ପରସ୍ପର ଠାରୁ ବିଚ୍ଛେଦ ହେଲେ ଟାଇଗର-ଦିଶା
1 min readନୂଆଦିଲ୍ଲୀ : ହିରୋପନ୍ତି ରେ ନିଜର ଦମ୍ଦାର ଆକ୍ସନ, ଡ୍ରାମା,ରୋମାନ୍ସ ଦେଖାଇଥିବା ଜଣେ ଭର୍ସାଷ୍ଟାଇଲ ଅଭିନେତା ଟାଇଗର ସ୍ରଫ୍ ଓ ଏମ୍ଏସ୍ ଧୋନୀରୁ ନିଜର ଦମଦାର କ୍ୟାରିୟର ଆରମ୍ଭ କରିଥିବା ଦିଶା ପଟାନିଙ୍କ ୬ ବର୍ଷର ପ୍ରେମ ସର୍ମ୍ପକରେ ଲାଗିଯାଇଛି ବ୍ରେକ୍ । ତେବେ ନିଜ ରିଲେସନସିପକୁ ନେଇ ଦୁହେଁ ବହୁ ଚର୍ଚ୍ଚାରେ ରହୁଥିଲେ । ପ୍ରାୟ ସବୁ ସ୍ଥାନରେ ତାଙ୍କ ଦୁହିଁଙ୍କୁ ଏକତ୍ର ଦେଖିବାକୁ ମିଳିଥିଲାବେଳେ,ଟାଇଗର ଦିଶାଙ୍କୁ ନେଇ ସବୁ ସ୍ଥାନରେ ଅନେକ କ୍ୟାରିଙ୍ଗ ଓ ପୋଜେସିଭ୍ ଦେଖାନ୍ତି । ପ୍ରାୟ ୬ ବର୍ଷ ଧରି ଦୁହିଁଙ୍କୁ ସୋସିଆଲ ମିଡିଆ ସହ ଅନେକ ସ୍ଥାନରେ ଏକତ୍ର ଦେଖିବାକୁ ମିଳୁଥିଲା ।
ଏଇ କିଛି ମାସ ଧରି ଦୁହିଁଙ୍କୁ ଆଉ ଏକତ୍ର ଦେଖିବାକୁ ପାଉନାହାନ୍ତି ଫ୍ୟାନ୍ସ । ତେବେ ସୂଚନା ମୁତାବକ ହିନ୍ଦୁସ୍ଥାନ ଟାଇମ ସହ ଏକ ବାର୍ତ୍ତାଳାପ ରେ ଟାଇଗରଙ୍କ ସହ ଉପସ୍ଥିତ ଥିବା ତାଙ୍କର ଜଣେ ବନ୍ଧୁ ଦୁହିଁଙ୍କର ବ୍ରେକଅପ୍ ଖବର ସତ ବୋଲି କହିଥିଲେ । କିନ୍ତୁ ଦୁହେଁ ଅଲଗା ହେବାର କାରଣ ଏଯାଏ ସ୍ପଷ୍ଟ ଭାବେ ଜଣା ପଡିନାହିଁ ।