Pratidin TV

Odisha's Digital News Platform

ଲୋକସଭା ନିର୍ବାଚନ ପୂର୍ବରୁ ଅଶ।।ନ୍ତ ହୋଇପଡ଼ିଲାଣି ପଶ୍ଚିମବଙ୍ଗ , ଦିନ ଦ୍ୱିପହରରେ ଟିଏମସି ନେତାଙ୍କୁ ଗୁଲି କରି ହତ୍ୟା …

1 min read

ଲୋକସଭା ନିର୍ବାଚନ ପୂର୍ବରୁ ଅଶାନ୍ତ ହୋଇପଡ଼ିଲାଣି ପଶ୍ଚିମବଙ୍ଗ । ବିଚ୍ ରାସ୍ତାରେ ସମସ୍ତଙ୍କ ଆଗରେ ତୃଣମୂଳ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କଲେ ଦୁର୍ବୃତ୍ତ । ଦିନ ଦ୍ୱିପହରରେ ଏହି ଗୁଳିକାଣ୍ଡ ଘଟିଥିବା ଜଣାପଡ଼ଛି । ଯାହାକୁ ନେଇ ଏବେ ସାଧାରଣରେ ଆତଙ୍କ ଖେଳିଯାଇଛି । ପଶ୍ଚିମବଙ୍ଗର ବହରାମପୁରରେ ରବିବାର ଦିନ ତୃଣମୂଳ କଂଗ୍ରେସ ର ସକ୍ରିୟ ନେତା ସତ୍ୟେନ ଚୌଧୁରୀଙ୍କ କିଛି ଅଜ୍ଞାତ ଯୁବକମାନେ ଗୁଳି କରି ହତ୍ୟା କରିଛନ୍ତି ।

– ସତ୍ୟେନ ଅଧୀର ରଞ୍ଜନ ଚୌଧୁରୀଙ୍କର ପାଖଲୋକ ଥିଲେ । କିନ୍ତୁ ପରେ ସେ ତୃଣମୂଳ କଂଗ୍ରେସରେ ଯୋଗ ଦେଇଥିଲେ । ରବିବାର ସତ୍ୟେନ କିଛି ବୁଝିବା ପୂର୍ବରୁ କିଛି ଅଜ୍ଞାତ ଯୁବକମାନେ ଆସି ତାଙ୍କୁ ଅତି ନିକଟରୁ ଗୁଳି କରି ହତ୍ୟା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ଏହି ଗୁଳିକାଣ୍ଡ ପରେ ସତ୍ୟେନଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ସଙ୍ଗେସଙ୍ଗେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଦୁଃଖର ବିଷୟ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ନେତାଙ୍କୁ ଗୁଳି କରି ଏପରି ଭାବେ ହତ୍ୟା କରିବା ଘଟଣା ଏବେ ଚାରିଆଡେ ଆଲୋଡନ ସୃଷ୍ଟି କରିଛି । କିଏ କେଉଁ ଉଦ୍ଦେଶ୍ୟରେ ତୃଣମୂଳ କଂଗ୍ରେସ ନେତା ସତ୍ୟେନ ଚୌଧୁରୀଙ୍କୁ ହତ୍ୟା କରିଛି ସେନେଇ ପୁଲିସ ଯାଞ୍ଚ ଆରମ୍ଭ କରିଛି । ଏଥିସହିତ ସତ୍ୟେନ ଚୌଧୁରୀଙ୍କ ମୃତଦେହକୁ ଜବତ କରି ପୁଲିସ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି ।

Advertisement

Leave a Reply

Your email address will not be published. Required fields are marked *