Pratidin TV

Odisha's Digital News Platform

ଟାଇଟନିକ୍ ଘଟଣାକୁ ବିତିଛି ୧୧୧ ବର୍ଷ : ମେନ୍ୟୁରେ ଥିଲା ଏଭଳି ଖାଦ୍ୟ କିନ୍ତୁ ଯାତ୍ରୀମାନେ ଖାଇଥିଲେ କେବଳ..

1 min read

୧୯୧୨ ମସିହାରେ ଆଣ୍ଟଲାଟିକ୍ ମହାସାଗରରେ ବୁଡିଥିବା ବିଶ୍ୱର ସବୁଠୁ ବଡ ଜାହାଜ ଟାଇଟାନିକର ସେଇ କରାଳ କାହାଣୀକୁ ଆଜିବି ଭୁଲିପାରୁନାହନ୍ତି ଲୋକେ । ରାତି ପ୍ରାୟ ୨ ଟା ସମୟରେ ବରଫ୍ ପାଣିରେ ବୁଡିଥିଲା ଜାହାଜ ଯାହାର ଲୋମହର୍ଷଣକାରୀ ଦୃଶ୍ୟ ଆଜିଯାଏଁ ବି ଲୋକମାନଙ୍କ ମାନସପଟରୁ ଲିଭିନାହିଁ । ୨ ହଜାର ୨୪୦ ଯାତ୍ରୀଙ୍କୁ ମଧ୍ୟରୁ ସେହି କାଳ ରାତ୍ରୀରେ ୧୫୦୦ରୁ ଉର୍ଦ୍ଦ ନିଜ ପ୍ରାଣ ହରାଇଥିଲେ । ଯିଏବି ଅବଶିଷ୍ଟବଞ୍ଚିଯାଇଥିଲେ ସେ ସଭିଙ୍କର ୨୦୦୯ ସୁଦ୍ଧା ମୃତୁ୍ୟ ହୋଇଯାଇଛି । ବା ଆମେ ଏମିତି କହିବା ଟାଇଟାନିକକୁ ନିଜ ଆଖିରେ ବୁଢିବାର ଦେଖିବା ବା ଟାଇଟାନିକ୍ ର ଶେଷ ବ୍ୟକ୍ତି ୨୦୦୯ ରେ ମୃତୁ୍ୟ ବରଣ କରିଥିଲେ । ତେବେ ଏହି ଜାହାଜକୁ ନେଇ ଆଜିବି ଲୋକମାନଙ୍କ ମନରେ ଅନେକ ଆଗ୍ରହ ରହିଛି।

ଜାଣିବା ଟାଇଟାନିକର କିଛି ବିଶେଷ କଥା..
ତେବେ ଟାଇଟନିକ ନିଜର ପ୍ରଥମ ଯାତ୍ରାରେ ହିଁ ଏଭଳି ଦୁର୍ଘଟଣାର ଶିକାର ହୋଇଥିଲା ଯାହାଫଳରେ ଆଜିଯାଏ ମଧ୍ୟ କେହିବି ଏଭଳି ଏକ ଜାହାଜ ତିଆରି କରିବାକୁ ଡରୁଛନ୍ତି । ଅବଶ୍ୟ ଯାହାଜର ନିର୍ମାଣରେ କୌଣସି ତ୍ରୁଟି ନଥିଲା । ବରଂ ଚାଳକଙ୍କ ଭୁଲ୍ ଯୋଗୁ ଏଭଳି ପରିସ୍ଥିତିର ସମ୍ମୁଖିନ ହୋଇଥିଲେ ।

Advertisement

ତେବେ ନିକଟରେ ଟାଇଟାନିକ୍କୁ ନେଇ କିଛି ଏଭଳି ସତ ସାମ୍ନାକୁ ଆସିଛି ଯାହା ଆପଣମାନଙ୍କୁ ଆଶ୍ଚର୍ଯ୍ୟ କରିପାରେ । ଏତେ ବଡ ଯାହାଜ ଯାହାର ମେନୁ୍ୟରେ ବିଦେଶର ଛୋଟରୁ ବଡ ସବୁ ଡିସ୍ ଥିଲା । କିନ୍ତୁ ସେଦିନ ରାତିରେ ଯାତ୍ରୀମାନଙ୍କୁ କେବଳ ହାଲୱା ଖାଇଥିଲେ ।

ଟେଷ୍ଟ ଏଟଲସ ନାମକ ଇନଷ୍ଟାଗ୍ରାମ ପେଜ୍ରେ ଜାହାଜର ବିଭିନ୍ନ କାଟାଗୋରୀ ତଥା କ୍ଲାସରେ ପରସା ଯାଉଥିବା ଖାଦ୍ୟର ଫଟୋକୁ ନିକଟରେ ସେୟାର କରାଯାଇଛି । ଯେଉଁଥିରେ ଖାଦ୍ୟର ମେନ୍ୟୁର ଫଟୋ ଏହି ଇନଷ୍ଟା ପେଜ୍ରେ ସେୟାର କରାଯାଇଛି । ଚିକେନ କରିଠୁ ଆରମ୍ଭ କରି ବେକ୍ଡ ଫିସ୍, ସ୍ପ୍ରିଙ୍ଗ ଲେମ୍ବଠୁ ମଟନ । ଏହାସହ ରୋଷ୍ଟ ଟର୍କୀଠୁ ପୁଡିଂ ପର୍ୟ୍ୟନ୍ତ ଟାଇଟନିକର ଯାତ୍ରୀଙ୍କୁ ପରସା ଯାଉଥିଲା । ଟାଇଟନିକ ନିଜ ଯାତ୍ରୀଙ୍କୁ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ପରସି ଦେଉଥିଲା । ଏପରିକି ମିଠା ମଧ୍ୟ ଟାଇଟନିକ ମେନ୍ୟୁରେ ରହିଥିଲା । ଫାଷ୍ଟକ୍ଲାସର ଯାତ୍ରୀଙ୍କ ପାଇଁ ଦାବଦରେ କିଛି କମ ନଥିଲା । ବ୍ରିଲ, କର୍ଣ୍ଣ ବ୍ରିଫ, ଭେଜିଟେବଲ୍ସ, ପକୋଡ଼ି, ଗ୍ରିଲ୍ଡ ମଟନ ଚପ, କଷ୍ଟାର୍ଡ ବୁଡିଂ ଓ ପନିରର ଅନେକ ପ୍ରକାରର ଆଇଟମ ପରସା ଯାଇଥିଲା । ଥାର୍ଡକ୍ଲାସ ଯାତ୍ରୀଙ୍କ ପାଇଁ କିନ୍ତୁ ଜଳଖିଆ ଓ ରାତିର ଖାଇବା ପାଇଁ ଲିମିଟେଡ ଆଇଟମ ରହିଥିଲା । ଯେଉଁଥିରେ କେବଳ ଦଳିଆ ଓ କ୍ଷୀର ରହିଥିଲା । ଏହାସହ ସ୍ମୋକ୍ଡ ହେରିଂଗ, ମେସ୍ଡ ପୋଟାଟୋ, ହେମ ଓ ଅଣ୍ଡା, ବ୍ରେଡ ଓ ଚିଜ୍ ରହିଥିଲା ।

Leave a Reply

Your email address will not be published. Required fields are marked *