Pratidin TV

Odisha's Digital News Platform

ବାରିପଦାରେ ବାଘ ଆତଙ୍କ , ଟ୍ରାଙ୍କୁଲାଇଜ କରି ଜାଲରେ ଧରିଲା ବନ ବିଭାଗ..

ସାବଧାନ ବାରିପଦା ସହରରେ ବୁଲୁଛି ବାଘ । ଦୁଇଦିନ ବାରିପଦା ସହରରେ ଆତଙ୍କ ସୃଷ୍ଟି କରିଥିଲା ଏହି ବାଘ। ଜନସାଧାରଣଙ୍କ ମଧ୍ୟରେ ଏହି କୋକୁଆ ଭୟ ଖେଳିଯାଇଥିଲା  । ଖବର ପାଇ ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚିଥିଲା ।ପ୍ରକାଶ ଥାଉ କି, ୨ଦିନ ତଳେ ଶ୍ୟାମାଖୁଣ୍ଟା ବ୍ଲକର ଜଗନ୍ନାଥପୁର ଗ୍ରାମରେ ଏକ କଲରାପତରିଆ ବାଘ ଦେଖାଯାଇଥିଲା। ବନବିଭାଗ ତାକୁ କାବୁ କରିପାରି ନ ଥିଲା। ଗୁରୁବାର ବାଘ ଜଙ୍ଗଲକୁ ପଳାଇଥିବା ବନବିଭାଗ ସୂଚନା ଦେଇଥିଲା।

ତେବେ ସେହି ବାଘଟି ପ୍ରାୟ ଜଙ୍ଗଲ ପରିବର୍ତ୍ତେ ବାରିପଦା ସହର ଅଭିମୁଖେ ପଳାଇଆସିଥିଲା । ଆଜି ସକାଳେ ସେହି ବାଘକୁ ଦେଖି ବାରିପଦା ସହରବାସୀ ଭୟଭୀତ ହୋଇପଡିଥିଲେ  । ପରେ ସେହି ବାଘକୁ ବନ ବିଭାଗ କାବୁ କରିଛି । ଆତଂକିତ ଥିବା ବାଘକୁ କାବୁ କରିବା ପରେ  ଆଶ୍ବସ୍ତି ଲାଭ କରିଛନ୍ତି । ବାଘଟି ଏକ ଶକ୍ତି ଅଟୋ ଫ୍ୟାକ୍ଟ୍ରି ଗୋଦାମ ଗୃହରେ ପଶିଯାଇଥିବାରୁ ଧରିବା ପାଇଁ ଜାଲ ଓ ଯନ୍ତା ଖଞ୍ଜା ଯାଇଥିଲା। ଟ୍ରାଙ୍କୁଲାଇଜ କରାଯିବା ପରେ ବାଘକୁ କାବୁ କରିବାରେ ବନବିଭାଗ ସଫଳ ହୋଇଛି। ପିଞ୍ଜରା ଭିତରେ ଭର୍ତ୍ତି କରି ବନବିଭାଗ ବାଘକୁ ରେସକ୍ୟୁ ସେଣ୍ଟରକୁ ନେଇଥିଲେ ।  ସେଠାରେ ଏକ ବନ୍ୟଜନ୍ତୁ ଡାକ୍ତରୀ ଟିମ୍ ଦ୍ବାରା ଚିକିତ୍ସା କରାଯିବା ସହ ନିଶ୍ଚେତକ କାଟିବା ଇଞ୍ଜେକସନ ଦିଆଯାଇଥିଲା।

ଧିରେ ଧିରେ ବାଘଟି ଚେତା ଫେରିପାଉଛି ଏବଂ ମେଡିକାଲ ଟିମ୍ ସହ ଆଲୋଚନା ପରେ ତାକୁ ଶିମିଳିପାଳ ଜଙ୍ଗଲରେ ଛଡାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଶିମିଳିପାଳ ଦକ୍ଷିଣ ଡିଭିଜନ ର ଡେପୁଟି ଡାଇରେକ୍ଟର  ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *