Pratidin TV

Odisha's Digital News Platform

STF ପଞ୍ଝାରେ ବାଘଛାଲ ବେପାରୀ , ୩ ବାଘଛାଲ ସହ ଗିରଫ୍ ହେଲେ ଅଭିଯୁକ୍ତ

1 min read

ଭୁବନେଶ୍ୱର : STF କବଜାରେ ବାଘ ଛାଲ ବେପାରୀ । ମାରୁଥିଲେ ବାଘ , ଗୋଡେଇ ଗୋଡେଇ ଧରିଲା ଏସଟିଏଫ୍ । ମିଳିଥିବା ସୂଚନା ଅନୁଯାୟୀ ରାୟଗଡ଼ା-କୋରାପୁଟ ୩୨୬ ନଂ ଜାତୀୟ ରାଜପଥ ନିକଟ ଶିରିଗୁଡ଼ା ସ୍ୱର୍ଗଧାମ୍ ନିକଟର ବାଘ ଛାଲ ଡିଲ ବେଳେ ମାଡ଼ିବସିଲା STF ।

ସେମାନଙ୍କ ନିକଟରୁ ୩ ଟି କଲରା ପତରିଆ ବାଘ ଛାଲ ଜବତ କରାଯାଇଛି । ଅଭିଯୁକ୍ତର ନାଁ ଡମ୍ବରୁଧର ମାଝୀ, ଘର ରାୟଗଡା ଅନ୍ତର୍ଗତ ଟିକିରି । ଅଭିଯୁକ୍ତକୁ ଗିରଫ ପରେ ରାୟଗଡା SDJM କୋର୍ଟରେ ହାଜର କରାଯାଇଛି । Wild life protection act 1972 କେସ ନମ୍ବର ୧୨ କୋର୍ଟଚାଲାଣ କରାଯାଇଛି । ଅନ୍ୟପଟେ ଛାଲକୁ ଜୈବିକ ପରୀକ୍ଷା ପାଇଁ ଡେରାଡୁନକୁ ପଠାଯାଇଛି ବୋଲି ଆଜି ପ୍ରେସମିଟ୍‌ରେ ସୂଚନା ଦେଇଛନ୍ତି STF ଏସପି କେ .କେ.ପାଣିଗ୍ରାହୀ ।

ସେପଟେ ୨୦୨୦ ରୁ ଆଜି ମଧ୍ୟରେ ବନ୍ୟପ୍ରାଣୀ ଶିକାରକୁ ମୂଳତ୍ପାଟନ କରିବା ଦିଗରେ ଆକ୍ସନ ମୋଡ଼ରେ ରହିଛି STF । ୨୦୨୦ ରୁ ଆଜି ମଧ୍ୟରେ ୪୦ ଟି କଲରାପତରିଆ ବାଘ ଛାଲ, ୨ ଟି ମହାବଳ ବାଘ ଛାଲ, ୨୨ ଟି ବଜ୍ରକାପ୍ତା, ୮ ଟି ହରିଣ ଛାଲ, ୩୭ କେଜି ବଜ୍ରକାପ୍ତା କାତି ଜବତ କରାଯିବା ସହ ୧୧୯ ଜଣଙ୍କୁ ଗିରଫ କରାଯାଇଛି। ଏ ସମ୍ପର୍କିତ ୭୫ ଟି କେସ ରୁଜୁ କରିଛି ସ୍ପେଶାଲ ଟାସ୍କଫୋର୍ସ ।

Leave a Reply

Your email address will not be published. Required fields are marked *