Pratidin TV

Odisha's Digital News Platform

ଦୁର୍ଘଟଣା ରୋକିବାକୁ ଗାଈ ବେକରେ ରେଡିୟମ ପଟି ବାନ୍ଧିଲେ ଅବସର ପ୍ରାପ୍ତ ସେନା କର୍ମଚାରୀ..

1 min read

ସହରର ରାସ୍ତା ଉପରେ ବୁଲୁଥିବା ଗାଈଗୋରୁଙ୍କ ବେକରେ ଏବେ ରେଡିୟମ ପଟି ଝୁଲୁଥିବାର ଦେଖିବାକୁ ମିଳୁଛି । ତେବେ ଏହା ପଛରେ ଏକ କାରଣ ମଧ୍ୟ ଲୁଚି ରହିଛି । ରେଡିୟମ ଅନ୍ଧାରରେ ଚକଚକ କରିଥାଏ । ତେଣୁ ଦୁର୍ଘଟଣା ରୋକିବା ପାଇଁ ରାସ୍ତାରେ ବୁଲୁଥିବା ଗାଈଙ୍କ ବେକରେ ଲଗାଯାଇଛି ରେଡିୟମର ପଟି । ଆଉ ଏହି ରେଡିୟମ ପଟି ମଧ୍ୟ ବହୁତ ଦୂରରୁ ଚକଚକ କରୁଛି । ତେଣୁ ଅନେକ ସମୟରେ ବାଇକ ଆରୋହୀ ନିଶ୍ଚିତ ଦୁର୍ଘଟଣାରୁ ରକ୍ଷା ପାଇ ଯାଉଛନ୍ତି । ତେବେ ରାସ୍ତା ଉପରେ ଶୋଇରହୁଥିବା ଏହି ବୁଲା ଗାଈ ଗୋରୁଙ୍କ ବେକରେ ରେଡିୟମର ପଟି ବାନ୍ଧିଛନ୍ତି । ସମ୍ବଲପୁରର ଅବସରପ୍ରାପ୍ତ ସେନା କର୍ମଚାରୀ ।

ବର୍ତ୍ତମାନ ସହର ଗୁଡିକରେ ବୁଲା ଗାଈ ଗୋରୁ ଙ୍କ ସଂଖ୍ୟା ଅସମ୍ଭବ ଭାବେ ବୃଦ୍ଧି ପାଉଥିବା ବେଳେ ଏଗୁଡିକ ଦିନରାତି ମୁଖ୍ୟ ସଡ଼କ ଓ ଗଳିରେ ଚରା ବୁଲା କରୁଛନ୍ତି । ଫଳରେ ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଘଟୁଛି । ଆଉ ମୁଖ୍ୟତଃ ରାତି ସମୟରେ ଏହି ବୁଲା ଗାଈ ଗୋରୁ ଗୁଡାକ ଏଣେ ତେଣେ ବୁଲା ବୁଲି କରୁଥିବାରୁ ଅନ୍ଧାରରେ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ଉଭୟ ମଣିଷ ଓ ଗାଈ ଗୋରୁ ମୃତାହତ ହେଉଛନ୍ତି । ଏହି ଭଳି ଦୁର୍ଘଟଣା କୁ ଏଡାଇବା ପାଇଁ ସମ୍ବଲପୁର ସହର ର ହୋପ ସ୍କୋପ ଫିଜିକାଲ ଏକାଡେମୀ ଏକ ନିଆରା ଉଦ୍ୟମ ଆରମ୍ଭ କରିଛି । ଏହି ଏକାଡେମୀ ର ସଦସ୍ୟ ମାନେ ରାତି ସମୟରେ ବୁଲି ବୁଲି ବୁଲା ଗାଈ ଗୋରୁ ଙ୍କୁ ଚିହ୍ନଟ କରି ତାଙ୍କ ବେକରେ ରେଡ଼ିଏମ ଯୁକ୍ତ ଡିଜିଟାଲ ବେଣ୍ଡ ବାନ୍ଧୁଛନ୍ତି ଏହି ବେଣ୍ଡ ଲାଗିଲା ପରେ ଏଥିରେ ଲାଇଟ ପଡିଲେ ଏହା ଚକ ଚକ କରୁଛି । ଫଳରେ ବାଇକ ଓ କାର ଆରୋହୀ ମାନେ ବୁଲା ଗାଈ ଗୋରୁ ମାନଙ୍କୁ ଦୂରରୁ ଦେଖିପାରିବେ ।

Advertisement

ଯାହାଫଳରେ ଦୁର୍ଘଟଣା ହ୍ରାସ ପାଇବ । ଏହି ଏକାଡେମୀ ର ସଦସ୍ୟ ମାନେ ସମସ୍ତେ ଅବସର ପ୍ରାପ୍ତ ସେନା କର୍ମଚାରୀ ହୋଇଥିବା ବେଳେ ଏମାନଙ୍କ ଲକ୍ଷ୍ୟ ହେଉଛି ବୁଲା ଗାଈ ଗୋରୁ ମାନଙ୍କୁ ଦୁର୍ଘଟଣା ରୁ ବଞ୍ଚାଇବା ଓ ସଡ଼କ ଦୁର୍ଘଟଣା କୁ ରୋକିବା । ଏହି ସବୁ କାର୍ଯ୍ୟ ଏମାନେ ନିଜ ଖର୍ଚ୍ଚରୁ କରୁଛନ୍ତି । ଦିନ ଥିଲା ଏହି ଅବସର ପ୍ରାପ୍ତ ସେନା କର୍ମଚାରୀ ମାନେ ସୀମାରେ ଦେଶପାଇଁ କାର୍ଯ୍ୟ କରୁଥିଲେ । ଏବେ କାର୍ଯ୍ୟରୁ ଅବସର ପରେ ସମାଜ ପାଇଁ କାମ କରୁଛନ୍ତି । ତେବେ ତାଙ୍କର ଏହି ଉଦ୍ୟମ କୁ ଏବେ ବିଭିନ୍ନ ମହଲରୁ ପ୍ରଶଂସା ର ସୁଅ ଛୁଟୁଛି ।

Leave a Reply

Your email address will not be published. Required fields are marked *