Pratidin TV

Odisha's Digital News Platform

ଟାଇଟାନିକ୍‌କୁ ନେଇ ପୁଣି ଚାଞ୍ଚଲ୍ୟ : ଭଗ୍ନାବଶେଷ ଦେଖିବାକୁ ଯାଇ ବୁଡା ଜାହାଜ ସହ ନିଖୋଜ୍ ହେଲେ ୫ ପର୍ଯ୍ୟଟକ …

1 min read

ନୂଆଦିଲ୍ଲୀ : ବିଶ୍ୱର ସବୁଠୁ ବଡ ଯାହାଜକୁ ନେଇ ବର୍ତ୍ତମାନ ସୁଦ୍ଧା ସସ୍ପେନ୍ସ ଦୂର ହେଉନାହିଁ । ତେବେ ସୂଚାନ ମିଳିଥିଲା ଯେ ୧୯୧୨ ମସିହା ଏପ୍ରିଲ ୧୫ ତାରିଖରେ ଆଟଲାଣ୍ଟିକା ମହାସାଗରରେ ଦୁର୍ଘଟଣା ଗ୍ରସ୍ତ ହୋଇ ସମୁଦ୍ରରେ ବୁଡିଯାଇଥିବା ଟାଇଟାନିକ୍ ଯାହାଜର ଭଗ୍ନାବଶେଷ ଖୁବ୍ ଶୀଘ୍ର ସମୁଦ୍ରରେ ଲୀନ ହୋଇଯିବ । କାରଣ ସମୁଦ୍ରରେ ଥିବା ଅନ୍ୟାନ ଜୀବମାନଙ୍କ ଦ୍ୱାରା ଏହା ଧିରେ ଧିରେ କ୍ଷୟ ହୋଇସାରିଲାଣି । ତେବେ ୧୧୩ ବର୍ଷପରେ ପୁଣି ଥରେ ଟାଇଟନକୁ ନେଇ ଖେଳିଯାଇଛି ଚାଞ୍ଚଲ୍ୟ । କାରଣ ରବିବାର ଦିନ ବୁଡି ଯାଇଥିବା ଟାଇଟନିକ ଜାହାଜର ଭଗ୍ନାବଶେଷ ଦେଖିବାକୁ ଏକ ଯାତ୍ରୀବାହୀ ବୁଡାଜାହାଜରେ ୫ଜଣ ଯାତ୍ରୀ ଯାଇଥିଲେ । ଏହି ପାଞ୍ଚ ଜଣଙ୍କ ମଧ୍ୟର ଜଣେ ପାଇଲଟ୍ ଏବଂ ଚାରିଜଣ “ମିଶନ୍ ବିଶେଷଜ୍ଞ” ରହିଥିଲେ। କିନ୍ତୁ ବର୍ତ୍ତମାନ ଏମାନଙ୍କ ସହ ଯୋଗାଯୋଗ ହେଉପାରିନାହିଁ ବା କହିବାକୁ ଗଲେ ଏମାନଙ୍କର କୌଣସି ଖୋଜ୍ ଖବର ମିଳୁନାହିଂ । ଏହି ବୁଡା ଜାହାଜଟି ବର୍ତ୍ତମାନ ନିଖୋଜ୍ ହୋଇଯାଇଥିବା ସୂଚନା ମିଳିଛି ।

