମ ବର୍ଷା ହୋଇଛି | କିଛି ଉତ୍ତର ପଶ୍ଚିମ ରାଜ୍ୟରେ ଗ୍ରୀଷ୍ମ ଲହରୀ ଯୋଗୁଁ ଅତି ସାଙ୍ଘାତିକ ସ୍ଥିତି ମଧ୍ୟ ଉପୁଜୁଛି |

Leave a Reply

Your email address will not be published. Required fields are marked *