Pratidin TV

Odisha's Digital News Platform

କମ୍ପାନୀକୁ ବଦନାମ କରିବା ପାଇଁ ସମୋସାରେ ଭର୍ତ୍ତି କଲେ କଣ୍ଡୋମ,ଗୁଟଖା,ପଥର

1 min read

ସିଙ୍ଗଡ଼ା ସମସ୍ତେ ଖାଇଥିବେ | ତେବେ ଦେଶରେ ଭିନ୍ନ ଭିନ୍ନ ପ୍ରକାର ସିଙ୍ଗଡ଼ା ବିକିବା ଏବେ ଟ୍ରେଣ୍ଡ ହୋଇଗଲାଣି | ସବୁ ବେପାରୀ ନୂଆ ନୂଆ ଶ୍ସଇଲିରେ ବିକିବାକୁ କରୁଛନ୍ତି ପ୍ରୟାସ | ଯାହା ଦ୍ୱାରା ସେମାନେ ଭାଇରାଲ ହେଲେ ତାଙ୍କ ବେପାର ଅଧିକ ବଢ଼ିପାରିବ | ଆଳୁ ସିଙ୍ଗଡ଼ା ଚାଓମିନ ସିଙ୍ଗଡ଼ା ଏବଂ ଚିକେନ ସିଙ୍ଗଡ଼ା ସମସ୍ତେ ଖାଇଥାନ୍ତି | ତେବେ ମହାରାଷ୍ଟ୍ରର ପୁନେରେ ମିଳିଛି ଭିନ୍ନ ପ୍ରକାର ସିଙ୍ଗଡ଼ା | ଯାହା ଲୋକଙ୍କୁ କରିଦେଇଛି ଆଶ୍ଚର୍ଯ୍ୟ | ନାମିଦାମୀ କମ୍ପାନୀର କ୍ୟାଣ୍ଟିନରେ ମିଳୁଥିବା ସମୋସାରୁ ବାହାରିଛି ପଥର, ତମାଖୁ ଏବଂ କଣ୍ଡୋମ। ଲୋକଙ୍କ ବିଶ୍ୱାସରେ ବିଶ। କମ୍ପାନୀକୁ ବଦନାମ କରିବା ପାଇଁ କରିଥିଲେ ଏପରି ଅଜିବ କାଣ୍ଡ | ପୋଲିସ ଏନେଇ ୫ ଅଭିଯୁକ୍ତଙ୍କୁ କରିଥିଲା ଗିରଫ | ତେବେ ଏହି ଘଟଣା ଅଟୋମୋବାଇଲ୍‌ କମ୍ପାନୀରେ ଘଟିଛି |

ଅଟୋ ଫାର୍ମର କିଛି କର୍ମଚାରୀ ସମୋସାରେ କଣ୍ଡୋମ, ଗୁଟଖା ଏବଂ ପଥର ମିଶିଥିବା ଅଭିଯୋଗ କରିଥିଲେ। ଏପରି ସଙ୍ଗୀନ ଅଭିଯୋଗ ଆସିବା ପରେ ପୁଲିସ ଖାଦ୍ୟର ମାନ ରଖିବା ସହ ସର୍ଭିସ୍ ଯୋଗାଉଥିବା କମ୍ପାନୀର କର୍ମଚାରୀଙ୍କୁ ପଚରାଉଚରା କରିଥିଲା। ଜେରା ସମୟରେ ବିକି ଶେଖ ଏବଂ ଫିରୋଜ ଶେଖ ସମୋସାରେ ଏପରି ନିମ୍ନ ମାନର ସାମଗ୍ରୀ ମିଶ୍ରଣ କରିଥିବା ଜାଣିବାକୁ ପାଇଛି ପୁଲିସ। ଉଭୟ ଅଭିଯୁକ୍ତ ଫିରୋଜ ଏବଂ ବିକି ହେଉଛନ୍ତି SRA ଏଣ୍ଟରପ୍ରାଇଜେସର କର୍ମଚାରୀ। ମନୋହର ଏଣ୍ଟରପ୍ରାଇଜେସ୍ ଦ୍ୱାରା ଯୋଗାଯାଇଥିବା ସମୋସାରେ ମିଶ୍ରଣ କରିବା ପାଇଁ SRA ଏଣ୍ଟରପ୍ରାଇଜେସର ତିନି ଜଣ ପାର୍ଟନର ତାଙ୍କୁ କହିଥିଲେ।

ତେବେ ସମଗ୍ର ବିଷୟଟି ହେଉଛି, ଅଟୋ ଫାର୍ମର କ୍ୟାଣ୍ଟିନକୁ ଖାଦ୍ୟ ଯୋଗାଣ ପାଇଁ ପ୍ରଥମେ SRA ଏଣ୍ଟରପ୍ରାଇଜେସ୍ ସହ ଚୁକ୍ତି ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ଚୁକ୍ତି ବାତିଲ କରି ଦିଆଯାଇଥିଲେ। ଏହାପରେ ମନୋହର ଏଣ୍ଟରପ୍ରାଇଜେସର ଭାବମୂର୍ତ୍ତିକୁ କ୍ଷୂର୍ଣ୍ଣ କରିବା ପାଇଁ ଚକ୍ତାନ୍ତ ରଚିଥିଲା SRA ଏଣ୍ଟରପ୍ରାଇଜେସର। ଏହାର ୩ ଜଣ ପାର୍ଟନର ରହିମ, ଅଜହର ଏବଂ ମଜହର ବିକି ଏବଂ ଫିରୋଜଙ୍କୁ ସେଠାକୁ ପଠାଇଥିଲେ। ଏ ଦୁହେଁ ସେମାନଙ୍କ ଯୋଜନା ମୁତାବକ ସିଙ୍ଗଡ଼ାରେ ଏପରି ସାମଗ୍ରୀ ମିଶ୍ରଣ କରିଥିଲେ। ପୁଲିସ ମାମଲାର ପର୍ଦ୍ଦାଫାସ କରିବା ପରେ ୫ ଜଣଙ୍କ ନାଁରେ ଆଇପିସିର ଧାରା ୩୨୮ ଏବଂ ଧାରା ୧୨୦ବି ଅନୁଯାୟୀ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ କରୁଛି।

Leave a Reply

Your email address will not be published. Required fields are marked *