ଟାଇମ୍ସ ରିପୋର୍ଟ କହିଛି ଯେ ଉଦ୍ଧାରକାରୀମାନେ “ସମୟ ବିରୁଦ୍ଧରେ ଜୀବନ ମରଣ ସହ ଲଢେଇ କରୁଛନ୍ତି ” । କାରଣ ସେହି ବୁଡା ଜାହାଜରେ ୭୦ ରୁ ୯୦ ଘଣ୍ଟା ପର୍ଯ୍ୟନ୍ତ ଅମ୍ଳଜାନ ରହିଥାଏ । ଏହି ଅମ୍ଳଜାନ ସରିଯିବା ପରେ ପର୍ଯ୍ୟଟକ ଏବଂ ପାଇଲଟ୍‌ଙ୍କ ଶ୍ୱାସ ରୁର୍ଦ୍ଧ ଯୋଗୁ ମୃତ୍ୟୁ ହୋଇପାରେ । ତେବେ ସେହି ୨୧ ଫୁଟର ଜାହାଜରେ ଚାରି ଦିନର ଜରୁରୀକାଳୀନ କ୍ଷମତା ରହିଛି ବୋଲି ସୋମବାର ଅପରାହ୍ନରେ ସର୍ଚ୍ଚ ଓ ଉଦ୍ଧାରକାରୀ ଟିମ୍ କହିଛନ୍ତି। ନିଖୋଜ୍ ଥିବା ଜାହାଜରେ ପାଞ୍ଚ ଜଣଙ୍କ ମଧ୍ୟରେ ଜଣେ ବ୍ରିଟିଶ ବିଲିୟନେୟାର ଅଛନ୍ତି। ତାଙ୍କ ସହ ପାକିସ୍ତାନୀ ଆରବପତି ଶାହାଜାଦ ଦାଉଦ ଓ ତାଙ୍କ ପୁଅ ସୁଲେମାନଙ୍କ ସହ ବ୍ରିଟିଶ ବ୍ୟବସାୟୀ ହମିଶା ହାଡିଂ ସାମିଲ ଥିଲେ । ହାଡିଂ ଯାତ୍ରା ଆରମ୍ଭ କରିବା ପୂର୍ବରୁ ସୋସିଆଲ ମିଡିଆରେ ଏକ ପୋଷ୍ଟ କରିଥିଲେ । ଏଥିରେ ସେ ଲେଖିଥିଲେ କି, ଟାଇଟନିକର ଭଗ୍ନାବଶେଷ ପାଖରେ ପହଂଚିବା ନେଇ ଯାତ୍ରା ଆରମ୍ଭ ହୋଇଛି । ତେବେ ଏହି ୫ ପର୍ଯ୍ୟଟକ ନିଜ ନିଜ ଯାତ୍ରା ପାଇଁ ୨.୨୮ କୋଟି ଟଙ୍କା ଟିକେଟ୍ ପିଛା ଦେଇଥିବା ରିପୋର୍ଟ ଦେଇଛି ନ୍ୟୁୟକ୍ର ଟାଇମ୍ । ନିଖୋଜ ଥିବା ଜାହଜଟି ଟାଇଟନିକର ଭଗ୍ନାବଶେଷ ପାଖରେ ପହଂଚି ଫେରିବାକୁ ୮ ଘଣ୍ଟା ସମୟ ଲାଗିଥାଏ କିନ୍ତୁ ୩ ଦିନ ହେବ ଏହାର ଖୋଜ୍ ଖବର ମିଳୁନାହିଁ କାହିଁକି । ଏମାନଙ୍କ ସହ କିଛି ଦୁର୍ଘଟଣା କିମ୍ବା ବାଟବଣା ହୋଇଥିବା ନେଇ ଆଶଙ୍କା କରିଛି ଉଦ୍ଧାରକାରୀ ଟିମ୍ ।

Advertisement

ଏକ ବିବୃତ୍ତିରେ କମ୍ପାନୀ କହିଛି ଯେ କର୍ମଚାରୀମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିବା ପାଇଁ “ସମସ୍ତ ବିକଳ୍ପ” ଅନୁସନ୍ଧାନ କରାଯାଉଛି। ତେବେ ନିଖୋଜ ଥିବା ଲୋକଙ୍କ ପ୍ରକୃତ ସଂଖ୍ୟା ଏହା ନିଶ୍ଚିତ କରି ନାହିଁ। ୧୯୧୨ ମସିହାରେ ଆଇସବର୍ଗକୁ ଧକ୍କା ଦେବା ପରେ ଟାଇଟାନିକ୍ ଆଟଲାଣ୍ଟିକରେ ବୁଡ଼ି ଯାଇଥିଲା। ଟାଇଟାନିକ୍ ବୁଡ଼ିଯିବା ପରେ ୧,୫୦୦ ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିଲା। ଜାହାଜର ଧ୍ୱଂସାବଶେଷ ୧୯୮୫ ମସିହାରେ ଆଟଲାଣ୍ଟିକ୍ ମହାସାଗରର ତଳ ଭାଗରେ ଆବିଷ୍କୃତ ହୋଇଥିଲା ଏବଂ ଏହା ପରଠାରୁ ଏହା ବହୁଳ ଭାବରେ ଅନୁସନ୍ଧାନ କରାଯାଇଆସୁଛି।

Leave a Reply

Your email address will not be published. Required fields are marked *