Pratidin TV

Odisha's Digital News Platform

ଟାଇଗର କହିଲେ ତାଙ୍କ ମନ କି ବାତ….ଅଭିନୟ ନୁହେଁ ଫୁଟବଲର ହେବାର ଥିଲା ଇଚ୍ଛା

ବଲିଉଡର ଷ୍ଟାର କିଡ଼ ମାନଙ୍କଠାରୁ ଅଭିନେତା ଜ୍ୟାକି ଶ୍ରଫଙ୍କ ପୁଅ ଟାଇଗର ଶ୍ରଫ ତକ ଅଲଗ ଅନ୍ଦାଜ ରଖୁଛନ୍ତ୍ତି | ତାଙ୍କର ମାର୍ଶଲର୍ଟସ ପାଇଁ ଟଙ୍କାର ପ୍ରଶଂସକମାନେ ତାଙ୍କୁ ପସନ୍ଦ କରିଥାନ୍ତି | ବଲିଉଡର ଅଲରାଉଣ୍ଡର ଅଭିନେତା ଭାବରେ ଟାଇଗରଙ୍କୁ ଜଣାଯାଏ | କେବଳ ଅଭିନୟ ନୁହେଁ ଟାଇଗର ତାଙ୍କ ଡ୍ୟାନ୍ସ ପାଇଁ ମଧ୍ୟ ବହୁତ ପରିଚିତ | କିନ୍ତୁ ଟାଇଗର ଅରବାଜ ଖାନ ଶୋ ରେ ତାଙ୍କ ପିଲା ଦିନର ଇଚ୍ଛା ବିଷୟରେ କହିଥିଲେ | ନିଜ ଜନ୍ମଦିନ ଅବସରରେ ଟାଇଗର ତାଙ୍କ ଶୋକକୁ ଯାଇଥିଲେ | ସେ ଶୋରେ କହିଥିଲେ ତାଙ୍କୁ ଅଭିନୟ ପ୍ରତି ରୁଚି ନଥିଲା | ପିଲାଡ଼ଦିନେ ତାଙ୍କ ଇଚ୍ଛା ଥଳିରେ ଆଉ କିଛି |

ଅରବାଜଙ୍କ ସୋ ପିନଚ ସିଜନ ୨ ଶୋ ରେ ନିଜ ଜନ୍ମଦିନରେ ଆସିଥଲିଏ ଟାଇଗର ଶ୍ରଫ | ଶୋରେ ଯେତେବେଳେ ଅରବାଜ ଟାଇଗରଙ୍କ ସହ କଥାବାର୍ତ୍ତା ମଝିରେ ପଚାରିଥିଲେ ଯେ ଜଣେ ସୋସିଆଲ ମିଡ଼ିଆର ଟ୍ରୋଲର ପ୍ରଶ୍ନ କରିଥିଲେ କି ଟାଇଗର ବାଧ୍ୟତାର ସହ ଅଭିନୟ କଲା ପରି ଲାଗୁଛି | ଏହି କଥା ପରେ ଟାଇଗର ଉତ୍ତରରେ ଦେଇଥିଲେ ଯେ ସେ ତାଙ୍କୁ ପିଲା ଦିନୁ ଅଭିନୟ କରିବା ପାଇଁ ଇଚ୍ଛା ନଥଲା | ତେବେ କେବଳ ତାଙ୍କ ବାପା ଜ୍ୟାକି ଶ୍ରଫଙ୍କ ପୁଅ ହେବା ପାଇଁ ଛୋଟ ବେଳୁ ତାଙ୍କୁ ଅଭିନୟ ପାଇଁ ଅଫର ଆସୁଥିଲା | ହେଲେ ଟାଇଗର ସବୁ ମନା କରିଦେଉଥିଲେ | ଟାଇଗର ତାପରେ କହିଥିଲେ, ‘ମୋର ପିଲା ଦିନରୁ ଇଚ୍ଛା ଥିଲା ଫୁଟବଲର ହେବା ପାଇଁ ଇଚ୍ଛା ଥିଲା | ସେ ବିଭିନ୍ନ ପ୍ରକାର ଚେଷ୍ଟା କରିଥିଲେ | ଟାଇଗର ଭାରତ ତରଫରୁ ଫୁଟବଲ ଖେଳିବାକୁ ଚାହୁଁଥିଲେ | ହେଲେ ଭଲ ସ୍କୋପ ନ ମିଳିବ ଯୋଗୁ ସେ ଅଭିନୟ ଜଗତ ବାଛିଥିଲେ | ୨୦୧୪ରେ ‘ହିରୋପନ୍ଥି’ ଚଳଚ୍ଚିତ୍ରରୁ ଟାଇଗର ତାଙ୍କ ବଲିଉଡ୍‌ କ୍ୟାରୟର୍‌ ଆରମ୍ଭ କରିଥିବା ବେଳେ ଏହାପରେ ସେ ଆଉ ପଛକୁ ଫେରି ନାହାନ୍ତି। ନିଜର କଠିନ ପରିଶ୍ରମ ଓ ନିଖୁଣ ଅଭିନୟ ବଳରେ ବଲିଉଡ୍‌ରେ ସେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି।

Leave a Reply

Your email address will not be published. Required fields are marked *