Pratidin TV

Odisha's Digital News Platform

ଶେଷ ହେଲା ସର୍ଚ୍ଚ ଅପରେଶନ : ମିଳିଲା ନିଖୋଜ୍ ବୁଡା ଜାହାଜ ହେଲେ …

ନୂଆଦିଲ୍ଲୀ : ଆଟଲାଣ୍ଟିକ୍ ମହାସାଗରରେ ୧୯୧୨ ମସିହା ଏପ୍ରିଲ ୧୪ ରେ ଦୁର୍ଘଟଣା ଗ୍ରସ୍ତ ହୋଇ ବୁଡିଯାଇଥିବା ଟାଇଟାନିକ୍ ଜାହାଜର ଭଗ୍ନାବଶେଷ ଦେଖିବାକୁ ଯାଇଥିବା ଏକ ବୁଡା ଜାହାଜ ଚଳିତ ବର୍ଷ ଜୁନ୍ ୧୮ ରେ ନିଖୋଜ୍ ହୋଇଯାଇଥିଲା । ମହାସାଗରକୁ ପ୍ରବେଶ କରିବାର ମାତ୍ର ୨ ଘଣ୍ଟା ମଧ୍ୟରେ ହଠାତ୍ ସେଇ ବୁଡା ଜାହାଜ ସହ ସ୍ଥଳଭାଗର ଯୋଗାଯୋଗ ବିଛିନ୍ନ ହୋଇଯାଇଥିଲା ।

ଏହାପରେ ସେମାନଙ୍କୁ ଖୋଜିବାର ସର୍ଚ୍ଚ ଅପରେଶନ ଆରମ୍ଭ କରିଥିଲା କମ୍ପାନୀ । କିନ୍ତୁ ଉଦ୍ଧାରକାରୀ ଟିମ୍ ଆଗରେ ଏକ ବଡ ଚ୍ୟାଲେଞ୍ଜ ଥିଲା ଅକ୍ସିଜେନ୍ ଯାହା ସେଇ ବୁଡା ଜାହାଜରେ ଲିମିଟେଡ୍ ବା ସୀମିତ ଥିଲା । ଗୁରୁବାର କୋଷ୍ଟ ଗାର୍ଡଙ୍କୁ ଏହି ବୁଡା ଜାହାଜର କିଛି ଭଗ୍ନାବଶେଷ ସମୁଦ୍ର ଗର୍ଭରେ ମିଳିଥିଲା । ଏହାପରେ ବିଶେଷଜ୍ଞ ଟିମ୍ ଯାଞ୍ଚରେ ଲାଗିପଡିଥିଲେ । ଜଣାପଡିଛି ଯେ ବୁଡା ଜାହଜରେ ପ୍ରଥମେ ଏକ ବିସ୍ପୋରଣ ହୋଇଥିଲା ପରେ ଏହି ଦୁର୍ଘଟଣା ଘଟିଛି । ତେବେ ବର୍ତ୍ତମାନ ସୁର୍ଦ୍ଧା ସମୁଦ୍ର ଗର୍ଭରେ ସେହି ବୁଡା ଜାହାଜର ଭଗ୍ନବଶେଷକୁ କାଢିବାକୁ ପ୍ରୟାଶ ଚାଲିଛି । ଅନ୍ୟପଟେ ଓସେନଗେଟ୍ କମ୍ପାନୀ ତାର ପର୍ଯ୍ୟଟକ ଓ ପାଇଲଟଙ୍କ ମୃତ୍ୟୁ ଘୋଷଣା କରିଛି । ବୁଡା ଜାହଜରେ ଥିବା ୫ ଜଣଙ୍କ ମଧ୍ୟରେ ଓସେନଗେଟର ସିଇଓ ଷ୍ଟକଟନ ରସ୍ ବ୍ରିଟିଶ ବ୍ୟବସାୟୀ ହାମିସ ହାର୍ଡିଂ, ପାକିସ୍ତାନୀ କୋଟିପତି ଶାହାଜାଦ ଦାଉଦ ଓ ତାଙ୍କ ପୁଅ ସୁଲେମନ୍ ଦାଉଦ ଏବଂ ଫ୍ରାନସ ନୌସେନାର ଡାଇଭର୍ ପଲ୍ ହେନରୀ ନାର୍ଗେଓଲେଟ ଥିଲେ ।

କୋଷ୍ଟଗାର୍ଡଙ୍କ ସୂଚନା ଅନୁଯାୟୀ ସମୁଦ୍ର ଭିତରେ ସର୍ଚ୍ଚ ଅପରେଶନ ଏତେଟା ସହଜ ନଥିଲା । କାରଣ ପାଣିର ଯେତେ ଭିତରକୁ ସେମାନେ ଯାଉଥିଲେ ସେଠାରେ ଭିଜିବିଲିଟ୍ କମି କମି ଯାଉଥିଲା । ଟାଇଟନିକ ଜାହାଜର ଧ୍ୱସାବଶେଷ ନିକଟରେ ହିଁ ବୁଡାଜାହାଜକୁ ଠାବ କରାଯାଇଥିଲା। କାନାଡର ଏକ ଜାହଜରେ ମୁତୟନ ଥିବାରୋବର୍ଟ ଟାଇଟନ୍ ବୁଡାଜାହାଜର ସନ୍ଧାନ କରିବାରେ ସକ୍ଷମ ହୋଇ ପାରିଥିଲା। ବିଶେଷଜ୍ଞ ଟିମ୍ ଏହି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି।

Leave a Reply

Your email address will not be published. Required fields are marked *