Pratidin TV

Odisha's Digital News Platform

ବନ ବିଭାଗ ହାତରେ ୬ ବାଘ ଛାଲ , ବେପାରୀ ଗିରଫ ..

1 min read

ବନ ବିଭାଗକୁ ମିଳିଲା ବଡ ସଫଳତା । ବାଘ ଛାଲ ର‌୍ୟାକେଟର ପର୍ଦ୍ଦାଫାଶ କରିଛି ବନ ବିଭାଗ । ଧରାପଡିଛନ୍ତି ଆନ୍ତରାଜ୍ୟ ରାକେଟ । ସୂଚନାଅନୁସାରେ ବାଘ ଛାଲ କାରବାର ବିଷୟରେ କୌଣସି ପ୍ରକାର ସୂଚନା ପାଇ ପାରଳାଖେମୁଣ୍ଡିର ବନବିଭାଗ ସେହି ବାଘ ଛାଲ ବେପାରୀଙ୍କ ଉପରେ ନଜର ରଖିଥିଲେ । ଗତକାଲି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ରାମଗିରି ମଣ୍ଡଳ ସାହି ଅଞ୍ଚଳରୁ ଏହି ଅଭିଯୁକ୍ତ ମାନଙ୍କୁ ଗିରଫ କରିଥିଲେ ।

ଗିରଫ ଅଭିଯୁକ୍ତ ମାନଙ୍କ ପାଖରୁ ମୋଟ ସାତ ଗୋଟି ବନ୍ୟଜନ୍ତୁ ଙ୍କ ଛାଲ ଜବତ ହୋଇ ଥିବା ବେଳେ ସେଥି ମଧ୍ୟରୁ ପାଞ୍ଚଟି କଲରାପତିଆ ବାଘ, ଜଙ୍ଗଲ ବିଲେଇ ଏବଂ ଫିସଂ କ୍ୟାଟର ଛାଲ ଜବତ ହୋଇ ଥିଲା । ଏଥିସହ ପ୍ରାୟ ଛବିଶି କିଲୋ ୧୦୦ ଗ୍ରାମ ଓଜନର ବଜ୍ର କାପ୍ତା କାତି ଏବଂ ମାପ ଯନ୍ତ୍ର, ପାଞ୍ଚଟି ମୋବାଇଲ ମଧ୍ୟ ଜବତ କରାଯାଇଥିବା ସୂଚନା ରହିଛି । ତେବେ ଗିରଫ ହୋଇଥିବା ର‌୍ୟାକେଟଙ୍କୁ ଆଜି କୋର୍ଟ ଚାଲାଣ କରାଯିବ । ଅନ୍ୟପଟେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ବେଳେ ଅଭିଯୁକ୍ତକୁ ଧରିବାକୁ ତନାଘନା ଆରମ୍ଭ କରିଛି ବନ ବିଭାଗ । ତେବେ ରାକେଟର ଚେର କେତେ ଦୂର ଲମ୍ବିଛି ଓ ରାଜ୍ୟ ବାହାର ସମ୍ପର୍କ ନେଇ ଅଧିକ ଖୋଳତାଡ କରୁଛି ବନ ବିଭାଗ ।

Advertisement

Leave a Reply

Your email address will not be published. Required fields are marked *