Pratidin TV

Odisha's Digital News Platform

ରାଜ୍ୟରେ ବଢ଼ିଲେ ମହାବଳ ବାଘ , ଟ୍ୱିଟ୍ କରି ଖୁସି ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ …

1 min read

ଓଡ଼ିଶାରେ ବଢ଼ିଲା ମହାବଳ ବାଘଙ୍କ ସଂଖ୍ୟା । ରାଜ୍ୟର ବିଭିନ୍ନ ଜଙ୍ଗଲରେ ମୋଟ ୩୦ଟି ମହାବଳ ବାଘ ରହିଛନ୍ତି । ଏହାସହ ୮ଟି ମହାବଳ ବାଘ ଛୁଆ (୧ବର୍ଷରୁ କମ୍‌) ରହିଛନ୍ତି । ତେବେ ଏଥିମଧ୍ୟରେ କେବଳ ଶିମିଳିପାଳ ଅଭୟାରଣ୍ୟରେ ୨୭ଟି ମହାବଳ ରହୁଥିବା ସହ ୮ଟି ବାଘ ଛୁଆ ଏଠାରେ ଅବସ୍ଥାପିତ ଅଛନ୍ତି । ରାଜ୍ୟରେ ବାଘ ଗଣନା ପାଇଁ ସର୍ବମୋଟ ୧୪୩୨ଟି କ୍ୟାମେରା ଲଗାଯାଇଥିବା ବେଳେ ସମସ୍ତ ଜଙ୍ଗଲ ଅଞ୍ଚଳକୁ ୪୭ଟି ଡିଭିଜନ୍‌ରେ ଭାଗ କରାଯାଇଥିଲା । ଏଥିରେ ମୋଟ୍ ୫୬୭ ଫଟୋଚିତ୍ର ଉତ୍ତୋଳନ କରାଯାଇ ଏହାକୁ ପରବର୍ତ୍ତୀ ପର୍ଯ୍ୟାୟରେ ଗଣନା କରାଯାଇଥିଲା । ସର୍ବମୋଟ ୩୦ ଟି ମଧ୍ୟରୁ ୧୪ଟି ଅଣ୍ଡିରା ଓ ୧୩ଟି ମାଇବାଘ ଥିବା ବେଳେ ୩ଟିର ଲିଙ୍ଗ ନିରୂପଣ କରାଯାଇ ନାହିଁ । ସେପଟେ ଶିମିଳିପାଳରେ ଥିବା ଏହି ୨୭ ମହାବଳ ମଧ୍ୟରେ ୧୩ଟି ବିରଳ କଳାବାଘ ଓ ୧୪ଟି ସାଧାରଣ ମହାବଳ ବୋଲି ଜଣାଯାଇଛି । ତେବେ ରାଜ୍ୟ ସରକାରଙ୍କ ଦ୍ୱାରା କରାଯାଇଥିବା ଏହି ବାଘ ଗଣନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ସାମାଜିକ ଗଣମାଧ୍ୟମ ଯୋଗେ ସୂଚନା ଦେବା ସହ ରାଜ୍ୟର ବାଘ ସଂଖ୍ୟାରେ ବୃଦ୍ଧି ପାଇଁ ଖୁସିବ୍ୟକ୍ତ କରିଛନ୍ତି ।

ସମଗ୍ର ଦେଶରେ ପ୍ରତି ୪ ବର୍ଷରେ ଥରେ ବାଘ ଗଣନା କରାଯାଇଥାଏ । ଘଇଞଓଙଘଇଖ ଞଓଏଋଜ ଉଙଘଝଋଜଠଇଞଓଙଘ NATIONAL TIGER CONSERVATION AUTHORITY ର ରିପୋର୍ଟ ଅନୁସାରେ ୨୦୦୬ରେ ଓଡ଼ିଶାରେ ୪୫ଟି ବାଘ ଥିଲା ବେଳେ ୨୦୧୦ରେ ଏହା ୩୨କୁ ଖସି ଯାଇଥିଲା । ପୁଣି ୨୦୧୪ ଓ ୨୦୧୮ରେ ବାଘ ସଂଖ୍ୟା ୨୮କୁ ହ୍ରାସ ପାଇଥିଲା । ଅପରପକ୍ଷରେ ରାଜ୍ୟ ସରକାରଙ୍କ ନିଜସ୍ୱ ବାଘ ଗଣନା ଅନୁଯାୟୀ ୨୦୦୪ରେ ରାଜ୍ୟରେ ୧୯୨ଟି ବାଘ ଥିଲା । ହେଲେ ୨୦୧୬ରେ ଏହି ସଂଖ୍ୟା ୪୦କୁ ଖସି ଆସିଥିଲା । ତେବେ ବାଘ ସଂରକ୍ଷଣ ପାଇଁ ଶିମିଳିପାଳ ଅଭୟାରଣ୍ୟ ଉପରେ ରାଜ୍ୟ ସରକାରଙ୍କର ବିଶେଷ ଗୁରୁତ୍ୱାରୋପ କରାଯାଇଛି । ଏଥିପାଇଁ ସ୍ୱତନ୍ତ୍ର ଜେଟିଏଫ୍ ନିଯୁକ୍ତ କରାଯିବା ସହ ବନ କର୍ମଚାରୀଙ୍କୁ ବନ୍ଧୁକ ଚାଳନା ପାଇଁ ମଧ୍ୟ ଅନୁମତି ଦିଆଯାଇଛି ।

Leave a Reply

Your email address will not be published. Required fields are marked *