Pratidin TV

Odisha's Digital News Platform

ତିରୁପତି ଲଡୁ ବିବାଦ: ୧୧ ଦିନ ଉପବାସ ରହି ମନ୍ଦିରରେ ଝାଡୁ ମାରି ପ୍ରାୟଶ୍ଚିତ କରୁଛନ୍ତି ପୱନ କଲ୍ୟାଣ …

1 min read

ତିରୁପତି ମନ୍ଦିର ଲଡୁରେ ପଶୁ ଚର୍ବି ମିଶିବା ଘଟଣାକୁ ନେଇ ରାଜନୈତିକ ଉଷ୍ମତା ଲଗାତର ବୃଦ୍ଧି ପାଇବାରେ ଲାଗିଛି। ଘଟଣାକୁ ନେଇ ଆନ୍ଧ୍ରପ୍ରଦେଶର ଉପମୁଖ୍ୟମନ୍ତ୍ରୀ ପବନ କଲ୍ୟାଣ ଦୁଃଖ ପ୍ରକାଶ କରିଛନ୍ତି। କେବଳ ଏତିକି ନୁହେଁ ଏହି ପାପର ପ୍ରାୟଶ୍ଚିତ କରିବା ପାଇଁ ସେ ୧୧ ଦିନ ଉପବାସ ରହିଛନ୍ତି ।  ଏହି ମାସର 22 ତାରିଖରୁ ସେ ପ୍ରାୟଶ୍ଚିତ କରିବା ଆରମ୍ଭ କରିଛନ୍ତି । ପ୍ରାୟଶ୍ଚିତ ପାଇଁ 11 ଦିନ ଉପବାସରେ ରହିଛନ୍ତି । 22 ସେପ୍ଟେମ୍ୱରରୁ ସେ ଉପବାସରେ ରହିଥବା ବେଳେ ଆଜି ତୃତୀୟ ଦିନରେ ସେ ବିଜୟୱାଡାର କନକଦୁର୍ଗା ଅମାଭରୀ ମନ୍ଦିର ପରିଦର୍ଶନ କରି ମନ୍ଦିରର ଶୁଦ୍ଧିକରଣ କରିଛନ୍ତି । ତେବେ ଅକ୍ଟୋବର 2 ରେ ତିରୁମାଲା ବାଲାଜୀଙ୍କ ଦର୍ଶନ କରି ଏହି ଉପବାସ ବ୍ରତ ଭାଙ୍ଗିବେ ।

 କନକ ଦୂର୍ଗା ମନ୍ଦିରରେ ଶୁଦ୍ଧି କାର୍ଯ୍ୟକ୍ରମରେ ଭାଗ ନେଇ ମନ୍ଦିର ସଫା କଲେ ଆନ୍ଧ୍ରପ୍ରଦେଶ ଉପ ମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ । ତିରୁପତି ବାଲାଜୀ ମନ୍ଦିରରେ ଲଡ଼ୁ ବିବାଦକୁ ନେଇ ହଳଦୀ ପକାଇ ମନ୍ଦିର ସଫା କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପୱନ କଲ୍ୟାଣ। ଏହି ସମୟରେ ପୱନ କଲ୍ୟାଣ ନିଜ ହାତରେ ମନ୍ଦିର ପରିସର ସଫା କରିବା ସହ ପାହାଚରେ ହଳଦୀ ଆଙ୍କିଥିଲେ । ଏହି ସମୟରେ ସେ ଲଡୁ ବିବାଦ ମାମଲାରେ ପ୍ରତିକ୍ରିୟା ଦେଇ କହିଛନ୍ତି, ”ପ୍ରାୟଶ୍ଚିତର ଆଜି ତୃତୀୟ ଦିନ । ମୁଁ ପିଲାଦିନରୁ ସନାତନ ଧର୍ମ ଅନୁସରଣ କରୁଛି । ମୁଁ ଶ୍ରୀ ରାମଙ୍କର ଜଣେ ଭକ୍ତ ଏବଂ ମୁଁ ଜଣେ ହିନ୍ଦୁ ହୋଇଥିବାରୁ ଗର୍ବିତ । ପୂର୍ବତନ ସିଏମ ଜଗନ ମୋହନ ରେଡ୍ଡୀଙ୍କ ସରକାର ତଥା YSRCP ଟାର୍ଗେଟ କରି କହିଛନ୍ତି, ମୋତେ ଆଶା ନଥିଲା ଭଗବାନଙ୍କ ପ୍ରସାଦରେ ଏଭଳି ଅପମିଶ୍ରଣ କରାଯାଉଛି । YSRCP ସରକାରଙ୍କ ଶାସନ କାଳରେ ସେମାନେ ତିରୁମାଲା ଅଞ୍ଚଳକୁ ଏକ ବାଣିଜ୍ୟ କେନ୍ଦ୍ର ଭାବରେ ମଧ୍ୟ ଦେଖିଥିଲେ । ସେ ଏହାକୁ କେବେବି ଆଧ୍ୟାତ୍ମିକ କିମ୍ବା ତୀର୍ଥସ୍ଥାନ ଭାବରେ ଦେଖିନଥିଲେ । ସେମାନେ ଭଗବାନ ଭେଙ୍କଟେଶ୍ୱରଙ୍କ ପବିତ୍ରତାକୁ ଅପବିତ୍ର କରିଥିଲେ । ସେ କଦାପି ହିନ୍ଦୁଙ୍କ ଭାବନାକୁ ସମ୍ମାନ ଦେଇନଥିଲେ । ଯାହା ଅତ୍ୟନ୍ତ ଚିନ୍ତାଜନକ ବିଷୟ ।”

Advertisement

ସୂଚନାଯୋଗ୍ୟ, କିଛି ଦିନ ପୂର୍ବେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରାବାବୁ ନାଇଡୁ ଅଭିଯୋଗ କରିଥିଲେ ଯେ ପୂର୍ବ ଜଗନ ମୋହନ ରେଡ୍ଡୀ ସରକାରଙ୍କ ସମୟରେ ତିରୁପତି ମନ୍ଦିରରେ ଖରାପ ଗୁଣାତ୍ମକ ମାନର ଘିଅ ବ୍ୟବହାର କରାଯାଇଥିଲା। ଲଡୁରେ ପଶୁ ଚର୍ବି ସହିତ ଅନେକ ଦୂଷିତ ଉପାଦାନ ବ୍ୟବହାର କରାଯାଇଥିଲା।

Leave a Reply

Your email address will not be published. Required fields are marked *