Times now ସର୍ଭେ; ୨୦୧୯ ନିର୍ବାଚନ ପରି ଏଥର ମଧ୍ୟ ବିଜେଡି ପାଇବ ଫଳ…. ୧୦୦-୧୧୫ ସିଟ୍ ବିଜେଡ଼ି, ୩୦-୩୮ ରେ ବିଜେପି ରହିବ ସୀମିତ
1 min readଏକଜିଟ ପୋଲ ସର୍ଭେକୁ ନେଇ ନେତା ଅଛନ୍ତି ଚିନ୍ତାରେ | ରାତି ପାହିଲେ ନେତାଙ୍କ ଭାଗ୍ୟ ପରୀକ୍ଷାର ଫଳ | ଏହାରି ମଧ୍ୟରେ ସାମ୍ନାକୁ ଆସିଛି TIMES NOW ର ସର୍ଭେ ରିପୋର୍ଟ | ସର୍ଭେ ରିପୋର୍ଟରୁ ଜଣାପଡିଛି ୨0୧୯ ନିର୍ବାଚନ ପରି ଚଳିତ ନିର୍ବାଚନରେ ମଧ୍ୟ ବିଜେଡି ରେକର୍ଡ ଭାଙ୍ଗିବ | ବିଧାନସଭା ଆସନରୁ ୧00 ରୁ ୧୧୫ ଆସନରେ ବିଜୟ ଲାଭ କରିବ | ବିଜେଡିର ଭୋଟ ହାର ୪୬ ହାର ରହିବ |
ସେହିପରି ଭାରତୀୟ ଜନତା ପାର୍ଟି ସାମାନ୍ୟ ବୃଦ୍ଧି ପାଇ ୩0 ରୁ ୩୮ ଆସନରେ ବିଜୟ ଲାଭ କରିବ | ବିଜେପିର ଭୋଟ ହାର ୩୮ ପ୍ରତିଶତ ରହିଥିବା ସମୟରେ କଂଗ୍ରେସ ଆହୁରି ନୈରାଶଜନକ ପରିସ୍ଥିତିରେ ରହିବ | ୪ରୁ ୭ ବିଧାନସଭା ଆସନ କରି ପ୍ରାୟ ୧୧ ପ୍ରତିଶତରେ ସୀମିତ ରହିବ |
ତେବେ ଯଦି TIMES NOW ର ଏପରି ସର୍ଭେ ସତ ହୁଏ ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୁଣି ଥରେ ୬ଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଗାଦିରେ ବସି ରେକର୍ଡ ଭାଙ୍ଗିବେ | ତେବେ ୨0୧୯ ନିର୍ବାଚନରେ ବିଜେଡି ୧୧୨ଟି ସିଟ ହାତେଇ ନେଇଥିଲା | ବର୍ତ୍ତମାନ ର ଆକଳନ ଅନୁସାରେ ଏହା ୧00 ରୁ ୧୧୫ ହୋଇଯିବ |
ଅନ୍ୟପଟେ ବିଜେପିକୁ ଦେଖିବାକୁ ଗଲେ, ତେବେ ବିଜେପି ମଧ୍ୟ ୨0୧୯ ନିର୍ବାଚନରେ ୨୩ଟି ଆସନ ହାତେଇ ଥିଲା ଯାହା ବର୍ତ୍ତମାନ ଆକଳନ ଅନୁସାରେ ୩0ରୁ ୩୮ ଆସନକୁ ବୃଦ୍ଧି ପାଇବ ବୋଲି TIMES NOW ର ସର୍ଭେ ରିପୋର୍ଟ ଆସିଛି |