Pratidin TV

Odisha's Digital News Platform

ସୀତାରାମ ୟେଚୁରୀଙ୍କ ପାଇଁ ନେତା ଭାଙ୍ଗିଦେଲେ ଭିଷ୍ମ ପ୍ରତିଜ୍ଞା!

1 min read

କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ମାର୍କ୍ସବାଦୀ) ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀଙ୍କର ଗୁରୁବାର (ସେପ୍ଟେମ୍ବର ୧୨,୨୦୨୪)ରେ ଦିଲ୍ଲୀସ୍ଥିତ ଏମ୍ସରେ ଦେହାନ୍ତ ହୋଇଛି। ତାଙ୍କ ମୃତ୍ୟ ଖବର ପ୍ରକାଶ ପାଇବା ମାତ୍ରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଅନେକ ହେବିୱେଟ ନେତା ଶୋକ ପ୍ରକାଶ କରିଛନ୍ତି । ତେବେ ଏହାରି ମଧ୍ୟରେ ତାଙ୍କ ମୃତ୍ୟୁ ଖବର ପାଇବା ପରେ ଦଳର ନେତା ଇପି ଜୟରାଜନ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ। କିନ୍ତୁ ଏଥିପାଇଁ ତାଙ୍କୁ ଦୁଇ ବର୍ଷ ପୂର୍ବେ କରିଥିବା ପ୍ରତିଜ୍ଞା ଭାଙ୍ଗିବାକୁ ପଡିଛି ।

ସୂଚନାଯୋଗ୍ୟ, ଜୁଲାଇ ୨୦୨୨ରେ, ଇଣ୍ଡିଗୋ ଜୟରାଜଙ୍କୁ ତିନି ସପ୍ତାହ ଧରି ବିମାନରେ ଯାତ୍ରା କରିବାକୁ ବାରଣ କରିଥିଲା। ଏହି ଘଟଣା ସମୟରେ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ମଧ୍ୟ ସମାନ ବିମାନରେ ଥିଲେ। ଏହା ପରେ ଜୟରାଜ ଘୋଷଣା କରିଥିଲେ ଯେ ସେ ଏବଂ ତାଙ୍କ ପରିବାର ଆଉ ଇଣ୍ଡିଗୋ ବିମାନରେ ଯାତ୍ରା କରିବେ ନାହିଁ। ସୀତାରାମ ୟେଚୁରୀଙ୍କ ମୃତ୍ୟୁ ପରେ ଇପି ଜୟରାଜନ ଇଣ୍ଡିଗୋ ବିମାନରେ କରିପୁରରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ। ସେ କହିଛନ୍ତି ଯେ ୟେଚୁରୀ ସବୁକିଛିଠାରୁ ବଡ଼ ଏବଂ ଦୁଇ ବର୍ଷ ପୂର୍ବେ ବିମାନ ସେବା ବିଷୟରେ ଯାହା କହିଥିଲେ ତାହାଠାରୁ ଦିଲ୍ଲୀରେ ପହଞ୍ଚିବା ଅଧିକ ଗୁରୁତ୍ୱପୂର୍ଣ୍ଣ। ଆଜି ସୀତାରାମ ୟେଚୁରୀଙ୍କ ପାଇଁ ସେ କରିଥିବା ଭୀଷ୍ମ ପ୍ରତିଜ୍ଞା କୁ ଭୁଲିଯାଇଛନ୍ତି ।  ସୀତାରାମ ୟେଚୁରୀଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବାପାଇଁ ଦୌଡ଼ି ଆସିଛନ୍ତି ।

Advertisement

Leave a Reply

Your email address will not be published. Required fields are marked *