Pratidin TV

Odisha's Digital News Platform

ଶୀତରେ ବଢୁଛି ସଂକ୍ରମଣ ; ଥଣ୍ଡା କାଶ ପାଇଁ ରାମବାଣ ଏହି ଘରୋଇ ଉପଚାର …

1 min read

ଭୁବନେଶ୍ୱର ; ଶୀତ ବଢିବା ସହ ସାଙ୍ଗରେ ନେଇ ଆସେ ଥଣ୍ଡା , କାଶ ଓ ଛିଙ୍କ ଭଳି କିଛି ସଂକ୍ରମକ ରୋଗ । ତେବେ ଏସବୁରେ ଆମେ ଆଣ୍ଟିବାୟୋଟିକ୍ ଖାଇବା ଫଳରେ ଇମ୍ୟୁନିଟି କମିବାକୁ ଲାଗିଥାଏ । ଏହି କ୍ଷେତ୍ରେô ଏକ୍ସପର୍ଟ ମାନଙ୍କ କହିବା ଅନୁଯାୟୀ କିଛି ଘରୋଇ ଉପାୟ ଆମର ଇମ୍ୟୁନିଟି ବଢାଇବା ସହ ଶୀତ ଦିନରେ ଥଣ୍ଡା , ଛିଙ୍କ ଓ କାଶ ଠାରୁ ଆମକୁ ଦୂରେଇ ରଖିଥାଏ ।

ଯଦି ଆପଣ ବି ଶୀତ ଦିନେ ଅଧିକ ଥଣ୍ଡା କାଶ ଛିଙ୍କ ଲାଗିରହୁଛି ତେବେ ଡାଏଟ୍ ଏକ୍ସପର୍ଟ ପ୍ରୀତି ଗୁପ୍ତା କିଛି ଘରୋଇ ନୁସ୍କା ସେୟାର କରିଛନ୍ତି । ଯାହା ଆପଣଙ୍କୁ ଶୀତ ଋତୁରେ ସଂକ୍ରମଣରୁ ଦୂରେଇ ରଖିବ ।

Advertisement

ଅଦା- ଶୀତରେ ଅଦା ଲୋକମାନଙ୍କ ପାଇଁ ରାମବାଣ ସାବସ୍ତ୍ୟ ହୋଇଛି । କାରଣ ଏହା କେବଳ ଚାହାରେ ପକାଇବାରେ କାମ ଆସେନି । ତାଛଡା ଅଦା ଏବଂ ତୁଳସୀର ରସକୁ ମିଶାଇ ସକାଳୁ ପିଇବା ଦ୍ୱାରା ଏହା ଥଣ୍ଡା,ଝିଙ୍କରୁ ଆମକୁ ସୁରକ୍ଷା ଦିଏ , ଇମ୍ୟୁନିଟି ବଢାଏ ଆଉ ଦିନ ସାରା ଏକ୍ଟିଭ ରଖେ ।

ତଣ୍ଟି /ଛାତୀ ସଂକ୍ରମରରେ ମହୁ – ମହୁ ଏଭଳି ଏକ ଦୁର୍ଲଭ ଜିନିଷ ଯାହା ଅନେକ ସମୟରେ ନିଜର ଔଷଧୀୟ ଚତ୍ମକାରିତା ଦେଖାଇଛି । ମହୁରେ ଥିବା ଆଣ୍ଟିଅକ୍ସିଡେଣ୍ଟ ଥଣ୍ଡାରେ କାଶ ,କଫରୁ ମୁକ୍ତି ଦେଇଥାଏ ।

ହଳଦୀ ପାଣି/ହଳଦୀ କ୍ଷୀର- ଆମ ମା ଜେଜେ ମା ମାନେ ଆମକୁ କ୍ଷୀରରେ କିଛି ହଳଦୀ ମିଶାଇ ପିଇବାକୁ ଦେଇଥାନ୍ତି । କାରଣ ଏଥିରେ ଥିବା ଏଣ୍ଟିବାୟୋଟିକ୍ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଥଣ୍ଡାକୁ ଦୂରାଇଥାଏ । ତେଣୁ ରାତିରେ ସର୍ବଦା ଉସୁମ ହଳଦୀ ପାଣି କିମ୍ବା ଉସୁମ ହଳଦୀ କ୍ଷୀର ପିଇବା ଉଚିତ୍ ।

ପ୍ରୋବାୟୋଟିକ୍ସ – ପ୍ରୋବାୟୋଟିକ୍ସ ଅନ୍ତନଳୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ । ଏହାକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରିବା ଜରୁରୀ କାରଣ ଏହା ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଶୀତ ଋତୁରେ ଆପଣଙ୍କୁ ସୁସ୍ଥ ରଖେ ।
ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଭିଟାମିନ୍ ସି –

ଭିଟାମିନ୍ ସି ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢାଇଥାଏ ଏବଂ ଶୀଘ୍ର ଥଣ୍ଡା ଏବଂ କାଶକୁ ଭଲ କରିଥାଏ । ଯଦି ତୁମେ ଶୀଘ୍ର ଥଣ୍ଡା ଏବଂ କାଶକୁ ଭଲ କରିବାକୁ ଚାହୁଁଛ, ତେବେ ଖାଦ୍ୟରେ ଆମଲା, କମଳା ଏବଂ ଧନିଆ ପତ୍ର ଭଳି ଖାଦ୍ୟ ସାମଗ୍ରୀ ଅନ୍ତର୍ଭୁକ୍ତ କରିବାକୁ ଚେଷ୍ଟା କର ।

Leave a Reply

Your email address will not be published. Required fields are marked *