Pratidin TV

Odisha's Digital News Platform

ଆମେରିକାରେ ବ୍ୟାନ ହେବ ଚାଇନା ଆପ ଟିକଟକ , ଛଅ ମାସ ମଧ୍ୟରେ ପ୍ଲେଷ୍ଟୋରରୁ ହୋଇଯିବ ଅଦୃଶ୍ୟ ..

1 min read

ପୁଣି ଥରେ ଚର୍ଚ୍ଚାରେ ରହିଛି ଲୋକପ୍ରିୟ ସର୍ଟ ଭିଡିଓ ଟିକ ଟକ । ଭାରତ ପରେ ଏବେ ଆମେରିକାରେ ମଧ୍ୟ ବ୍ୟାନ ହେବାକୁ ଯାଉଛି ଚାଇନା ଆପ ଟିକଟକ । ଏବେ ଆମେରିକା ଏହି ଚାଇନିଜ୍ ଆପ୍ ଉପରେ କଟକଣା ଲଗାଇବାକୁ ଯାଉଛି । ଏହାକୁ ନେଇ ମଙ୍ଗଳବାର ଆମେରିକା ସଂସଦରେ ସାଂସଦମାନଙ୍କ ଦ୍ୱାରା ଉପସ୍ଥାପିତ ଏକ ବିଲ୍ ଚୀନ କମ୍ପାନୀର ଆପ୍ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଥିଲେ । ଟିକଟକ କମ୍ପାନୀ ଚାଇନାର କମ୍ୟୁନିଷ୍ଟ ପାର୍ଟି ସହିତ ଲିଙ୍କ ଥିବା ଅଭିଯୋଗ ହୋଇଛି ଏବଂ ଏହି ଆପକୁ ଦେଶର ଜାତୀୟ ସୁରକ୍ଷା ପ୍ରତି ବିପଦ ବୋଲି ବର୍ଣ୍ଣନା କରାଯାଇଛି । ସଂସଦରେ ଏକ ବିଲ୍ ମଧ୍ୟ ଉପସ୍ଥାପିତ ହୋଇଛି । ଉପସ୍ଥାପିତ ବିଲ୍ ରେ ଟିକ୍‌-ଟକ୍ ବାବଦରେ ବିଶେଷ ଭାବରେ ଉଲ୍ଲେଖ କରାଯାଇଛି ।

ହେଲେ ଆମେରିକାର ଶତ୍ରୁ ଦେଶ ଦ୍ୱାରା ନିୟନ୍ତ୍ରିତ ପ୍ଲାଟଫର୍ମକୁ ନିଷେଧ କରିବା ପାଇଁ ଏହି ବିଲ୍ ଏକ ବ୍ୟାପକ ଢାଞ୍ଚା ପ୍ରସ୍ତୁତ କରିଥାଏ । ୱାଶିଂଟନ୍ ଦ୍ୱାରା ଶତ୍ରୁ ଦେଶ ଭାବରେ ନାମିତ ଦେଶଗୁଡିକ ମଧ୍ୟରେ ଚୀନ୍‌, ରୁଷ, ଇରାନ, ଉତ୍ତର କୋରିଆ ଏବଂ ଭେନେଜୁଏଲା ଅନ୍ତର୍ଭୁକ୍ତ ।ଏହି ବିଲ୍ ଆଗତ କରିଥିବା ଅନ୍ୟତମ ଆଇନଜୀବୀ କୃଷ୍ଣମୂର୍ତ୍ତି କହିଛନ୍ତି ଯେ ରୁଷ ହେଉ କିମ୍ବା ସିସିପି ହେଉ, ଏହି ବିଲ୍ ନିଶ୍ଚିତ କରେ ଯେ ବିପଜ୍ଜନକ ଆପ୍ ଉପରେ କଟକଣା ଲଗାଇବା ଏବଂ ଆମର ଶତ୍ରୁମାନଙ୍କ ବିରୁଦ୍ଧରେ ଆମେରିକାର ସୁରକ୍ଷା ଏବଂ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ ରାଷ୍ଟ୍ରପତିଙ୍କର କ୍ଷମତା ଅଛି । ଯଦି ଏହି ବିଲ୍ ପାସ୍ ହେବ, ତେବେ ଟିକଟକ୍ ବିକ୍ରୟ କରିବାକୁ ମୂଳ କମ୍ପାନୀ ବାଇଟ୍ ଡାନ୍ସକୁ ମାତ୍ର ୫ ମାସ ସମୟ ମିଳିବ ।

ଯଦି କମ୍ପାନୀ ତାହା କରିବାକୁ ଅସମର୍ଥ ହୁଏ ତେବେ ଏହାକୁ ଆପଲ୍ ଷ୍ଟୋର୍ ଏବଂ ଗୁଗୁଲ୍ ପ୍ଲେ ଷ୍ଟୋରରୁ ହଟେଇ ଦିଆଯିବ । ଏହି ପ୍ରସଙ୍ଗ ଉପରେ ଟିକଟକର ମୁଖପାତ୍ର କହିଛନ୍ତି ଯେ ଏହି ବିଲ୍ ଟିକଟକ ଉପରେ ଏକ ପ୍ରତିବନ୍ଧକ ଅଟେ । ଟିକଟକ କହିଛିଯେ ଏହା ଚୀନ ସରକାରଙ୍କ ସହ କୌଣସି ତଥ୍ୟ ସେୟାର କରିନାହିଁ ଆଗକୁ ମଧ୍ୟ କରିବ ନାହିଁ । ଉଲ୍ଲେଖଯୋଗ୍ୟ, ୨୦୨୦ ଜୁନ ୨୯ ତାରିଖରେ ଭାରତ ସରକାର ଚୀନର ୫୯ ଟି ଆପକୁ ବ୍ୟାନ କରିଥିଲେ । ଭାରତର ଏଭଳି ପଦକ୍ଷେପକୁ ଆମେରିକାର ବୈଦେଶିକ ସଚିବ ମଧ୍ୟ ସମର୍ଥନ ଜଣାଇଥିଲେ । ତାହା ସହିତ ଆମେରିକାରେ ମଧ୍ୟ ଏପରି ପଦକ୍ଷେପ ନେବେ ବୋଲି ସେ ସେତେବେଳେ କହିଥିଲେ ।

Leave a Reply

Your email address will not be published. Required fields are marked *