Pratidin TV

Odisha's Digital News Platform

ଟାଇଗରଙ୍କୁ ଲାଗିଲା ଆଘାତ୍ : ସୁଟିଂ ସେଟ୍‌ରେ ଷ୍ଟଣ୍ଟ ସମୟରେ ଘଟିଲା ଏଭଳି ଅଘଟଣ (ଭିଡିଓ)

1 min read

ନୂଆଦିଲ୍ଲୀ : ନିଜର ଆକ୍ସନ ସିନ ବା ଷ୍ଟଣ୍ଟ କୁ ନେଇ ସବୁବେଳେ ଚର୍ଚ୍ଚାରେ ଥାନ୍ତି ବଲିଉଡ୍ ଆକ୍ଟର ଟାଇଗର ଶ୍ରଫ୍ । ଚଳଚିତ୍ରରେ ତାଙ୍କ ରିଅଲ୍ ଷ୍ଟଣ୍ଟ ଦେଖିବାକୁ ଲାଗିଥାଏ ପ୍ରସଂଶକଙ୍କ ଭିଡ ଲାଗିଥାଇ । ତେବେ ଟାଇଗର ନିଜ ପ୍ରଶଂସକଙ୍କ ପାଇଂ ମଧ୍ୟ ପ୍ରାକ୍ଟିସରେ ହେଳା କରିନଥାନ୍ତି । କିପରି ନିଜ ନୂଆ ଫିଲ୍ମରେ ଭିନ୍ନ ଭିନ୍ନ ଆକ୍ସନ ଷ୍ଟଣ୍ଟ ସିନ ଦେଖାଇ ଯୁବପିଠିଙ୍କ ମନୋରଞ୍ଜନ କରାଇବେ । ସେଥିପ୍ରତି ସବୁବେଳେ ତତ୍ପରତା ଥାନ୍ତି ଟାଇଗର । ତାଙ୍କ ପ୍ରକୃତ ନାମ ଜୟ ହେମନ୍ତ ଶର୍ଫ । କିନ୍ତୁ ବଲିଉଡ୍ ଇଣ୍ଡଷ୍ଟ୍ରି ତାଙ୍କ ରିଅଲ ଫାଇଟ୍ , ଷ୍ଟଣ୍ଟ ଦେଖି ତାଙ୍କ ନାମକୁ ଟାଇଗର ଶର୍ଫ ରଖାଯାଇଥିଲା ।

ନିକଟରେ ବଲିଉଡ୍‌ର ଏହି ବାଘ ଘାୟଲ ହୋଇପଡିଥିବା ସୂଚନା ମିଳିଛି । ଏବଂ ଏହି ଖବରଟି ସେ ନିଜେ ନିଜ ଇଷ୍ଟାରେ ଏକ ଭିଡିଓ ପୋଷ୍ଟ କରି ଦେଇଛନ୍ତି । ଯାହା ଏବେ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି । ଭିଡିଓଟିରେ ଟାଇଗର ଏକ ୱାସିଙ୍ଗ୍ ବେସିନ ଭାଙ୍ଗୁଥିବାର ନଜର ଆସିଛନ୍ତି। ଏହି ଷ୍ଟଣ୍ଟ ସିନ୍ର ଶୁଟିଂ କରିବା ବେଳେ ତାଙ୍କ ଗୋଡ ଫ୍ୟାକଚର ହୋଇଥିବା ଜଣାପଡିଛିଛି। ଟାଇଗର ଭିଡିଓ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ଏକ ସିମେଣ୍ଟର ୱାସ ବେସିନ୍କୁ ଭାଙ୍ଗିବା ବେଳେ ମୋ ଗୋଡ ଭାଙ୍ଗି ଗଲା। ମୁଁ ଭାବିଲି ମୁଁ ଏହି ଷ୍ଟଣ୍ଟ କରିନେବି। ମୁ ନିଜକୁ ବେଶ୍ ମଜଭୁତ ଭାବୁଥିଲି। କିନ୍ତୁ ବେସିନ ଭାଙ୍ଗିବା ସହ ମୋ ଗୋଡ ବି ଭାଙ୍ଗିଯାଇଛି।

ଭିଡିଓରେ ଟାଇଗର ଜଣେ ବ୍ୟକ୍ତିଙ୍କ ସହ ଜବରଦସ୍ତ ଫାଇଟ୍ କରୁଥିବା ଦେଖିବାକୁ ମିଳିଛି। ଏହି ଆକ୍ସନ ସିନ୍ର ଶୁଟିଂ ବେଳେ ସହ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି।

ତେବେ ଏହି ଖବରଟି ଶୁଣିବା ପରେ ଟାଇଗରଙ୍କ ଫ୍ୟାନ୍ସ ମାନେ ଚିନ୍ତିତ ହୋଇପଡିଛନ୍ତି । ଏବଂ କିଭଳି ସେ ଶୀଘ୍ର ଆରୋଗ୍ୟ ହେବେ ସେଥିପାଇଂ ଇଶ୍ୱରଙ୍କ ନିକଟରେ ଅନେକ ପ୍ରସଂଶକ ଦୀପ ଜାଳିବା ସହ ତାଙ୍କ ଆରୋଗ୍ୟ କାମନା କରିଛନ୍ତି ।

https://www.instagram.com/reel/CkVGCu5rQg5/?utm_source=ig_web_copy_link

Leave a Reply

Your email address will not be published. Required fields are marked *