Pratidin TV

Odisha's Digital News Platform

ପରଲୋକରେ ଭାରତର ଶେଷ ରାଣୀ ତଥା ଆଠଗଡ଼ର ପୂର୍ବତନ ବିଧାୟିକା ‘ରାଣୀ ରାସମଞ୍ଜରୀ ଦେବି’

ତିଗିରିଆ : ଏବେ ଆର ପାରିରେ ତିଗିରିଆ ଗଡ଼ର ରାଣୀ ମା ତଥା ଭାରତର ଶେଷ ରାଜା ଶ୍ରୀ ବ୍ରଜରାଜ କ୍ଷେତ୍ରୀୟ ବିରବର ଚମ୍ପତି ସିଂ ମହାପାତ୍ରଙ୍କ ପତ୍ନୀ ତଥା ଆଠଗଡ଼ର ପୂର୍ବତନ ବିଧାୟିକା ରାଣୀ ରାସମଞ୍ଜରୀ ଦେବି ।

ସେ ଦୀର୍ଘ ଦିନଧରୀ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଶଯ୍ୟାଶାୟୀ ଥିବାବେଳେ, ଗତକାଲି ରାତି ନଅଟା ସମୟରେ ଛୟାନବେ ବର୍ଷ ବୟସରେ ତାଙ୍କର ପରଲୋକ ଘଟିଛି । ଏବଂଆଜି ସକାଳୁ ତାଙ୍କର ପାର୍ଥୀବ ଶରୀରକୁ ତିଗିରିଆଗଡ଼ର ପରିକ୍ରମା କରାଇ ତିଗିରିଆଠାରେ ଶେଷ କୃତ୍ୟ ସମ୍ପର୍ଣ୍ଣ କରାଯାଇଛି ।

ଏବଂ ରାଣୀଙ୍କ ପରଲୋକର ଖବର ପାଇଁ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ସାଂସଦ ସୁବାସ ସ୍ୱାଇଁ ଓ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ମାନେ ଆସି ରାଣୀ ମାଙ୍କ ଶେଷ ଦର୍ଶନ କରୁଥିବା ଦେଖିବାକୁ ମିଳିଥିଲା ।

ସୂଚନାଥାଉ କି ରାଣୀ ରାସମଞ୍ଜରୀ ଦେବି ସୋନପୁରର ରାଜାଯଶବନ୍ତ ସିଂଦେଓଙ୍କ କନ୍ୟା ହୋଇଥିବାବେଳେ ସେ ଜଣେ ଖୁବ ପରପକାରୀ ମହିଳା ଭାବେ ଜଣାଶୁଣା ଥିବା ସହ ୧୯୭୭ ରେ ଆଠଗଡ଼ର ବିଧାୟିକା ଓ ୨୦୦୨ ରେ କଟକ ଜିଲ୍ଲା ପରିଷଦ ଅଧକ୍ଷା ଭାବରେ ନିର୍ବାଚିତ ହୋଇଥିଲେ ।

Leave a Reply

Your email address will not be published. Required fields are marked *