Pratidin TV

Odisha's Digital News Platform

(ଭିଡିଓ)ଚର୍ଚ୍ଚାରେ ଟାଇଗର : ମାଇନସ୍ ୭ ଡିଗ୍ରୀ ତାପମାତ୍ରାରେ ବନାଇଲେ ଏପରି ଭିଡଓ,ୟ୍ୟୁଜର୍ସ କହିଲେ ସମ୍ଭାଳିକି ..

1 min read

ମୁମ୍ବାଇ : ନିଜ ଫିଟନେସ୍ ଏବଂ ଷ୍ଟଣ୍ଟକୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ଟାଇଗର । କିନ୍ତୁ ନିକଟରେ ସେ ଏଭଳି କିଛି କରିଛନ୍ତି ଯାହାକୁ ଦେଖିବା ପରେ ୟ୍ୟୁଜର୍ସ ମାନଙ୍କ ହୋସ୍ ଉଡିଯାଇଛି କହିଲେ ଚଳେ । ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଟାଇଗର ନିକଟରେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ -୭ ଡିଗ୍ରୀ ତାପମାତ୍ରାର ବରଫ ପାହାଡଉପରେ ଟାୱେଲ୍ ପିନ୍ଧି ବୁଲିଲା ସହ ଭିଡିଓ ବନାଇଛନ୍ତି । ନିଜ ଫିଟନେସ୍ ଏବଂ ବଡ୍ଡି ପାଇଁ ସବୁବେଳେ ପ୍ରଶଂସକମାନଙ୍କ ପ୍ରଥମ ପସନ୍ଦ ଥାନ୍ତି ଟାଇଗର । ତେବେ ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହେବାପରେ ପ୍ରଶଂସକମାନେ ଏଭଳି ପ୍ରତିକ୍ରିୟା ରଖିଛନ୍ତି । ଜଣେ ୟ୍ୟୁଜର୍ସ ଲେଖିଥିଲେ କି – ଥଣ୍ଡା ପାଗରେ ଗରମ ଅନୁଭବ କରେଇଦେଲେ ଟାଇଗର ସର୍ଫ । ସେହିଭଳି ଆଉଜଣେ ୟ୍ୟୁଜର୍ସ ଲେଖିଛନ୍ତି ଓ ମାଇଁ ଗଡ୍ ଆମ ହିରୋତ ବହୁତ ଷ୍ଟ୍ରଙ୍ଗ୍ । ତେବେ ପ୍ରଶଂସା ସହ ଟାଇଗର ଟ୍ରୋଲ ମଧ୍ୟ ହୋଇଛନ୍ତି ଜଣେ ୟ୍ୟୁଜର୍ସ ଲେଖିଛନ୍ତି ଯେ ସମ୍ଭାଳିକି ଟାଉଲ୍ ନଖସିଯାଉ ।

ନିଜ ଫ୍ୟାନ୍ସମାନଙ୍କୁ ଖୁସି କରିବା ପାଇଁ କିଛିବି କରିଦିଅନ୍ତି ଟାଇଗର ସର୍ଫ । ସେ ରିଅଲ ଷ୍ଟଣ୍ଟ ହେଉ କିମ୍ବା -୭ ଡିଗ୍ରୀ ତାପମାତ୍ରାରେ ବରଫ୍ ପାହାଡରେ ବିନା ଡ୍ରେସରେ ବୁଲିବା ହେଉ । ତାଙ୍କର ଏଭଳି ଅନ୍ଦାଜ୍ ୟ୍ୟୁଜର୍ସଙ୍କୁ ଘାଇଲା କରିଦେଇଛି । ଯାହାକୁ ନେଇ ଏବେ ସବୁଆଡେ ଟାଇଗରଙ୍କ ଚର୍ଚ୍ଚା ଚାଲିଛି ।

Advertisement
https://www.instagram.com/reel/CmESeDKsave/?utm_source=ig_web_copy_link

Leave a Reply

Your email address will not be published. Required fields are marked *