Pratidin TV

Odisha's Digital News Platform

ତୀବ୍ର ହେଉଛି ତିରୁପତି ଲଡୁ ବିବାଦ , ସୁପ୍ରିମକୋର୍ଟ ରେ ଦାଏର ହେଲା ମାମଲା ..

1 min read

ତିରୁପତି ବାଲାଜୀ ମନ୍ଦିର ପ୍ରସାଦକୁ ନେଇ ଦିନକୁ ଦିନ ବିବାଦ ବଢ଼ିବାରେ ଲାଗିଛି। ମନ୍ଦିରରେ ପ୍ରସାଦ ରୂପେ ଦିଆଯାଉଥିବା ଲଡ଼ୁରେ ପଶୁ ଚର୍ବି ବ୍ୟବହାର କରାଯାଉଥିବା ନେଇ ବିବାଦ ଉପୁଜିଛି। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି । ତେବେ ଏହାରି ମଧ୍ୟରେ ଶୁକ୍ରବାର କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଆନ୍ଧ୍ର ସରକାରଙ୍କୁ ରିପୋର୍ଟ ତଲବ କରାଯାଇଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି.ନଡ୍ଡା ଏହି ପ୍ରସଙ୍ଗରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଆଲୋଚନା କରିବା ପରେ ରିପୋର୍ଟ ମଗାଇଥିବା ଜଣାପଡିଛି। ରିପୋର୍ଟ ହସ୍ତଗତ ହେବାପରେ ଏ ପ୍ରସଙ୍ଗରେ ସତ୍ୟାସତ୍ୟ ଯାଞ୍ଚ ପାଇଁ ବିଶେଷଜ୍ଞ କମିଟିର ସହାୟତା ଲୋଡାଯିବ ବୋଲି ନଡ୍ଡା କହିଛନ୍ତି।

ତିରୁପତି ମନ୍ଦିରରେ ଭକ୍ତଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଲଡୁରେ ପଶୁଙ୍କ ଚର୍ବି ବ୍ୟବହାର କରାଯାଉଛି ବୋଲି ନାଇଡୁ ଗତ ବୁଧବାର ଗୁରୁତର ଅଭିଯୋଗ ଆଣିଥିଲେ। ତେବେ ଘଟଣାର ଦୁଇଦିନ ପରେ  ଜଣେ ଆଇନଜୀବୀ ଶୁକ୍ରବାର ସୁପ୍ରିମକୋର୍ଟରେ ପିଟିସନ ଦାଏର କରିଛନ୍ତି। ଏଭଳି କାର୍ଯ୍ୟ ଦ୍ବାରା ହିନ୍ଦୁ ସଂପ୍ରଦାୟଙ୍କ ମୌଳିକ ଅଧିକାର କ୍ଷୁଣ୍ଣ ହେଉଥିବାବେଳେ ସେମାନଙ୍କର ଧାର୍ମିକ ଭାବନା ପ୍ରତି କୁଠାରାଘାତ କରାଯାଇଥିବା ସେ ପିଟିସନରେ ଉଲ୍ଲେଖ କରିଛନ୍ତି। ଭକ୍ତମାନେ ଠାକୁରଙ୍କ ପ୍ରସାଦ ଭାବେ ଲଡୁ ସେବନ କରୁଥିବାବେଳେ ଲଡୁରେ ପଶୁ ଚର୍ବି ମିଶ୍ରଣ ଜଘନ୍ୟ ଅପରାଧ ବୋଲି କୁହାଯାଇଛି। ଏ ଦିଗରେ ଆବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ତିରୁପତି ମନ୍ଦିର ପରିଚାଳନା ବୋର୍ଡକୁ ନିର୍ଦେଶ ଦିଆଯାଉ ବୋଲି ପିଟିସନରେ ଉଲ୍ଲେଖ କରାଯାଇଛି।

Advertisement

Leave a Reply

Your email address will not be published. Required fields are marked *